ମଇ ୫ରୁ ୧୪ଦିନିଆ ଲକ୍‍ଡାଉନ୍‍

0

ଭୁବନେଶ୍ୱର : କରୋନା ପ୍ରତିହତ ପାଇଁ ରାଜ୍ୟରେ ମଇ ୫ରୁ ୧୪ଦିନିଆ ଲକ୍‍ଡାଉନ୍‍ ପାଇଁ ସରକାର ଆଜି ଘୋଷଣା କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲକଡାଉନ୍‍ ଘୋଷଣା କରିବା ସହିତ ଏ ସଂକ୍ରାନ୍ତୀୟ ସୁବିସ୍ତୃତ ମାର୍ଗଦର୍ଶିକା ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ତଦନୁଯାୟୀ ଲକଡାଉନ ସମୟରେ ଟିକାକରଣ ଜାରି ରହିବ।  ଲୋକେ ନିଜର କୋଭିଡ ପରୀକ୍ଷା କରାଇପାରିବେ। ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ରହିବ ନାହିଁ।  ରାଜ୍ୟ ଭିତରେ ଓ ବାହାରେ ଅବାଧରେ ଚଳାଚଳ କରିବ ଆମ୍ବୁଲାନ୍ସ।...

ଭେଣ୍ଟିଲେଟର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ

0

ଭୁବନେଶ୍ୱର : କରୋନା ସଂକ୍ରମଣର ଦ୍ୱିତୀୟ ଗଡ ପାଲଟିଥିବା ସୁନ୍ଦରଗଡରେ ରୋଗୀଙ୍କ ପାଇଁ ଏନ୍‍ଟିପିସି ମେଡିକାଲ କଲେଜ ଓ ହସ୍ପିଟାଲରେ ତୁରନ୍ତ ଭେଣ୍ଟିଲେଟର ସୁବିଧା ଥିବା ୫୦ଟି ଶଯ୍ୟା ବ୍ୟବସ୍ଥା ପାଇଁ ସୁନ୍ଦରଗଡ ବିଧାୟକା କୁସୁମ ଟେଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ଼ାୟକଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ଏକ ପତ୍ରଲେଖି ଶ୍ରୀମତୀ ଟେଟେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରରେ ସୁନ୍ଦରଗଡ ଏବେ ରାଜ୍ୟର ଅନ୍ୟତମ ବହୁଳ ସଂକ୍ରମିତ ଜିଲ୍ଲା ପାଲଟିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି...

ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କର

0

ଭୁବନେଶ୍ୱର : କରେନାର ସାମାନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇ ନିଅ । ବିଳମ୍ବ ହେଲେ ଚିକିତ୍ସା କଷ୍ଟକର ବୋଲି ଆଜି ଚେତାଇ ଦେଇଛନ୍ତି ବିଏମ୍‍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଏପରିକି କେତେକ ଲୋକେ ପରୀକ୍ଷା କରାଇବା ବଦଳରେ ଛାନିଆ ହୋଇ ବାରମ୍ବାର କଣ୍ଟ୍ରୋଲରୁମ୍‍କୁ ଫୋନ୍‍ କରୁଥିବା ସେ ସୂଚନା ଦେଉଛନ୍ତି । ବିଏମ୍‍ସି ଅଞ୍ଚଳରେ କୋଭିଡ ପରିଚାଳନା ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ ବିଏମ୍‍ସି କମିଶନର କହିଛନ୍ତି ଯେ ଏଠାରେ ଏବେ ୭୫୮୮ ସକ୍ରିୟ ରୋଗୀ ଥିବାବେଳେ ୨/୩ ଦିନ...

ଶ୍ରମିକମାନେ ଅର୍ଥନୀତି ଏବଂ ପ୍ରଗତିର ମେରୁଦଣ୍ଡ

ଭୁବନେଶ୍ୱର : ଶ୍ରମିକମାନେ ଦେଶର ଅର୍ଥନୀତି ଏବଂ ପ୍ରଗତିର ମେରୁଦଣ୍ଡ । ରାଜ୍ୟ ତଥା ଦେଶର ଶିଳ୍ପାୟନ ତଥା ସାମଗ୍ରିକ ବିକାଶ କ୍ଷେତ୍ରରେ ଶ୍ରମିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶ୍ରମିକମାନଙ୍କ ସାମଗ୍ରିକ ଉନ୍ନତି ପ୍ରତ୍ୟେକଙ୍କ ନୈତିକ ଦାୟିତ୍ୱ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ତଥା ହିନ୍ଦ୍ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ହିନ୍ଦ୍ ମଜଦୁର ସଭା ଆନୁକୂଲ୍ୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ଅବସରରେ ଆୟୋଜିତ ୱେବିନାରରେ ଯୋଗଦେଇ...

ସଂଜୟ ମହାନ୍ତି ହେଲେ ରେଲୱେ ବୋର୍ଡ଼ ସଦସ୍ୟ

ଭୁବନେଶ୍ୱର : ଭାରତୀୟ ରେଳପଥ ଟ୍ରାଫିକ୍ ସେବାର ୧୯୮୫ ବ୍ୟାଚ୍‌ର ବରିଷ୍ଠ ଅଧିକାରୀ ସଂଜୟ କୁମାର ମହାନ୍ତି ନୂଆଦିଲ୍ଲୀ ସ୍ଥିତ ରେଳ ମନ୍ତ୍ରଣାଳୟର ରେଲୱେ ବୋର୍ଡ଼ର ନୂଆ ମେମ୍ବର (ଅପରେସନ୍ ଓ ବିଜନେସ୍ ଡେଭେଲପ୍‌ମେଣ୍ଟ) ତଥା ଭାରତ ସରକାରଙ୍କ ପଦପଯୁକ୍ତ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ଏହି ନୂତନ ପଦବୀରେ ଯୋଗଦାନ ପୂର୍ବରୁ ଶ୍ରୀ ମହାନ୍ତି କୋଲକାତା ସ୍ଥିତ ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଶ୍ରୀ ମହାନ୍ତି ନୂଆଦିଲୀ ସ୍ଥିତ...

