ବିଦେଶକୁ ଯାଉନାହିଁ ବିମାନ

0

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଥିବା ଓଡ଼ିଶାର ପ୍ରଥମ ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ମିଳିଥିଲେ ମଧ୍ୟ ଏବେ ଭୁବନେଶ୍ୱରରୁ ସିଧାସଳଖ ବିଦେଶକୁ କୌଣସି ବିମାନ ଚଳାଚଳ କରୁନାହିଁ । ବିଦେଶରେ ରହୁଥିବା ଓଡ଼ିଆମାନେ ଭୁବନେଶ୍ୱରରୁ ଅଧିକ ସଂଖ୍ୟକ ଆନ୍ତର୍ଜାତିକ ବିମାନ ଚଳାଚଳ ପାଇଁ ବାରମ୍ବାର ଦାବି କରିଆସୁଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । ଦେଶର ବିମାନ ବନ୍ଦରଗୁଡ଼ିକ ଭିତରେ ଭୁବନେଶ୍ୱର ବେଶ୍‍ ପୁରୁଣା । ୧୯୯୮ ମସିହାରେ ଏହି ବିମାନ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଇଥିଲା...

ସମ୍ବଲପୁରରେ ଲୋକାର୍ପିତ ହେଲା ଡପ୍‌ଲର ରାଡାର୍

0

ସମ୍ବଲପୁର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ଅବସରରେ ସମ୍ବଲପୁର ଏବଂ ସମଗ୍ର ପଶ୍ଚିମ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ଅତ୍ୟାଧୁନିକ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ପାଣିପାଗ ରାଡାରର ଶୁଭାରମ୍ଭ କରିବା ସହ ପ୍ରାୟ ୯୬୦ କୋଟି ଟଙ୍କାର ୫୦ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁର ହେଉଛି ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ପ୍ରତୀକ ଏବଂ 'ସମୃଦ୍ଧ ଓଡ଼ିଶା ୨୦୩୬' ଗଠନ...

ୟୁପିଆଇ ନୂଆ ବ୍ୟବସ୍ଥାକୁ କଂଗ୍ରେସର ବିରୋଧ

0

ଭୁବନେଶ୍ୱର : ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ବା ୟୁପିଆଇ (ୟୁପିଆଇ) ର ନୂଆ ବ୍ୟବସ୍ଥାକୁ ବିରୋଧ କରିଛି କଂଗ୍ରେସ । ପ୍ରଦେଶ କଂଗ୍ରେସ ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆଜିକାଲି ସାଧାରଣ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି, ହେଲେ ଏହା ସହିତ ଜଡ଼ିତ ସାମ୍ପ୍ରତିକ ସମସ୍ୟା ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ପାଇଁ ବଡ଼ ଚିନ୍ତାର କାରଣ ସାଜିଛି। ସରକାର ପ୍ରଥମେ ନଗଦମୁକ୍ତ କାରବାରର ପ୍ରତିଶ୍ରୁତି ଦେଇ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେଇଥିଲେ, କିନ୍ତୁ ଏବେ ବିଭିନ୍ନ ୱାଲେଟ୍...

ଇପିଏଫ ଦରମା ସୀମା ୨୫ ହଜାରକୁ ବୃଦ୍ଧି

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଆଜି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫଓ ସମ୍ପର୍କରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ବାଧ୍ୟତାମୂଳକ ଭାବେ ଇପିଏଫଓ ସୀମା ବୃଦ୍ଧି ପାଇଁ ଦେଇଥିବା ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଓ କର୍ମଚାରୀ ପେନସନ ସ୍କିମ (ଇପିଏସ୍‌) ସୀମାକୁ ବାଧ୍ୟତାମୂଳକ ଭାବେ ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଇପିଏଫର ୧୫ ହଜାର ଦରମା ସୀମା ୨୦୧୪...

Odisha T20 League Begins Sept 20

0

Bhubaneswar: Cricket fans across the region are gearing up for high-intensity action as the Odisha T20 League CM Trophy officially starts on September 20 at the iconic Barabati Stadium in Cuttack. Organised by Sports Ex Consultancy under the leadership of CEO Shri Rohan Gupta, this edition brings together top regional talent, high-profile corporate backing, and premier digital broadcasting to...

ଷ୍ଟ୍ରିଟ ଲାଇଟ୍‍ ମରାମତି ପାଇଁ ବିଏମ୍‍ସି ବଦନାମ

0

ଭୁବନେଶ୍ୱର : ରାଜଧାନୀରେ ଷ୍ଟ୍ରିଟ୍‍ ଲାଇଟ୍‍ ରକ୍ଷଣା ବେକ୍ଷଣକୁ ନେଇ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ନାଚାର । ଏହି କାମପାଇଁ ଠିକା ନେଇଥିବା ସଂସ୍ଥା ବିଏମ୍‍ସିକୁ ଖାତିର କରୁନାହାନ୍ତି କିମ୍ବା ବିଏମ୍‍ସି ଯନ୍ତ୍ରୀଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି । ଫଳରେ ଯେଉଁସବୁ ଅଞ୍ଚଳରୁ ଷ୍ଟ୍ରିଟଲାଇଟ୍‍ ମରାମତି ନେଇ ଲୋକେ ଅଭିଯୋଗ କରୁଛନ୍ତି ସେଠାରେ ସ୍ମାର୍ଟସିଟି କର୍ତ୍ତୃପକ୍ଷ କେବଳ ସମୟ ଗଡାଇ ଚାଲିଛନ୍ତି । ଏଭଳି ଏକ ଆସିଛି ନୀଳାଦ୍ରୀବିହାର ଅଞ୍ଚଳରୁ । ଏଠାରେ ଥିବା ବୁଦ୍ଧପାର୍କ ନିକଟରେ ଷ୍ଟ୍ରିଟ ଲାଇଟ୍‍ ଅଚଳ...

