ମୋବାଇଲରେ ବାତ୍ୟା ସର୍ତକତା
ଭୁବନେଶ୍ୱର : ବାତ୍ୟା ମୁକାବିଲାରେ ବଡ ସହାୟକ ହେଉଛି ମୋବାଇଲ ଫୋନ୍ । ସରକାରଙ୍କ ତରଫରୁ ଛଡାଯାଉଥିବା ସତର୍କତା ମେସେଜ ଓ ସୋସିଆଲ ମିଡିଆ ପୋଷ୍ଟ ହେଉଥିବା ସତର୍କ ସୂଚନା ସମ୍ବଳିତ ଭିଡିଓ ଆଦି ନିମିଷକ ମଧ୍ୟରେ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ସେମାନଙ୍କୁ ବାତ୍ୟା ସଂକ୍ରାନ୍ତରେ ଆଗୁଆ ସୂଚନା ପ୍ରଦାନରେ ସହାୟକ ହେଉଛି । ୨୦୧୯ମସିହାରେ ଓଡିଶାର ଉପକୂଳ ଜିଲ୍ଲାରେ ତାଣ୍ଡବ ରଚିଥିବା ଫନି ମୁକାବିଲା ପାଇଁ ସରକାର ଏଭଳି ରଣନୀତି ଆପଣେଇ ଥିଲେ । ପରବର୍ତ୍ତୀ ବାତ୍ୟା ବୁଲ୍ ବୁଲ୍ ଓ...
ସମସ୍ୟା ବଢ଼ାଇପାରେ ଜାଲ୍ କୋଭିଡ୍ ରିପୋର୍ଟ
ଭୁବନେଶ୍ୱର : ରେଳ ଓ ବିମାନ ଯାତ୍ରା ପାଇଁ ଆର୍ଟିପିସିଆର୍ ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ଜାଲ୍ ରିପୋର୍ଟ ଦେଖାଇ ଅନେକ ଯାତ୍ରୀ ଯାତାୟାତ କରୁଥିବାରୁ କରୋନା ସଂକ୍ରମଣ ସମ୍ଭାବନା ବଢ଼ୁଛି । ତେବେ ସରକାର ସୀମିତ ସଂଖ୍ୟକ ବିମାନ ଓ ରେଳ ଚଳାଚଳ କରାଉଥିବା ବେଳେ ଏଭଳି ଜାଲିଆତି ଘଟଣା ସୁସ୍ଥ ଯାତ୍ରୀ ଓ ସେମାନଙ୍କ ପରିବାରଙ୍କ ମଧ୍ୟରେ ଆତଙ୍କ ଖେଳାଉଛି । ଏଠାରେ ଉଲ୍ଲେଖନୀୟ ଯେ ବିମାନ ବନ୍ଦରରେ ପ୍ରବେଶ ବେଳକୁ ୪୮ ଘଣ୍ଟା ପୂର୍ବର କରୋନା ଆର୍ଟିପିସିଆର୍ ପରୀକ୍ଷା...
ବାତ୍ୟା ଗତିପଥ ସୂଚନା ଦେଲେ ଏସ୍ଆରସି
ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଅବପାତ ରୂପ ନେଇଥିବାବେଳେ ଆସନ୍ତା କାଲି ସନ୍ଧ୍ୟାରେ ଏହା ସାମୁଦ୍ରିକ ଝଡ ଏବଂ ୨୬ ତାରିଖ ସନ୍ଧ୍ୟାରେ ଏହା ପାରାଦ୍ୱୀପ ଓ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ଅନୁମାନ କରାଯାଉଛି । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ପ୍ରାୟ ୧୨୦-୧୬୫ କି.ମି. ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି । ସ୍ଥଳଭାଗ ଛୁଇଁବାର ସବିଶେଷ ତଥ୍ୟ ପ୍ରାପ୍ତ ହୋଇ ନଥିଲେ...