Odisha Begins Vax 3.0

0

Bhubaneswar: Odisha Government initiated Phase III Vaccination (Vax 3.0) in a symbolic way benefitting 96 beneficiaries in Capital City for the age group of 18-44 Years and above. ACS Health & Family Welfare Pradipta Kumar Mohapatra reviewed Vaccination Management here on 1 May. Latest COVID-19 Vaccination Report on 1 May 2021 reveals that only One Site of Covaxin was organized. Age 18-44...

Mohanty New Member Railway Board

Bhubaneswar: Sanjay Kumar Mohanty has taken over as the New Member, Operations & Business Development (O&BD), and ex-Officio Secretary to Government of India, Ministry of Railways, Railway Board. Prior to this, Mr.Mohanty was rendered his valuable service as General Manger, South Eastern Railway, Kolkata. Mr.Mohanty has worked in various important capacities in Indian Railways like Principal Executive Director, Traffic Transportation...

ଦିନକରେ ୧୦ହଜାର ଟପିଲା

0

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ କରୋନା ସଂକ୍ରମଣ ୧୦ହଜାର ଟପିବା ସହିତ ନୂଆ ରେକର୍ଡ କରିଛି । ୨୪ଘଣ୍ଟାରେ ରାଜ୍ୟରେ ୧୦,୪୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବକାଳୀନ ରେକର୍ଡ । ଏଥି ସହିତ ରାଜ୍ୟର ଦୁଇ ଜିଲ୍ଲା ଖୋରଧା ଓ ସୁନ୍ଦରଗଡରେ ସଂକ୍ରମିତଙ୍କ ସଂଖ୍ୟା ୪ଅଙ୍କରେ ରହିଛି । ଚିହ୍ନଟ ହୋଇଥିବା ୧୦,୪୧୩ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୫୮୮୭ ଜଣ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର ହୋଇଥିବାବେଳେ ୪୫୨୬ଜଣ ଲୋକାଲ କେସ୍‍ । ସେହିଭଳି ରାଜ୍ୟରେମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୪,୫୪,୬୦୭ରେ...

ଶୀଘ୍ର ଖୋଲିବ ପ୍ଲାଜମା ସଂଗ୍ରହ କେନ୍ଦ୍ର

0

ଭୁବନେଶ୍ୱର : ରାଜ୍ୟରେ ପ୍ଲାଜମା ଚାହିବା ବୃଦ୍ଧି ପାଉଥିବାରୁ ୬ଟି ପ୍ଲାଜମା ବ୍ୟାଙ୍କ୍‍କୁ ପୁନଃ ଚାଲୁ କରିବା ସହିତ କରୋନାମୁକ୍ତ ଲୋକଙ୍କ ଠାରୁ ପ୍ଲାଜମା ସଂଗ୍ରହ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଏବେ ମାତ୍ର ୭୫୦ ପ୍ଳାଜମା ମହଜୁଦ ରହିଛି । ଏଥି ମଧ୍ୟରୁ କଟକରେ ୩୪୧, ଭୁବନେଶ୍ୱରରେ ୧୧୨, ବ୍ରହ୍ମପୁରରେ ୭୯, କୋରାପୁଟରେ ୧୪୧, ବୁର୍ଲାରେ ୪୬ ଓ ରାଉରକେଲାରେ ୩୧ଟି ମହଜୁଦ ଅଛି । ପ୍ଲାଜମା ଚାହିଦା ବୃଦ୍ଧି ପାଉଥିବାରୁ ପୁଲିସ ଡିଜି...

ଟିକା ପାଇଁ ଡହଳ ବିକଳ…..

0

ଭୁବନେଶ୍ୱର : ଓଡିଶାରେ ଏବେ କରୋନା ସଂକ୍ରମଣ ଉପରମୁହାଁ ଥିବାବେଳେ ଟିକା ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୮୬୮୧ଜଣ ଚିହ୍ନିତ ହୋଇଥିବାବେଳେ କୋଭିଡ ମୃତ୍ୟୁସଂଖ୍ୟା ୨୦୪୩ରେ ପହଞ୍ଚିଛି । ଗତକାଲିର ସୂଚନା ଅନୁଯାୟୀ ଓଡିଶାରେ ୫୭,୭୧୦ଜଣ କରୋନା ସଂକ୍ରମିତ ଚିକିତ୍ସାଧିନ ଥିବାବେଳେ ଆଜି ଏହି ସଂଖ୍ୟା ୬୧,୬୯୮କୁ ବୃଦ୍ଧିପାଇଛି । ତେବେ ସଂଖ୍ୟାଧିକ କରୋନା ସଂକ୍ରମିତ ଡାକ୍ତରଖାନା ନଆସି ସଂଗେରୋଧରେ ଚିକିତ୍ସିତ ହେଉଥିବା ଦୃଷ୍ଟିରୁ ଅନେକ ସ୍ଥାନରେ କୋଭିଡ ଡାକ୍ତରଖାନାରେ ଶଯ୍ୟା ଖାଲିପଡିଛି...