ପୁଲିସ୍, ପରିବହନ ବିଭାଗ ପାଇଁ ଅଟୋ ଚାଳକ ଲଗାମଛଡା
ଭୁବନେଶ୍ୱର : ରାଜଧାନୀରେ ଅଟୋଚାଳକଙ୍କ ଆନ୍ଦୋଳନ ଓ ଗଣ୍ଡଗୋଳ ପୁଲିସ୍ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବାବେଳେ ଅଟୋଚାଳକଙ୍କ ପ୍ରତି ପୁଲିସ୍ ଓ ପରିବହନ ବିଭାଗ ଦୀର୍ଘଦିନ ଧରି କୋହଳ ମନୋଭାବ ପୋଷଣ କରିଆସୁଛି । ରାଜଧାନୀରେ ଚଳାଚଳ କରୁଥିବା ପ୍ରାୟତଃ କୌଣସି ଅଟୋରେ ମିଟର ଲାଗିନାହିଁ । ଯଦିଓ ଅଟୋ ପଞ୍ଜିକରଣ ପାଇଁ ମିଟର ବାଧ୍ୟତାମୂଳକ ଏବଂ ଏହା ଅଟୋରେ ଲଗାଯାଇଛି ବୋଲି ପରିବହନ ବିଭାଗ କାଗଜପତ୍ରରେ ଦର୍ଶାଯାଉଛି, କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ । ଅଟୋଗୁଡିକର ପଞ୍ଜିକରଣ ପରେ ତାହାର ମିଟର...
ବିଚାର ପ୍ରତୀକ୍ଷାରେ ୨୨ଲକ୍ଷ ମାମଲା
ଭୁବନେଶ୍ୱର : ବିଭିନ୍ନ ନ୍ୟାୟିକ ସଂସ୍ଥାରେ ଓଡ଼ିଶାରେ ଓ ଓଡ଼ିଶା ସରକାରଙ୍କର ଏବେ ପ୍ରାୟ ୨୨ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏଥିମଧ୍ୟରୁ ପାଖାପାଖି ୧୯ଲକ୍ଷ ମାମଲା ବିଭିନ୍ନ ଜିଲ୍ଲାରେ ଥିବା ଦେୱାନୀ ଓ ଫୌଜଦାରୀ ଅଦାଲତଗୁଡ଼ିକରେ ପଡିଥିବାବେଳେ ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ପ୍ରାୟ ୧ଲକ୍ଷ ୭୦ ହଜାର । ଓଡ଼ିଶା ହାଇକୋର୍ଟରେ ପ୍ରାୟ ଅଧା ବିଚାର ପଦବୀ ଖାଲି ପଡିଛି । ଏଠି ଏବେ ମାତ୍ର ୧୭ଜଣ ବିଚାରପତି କାର୍ଯ୍ୟରତ ଥିବାବେଳେ ସେମାନଙ୍କ ନିକଟରେ ବିଚାର ପାଇଁ ଅଛି...
SOA On ‘Safer Hospitals’
Bhubaneswar: A workshop on ‘Breaking the Chain: Modern Infection Control Strategies for Safer Hospitals’ was organised by the Department of Hospital Administration of the Institute of Business and Computer Studies, faculty of management sciences of SOA Deemed to be University here on Monday. The workshop focused on the critical question in healthcare-- how can hospitals systematically prevent infections by identifying...
SUM-2 Launches ECT Services
Bhubaneswar: In a significant boost to the regional mental healthcare infrastructure, the Department of Psychiatry at IMS and SUM Hospital-2 at Phulnakhara has successfully launched Modified Electroconvulsive Therapy (ECT) services. The commencement of the new facility was marked by the successful administration of the first Modified ECT on a patient diagnosed with schizophrenia, hospital sources confirmed. Dr. Bhabani Shankar, Head of...
ସ୍ୱଚ୍ଛତାରେ ପ୍ରଥମ ସ୍ଥାନ ହାସଲ ପାଇଁ ଆହ୍ୱାନ
ଭୁବନେଶ୍ୱର : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏବଂ କଟକ ମହାନଗର ନିଗମ (କେଏମସି)ରେ ସ୍ୱଚ୍ଛତା, ଡ୍ରେନେଜ୍ ଓ ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ପଦକ୍ଷେପ ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ରାଜ୍ୟର ଦୁଇ ପ୍ରମୁଖ ସହରାଞ୍ଚଳ ପାଇଁ ଏକ ଲକ୍ଷ୍ୟ ନିର୍ଦ୍ଧାରଣ କରି ମନ୍ତ୍ରୀ ଜାତୀୟ ସ୍ୱଚ୍ଛତା ସର୍ବେକ୍ଷଣ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିବାକୁ ବିଏମସି ଓ କେଏମସିକୁ ଆହ୍ୱାନ ଦେଇଛନ୍ତି । ପୂର୍ବରୁ ନିଜ ବର୍ଗରେ ଭୁବନେଶ୍ୱର...