ଦାରା ମୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା

0

ଭୁବନେଶ୍ୱର : ଗ୍ରାହାମ୍‍ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ଗାଡ଼ି ଭିତରେ ଜୀଅନ୍ତା ପୋଡ଼ି ମାରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ପ୍ରାୟ ୨୬ବର୍ଷରୁ ଅଧିକ ସମୟ ଧରି କାରାଗାରରେ ବନ୍ଦୀ ଥିବା ରବୀନ୍ଦ୍ର କୁମାର ପାଲ୍‍ ଓରଫ୍‍ ଦାରା ସିଂ କାରାମୁକ୍ତ ହେବ କି ନାହିଁ ତାହା ଏବେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭରେ କରେ । ଓଡ଼ିଶା ସରକାରଙ୍କ ରାଜ୍ୟ ଦଣ୍ଡ ହ୍ରାସ ସମୀକ୍ଷା ବୋର୍ଡ କାରାମୁକ୍ତି ପାଇଁ ଦାରାଙ୍କ ଅବେଦନକୁ ଆଉଥରେ ଖାରଜ କରିଦେବା ଯୋଗୁ ଦାରାଙ୍କ ମୁକ୍ତି...

ଖୁବ୍ ଶୀଘ୍ର ପାଣ୍ଡରା ଆଧୁନିକ ମାଛ ବଜାର

0

ଭୁବନେଶ୍ୱର : ଭୁବନେଶ୍ୱର ମାଛ ବଜାରରେ ଆଉ ରହିବ ନାହିଁ ପୂତି ଗନ୍ଧମୟ ପରିବେଶ। ଦୂର ହେବ ୟୁନିଟ୍-୪ ମାଛ ବଜାରରେ ଦେଖାଯାଉଥିବା ଭିଡ ଓ ଟ୍ରାଫିକ ସମସ୍ୟା। ଆସନ୍ତା ୨୦୨୮ ମାର୍ଚ୍ଚ ଶେଷ ସୁଦ୍ଧା ପାଣ୍ଡରା ଠାରେ ପ୍ରାୟ ୫.୪ ଏକର ଜମିରେ ପାଖାପାଖି ୫୧ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ଅତ୍ୟାଧୁନିକ ମାଛ ବଜାର କାର୍ଯ୍ୟ ସମ୍ପନ୍ନ ହେବ। ଯେଉଁ ନୂଆ ବଜାର ନିର୍ମିତ ହେଉଛି ସେଠାରେ ୪୦ଟି ହୋଲସେଲ କାଉଣ୍ଟର ସମେତ ୧୦୦ଟି ପିଣ୍ଡି...

ଏମକେସିଜିରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ନିଆଁ

0

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ । ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଓଟି ଦ୍ୱିତୀୟ ମହଲାରେ ଲାଗିଛି ନିଆଁ । ଏସି ସର୍ଟ ସର୍କିଟରୁ ନିଆଁ ଲାଗିଥିବାର ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇ ନାହିଁ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।  ମିଳିଥିବା ସୂଚନା ଅନୁଯାୟୀ, ଅପରେସନ୍ ଥିଏଟରରେ ଲାଗିଥିବା ଏସିରେ ସର୍ଟ ସର୍କିଟ୍ ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବା ପରେ...

ଦୁଇ ହଜାର ପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ ମାଗଣା

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ୟୁପିଆଇ ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମଡିଆର) ଲାଗୁ କରିବାକୁ ଘୋଷଣା କରିଛନ୍ତି । ସେପ୍ଟେମ୍ବର ୧୫ରେ ଅନୁଷ୍ଠିତ ୟୁପିଆଇ ପରିଚାଳନା କମିଟି ବୈଠକରେ ୨,୦୦୦ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନ ପାଇଁ ୟୁପିଆଇ ଏମଡିଆରକୁ ୪୦ ବିପିଏସ୍ କିମ୍ବା ୦.୪ ପ୍ରତିଶତ କରାଯାଇଛି । ଏହାର ଅର୍ଥ ହେଉଛି ୨,୦୦୦ରୁ ଅଧିକ ପେମେଣ୍ଟ ଉପରେ ବ୍ୟବସାୟୀଙ୍କୁ ୦.୪ ପ୍ରତିଶତ ଚାର୍ଜ ଦେବାକୁ ପଡ଼ିବ । ଅକ୍ଟୋବର ୧୫, ୨୦୨୬ରୁ କେତେକ ନିର୍ଦ୍ଦିଷ୍ଟ ମର୍ଚାଣ୍ଟ ଟ୍ରାଞ୍ଜାକସନ୍ (ପିଟୁଏମ) ଉପରେ ୟୁପିଆଇ...