ସମ୍ ରେ ଅତ୍ୟାଧୁନିକ ମୋଡିଫାଏଡ୍ ଇସିଟି ସେବା
ଭୁବନେଶ୍ୱର : ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ ଫୁଲନଖରାରେ ମାନସିକ ରୋଗ ବିଭାଗ ପକ୍ଷରୁ ଅତ୍ୟାଧୁନିକ ମୋଡିଫାଏଡ୍ ଇଲେକ୍ଟ୍ରୋକନଭଲସିଭ୍ ଥେରାପି (ଇସିଟି) ସେବା ଆରମ୍ଭ କରାଯାଇଛି । ଏହା ଦ୍ୱାରା ଉନ୍ନତ ମାନସିକ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ ହୋଇପାରିବ । ହସ୍ପିଟାଲ୍ରେ ସ୍କିଜୋଫ୍ରେନିଆରେ ପୀଡ଼ିତ ଜଣେ ରୋଗୀଙ୍କ ଉପରେ ସଫଳତାର ସହ ପ୍ରଥମ ମୋଡିଫାଏଡ୍ ଇସିଟି ପ୍ରୟୋଗ କରାଯିବା ସହ ଏହି ନୂତନ ସେବା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ଏହି ଅବସରରେ ମାନସିକ ରୋଗ ବିଭାଗର ମୁଖ୍ୟ...
ପିଆଇବି ଓ ସିବିସି ଭୁବନେଶ୍ୱରର କାର୍ଯ୍ୟ ସମୀକ୍ଷା
ଭୁବନେଶ୍ୱର : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପୂର୍ବାଞ୍ଚଳ ମହାନିର୍ଦ୍ଦେଶକ (ଡିଜି) ଶ୍ରୀ ଟି.ଭି.କେ. ରେଡ୍ଡୀ ଆଜି ଭୁବନେଶ୍ୱରସ୍ଥିତ ପିଆଇବି ଓ ସିବିସିର ଆଞ୍ଚଳିକ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ପିଆଇବି ଓ ସିବିସି, ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକଳାପ, ଉପଲବ୍ଧି ଏବଂ ଜାରି ରହିଥିବା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।ଏଥିସହିତ ସେ ବିଭିନ୍ନ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ଭବିଷ୍ୟତ କାର୍ଯ୍ୟଯୋଜନା ନେଇ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ମତ ବିନିମୟ କରିଛନ୍ତି...
ଏଣିକି ମାସକୁ ୨ଥର କ୍ୟାବିନେଟ
ଭୁବନେଶ୍ୱର : ମାସକୁ ୨ଥର ବସିବ କ୍ୟାବିନେଟ। ସରକାରଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବା ସହ କ୍ୟାବିନେଟ ନିଷ୍ପତ୍ତିର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏଣିକି ପ୍ରତିମାସରେ ଦୁଇଥର କ୍ୟାବିନେଟ ବୈଠକ ବସିବ। ଏଥିପାଇଁ ସମସ୍ତ ପ୍ରଶାସନିକ ବିଭାଗ ଆଗୁଆ ନିଜ ନିଜ ପ୍ରସ୍ତାବ ପ୍ରସ୍ତୁତ କରିବେ। ଏହା ସହ ନିର୍ଦ୍ଧାରିତ ବୈଠକର ଯଥେଷ୍ଟ ପୂର୍ବରୁ କ୍ୟାବିନେଟ ନୋଟ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। ଏ ନେଇ ନିକଟରେ ମୁଖ୍ୟ ଶାସନ ସଚିବଙ୍କ...
ଲୋକନିନ୍ଦାରୁ ରକ୍ଷା ପାଇଁ ପଞ୍ଚାୟତକୁ ୩ କୋଟି
ଭୁବନେଶ୍ୱର : ପ୍ରତି ପଞ୍ଚାୟତକୁ ୩ କୋଟି ଟଙ୍କା ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ ଏହାକୁ ରାଜ୍ୟ ସରକାରଙ୍କର ଆଉ ଏକ ଭେଳିକି ବୋଲି କହିଛି । ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ, ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ଦେବାରେ ବିଫଳ ହୋଇଥିବାରୁ, ଲୋକନିନ୍ଦାରୁ ରକ୍ଷା ପାଇବା ପାଇଁ ଏହି ଭେଳିକି କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଆଜି ବିଜୁ ଜନତା ଦଳ ତରଫରୁ...
DG, East Zone Reviews Activities of PIB & CBC
Bhubaneswar : Director General, Eastern Zone, Shri T.V.K. Reddy, today visited the Regional Offices of the Press Information Bureau (PIB) and Central Bureau of Communication (CBC), Bhubaneswar, and reviewed their activities, achievements and ongoing initiatives. He interacted with officers and staff and took stock of the outreach programmes, media-related activities and future action plans of the two organisations. Shri T.V.K....