ବାତ୍ୟା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ‘ୟାସ’ ଜନିତ ପରିସ୍ଥିତିର ମୁକାବିଲା ଲାଗି ହୋଇଥିବା ପ୍ରସ୍ତୁତି ଓ ଯୋଜନାର ସମୀକ୍ଷା କରିଛନ୍ତି। ଏଥିରେ ସେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ/ସଂସ୍ଥାର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ଯେ ‘ୟାସ’ ବାତ୍ୟା ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫-୧୬୫ କିମି କିମ୍ବା...
ପାରାଦୀପ ଆଡକୁ ମୁହାଁଉଛି ବାତ୍ୟା ‘ୟାସ୍’
ଭୁବନେଶ୍ୱର : ବାତ୍ୟା ୟାସର ପୂର୍ବାନୁମାନ କରି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆଜି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ବାଲେଶ୍ୱର ପାଖରୁ ପାଖାପାଖି ୭୦୦ କିଲୋମିଟର ଦୂରରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଛି । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବାର ପୂର୍ବାନୁମାନ କରିଛୁ । ତା'ପରେ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଅତି ପ୍ରବଳ ବାତ୍ୟାରେ ପରିଣତ...
ବୁଲା ପଶୁଙ୍କ ପାଇଁ ୫୫ଲକ୍ଷ ମଞ୍ଜୁର
ଭୁବନେଶ୍ୱର : କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣମାନେ ଖାଦ୍ୟ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ ୪୮ ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏ ସି ମାନଙ୍କୁ ପଞ୍ଚାବନ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ...
ଦେଶରେ କମୁଛି ଓଡିଶାରେ ବଢୁଛି
ଭୁବନେଶ୍ୱର : ସମଗ୍ର ଦେଶରେ କରୋନାର ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସ ପାଉଥିବାବେଳେ ଓଡିଶାରେ ଏହା କିନ୍ତୁ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ଅଢେଇ ଲକ୍ଷ ଥିବାବେଳେ ମୃତ୍ୟୁ ସଂଖ୍ୟା ୪ହଜାର ତଳକୁ ଖସି ଆସିଛି । ଦେଶରେ ସର୍ବୋଚ୍ଚ ସଂକ୍ରମଣ ଦୈନିକ ୪ଲକ୍ଷକୁ ଟପିଥିବାବେଳେ ମୃତ୍ୟୁସଂଖ୍ୟା ବି ୪ହଜାର ଉପରେ ରହୁଥିଲା । ତେବେ ଓଡିଶାରେ କିନ୍ତୁ ସଂକ୍ରମଣ ଓ ମୃତ୍ୟୁ କମିବା ପରିବର୍ତ୍ତେ ବୃଦ୍ଧି ପାଇ ଦୈନିକ ନୂଆ ରେକର୍ଡ କରିବାରେ ଲାଗିଛି...
୯ମ ବାତ୍ୟା ‘ୟାଶ’
ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଯଦି ବାତ୍ୟାରେ ପରିଣତ ହୋଇ ଓଡିଶାକୁ ପ୍ରଭାବିତ କରେ ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶାବାସୀ ୯ମ ବାତ୍ୟା ଭାବେ ଏହାକୁ ସାମ୍ନା କରିବେ । ୧୯୯୯ର ମହାବାତ୍ୟା ପରେ ବର୍ତ୍ତମାନ ସୁଦ୍ଧା ଓଡିଶା ୮ଟି ବାତ୍ୟାର ସମ୍ମୁଖୀନ ହୋଇଛି । ୨୦୦୦ ମସିହା ପରଠାରୁ ଓଡିଶା ସମ୍ମୁଖୀନ ହୋଇଥିବା ବାତ୍ୟାଗୁଡିକ ମଧ୍ୟରେ ରହିଛି ୨୦୧୩ରେ ଆସିଥିବା ଫାଇଲିନ୍, ୨୦୧୪ର ବାତ୍ୟା ହୁଡ୍ହୁଡ୍, ୨୦୧୮ ରେ ଆସିଥିବା ବାତ୍ୟା ତିତିଲି, ପେଥାଇ...
ସଙ୍କୁଚିତ ହେବ ନିଯୁକ୍ତି କ୍ଷେତ୍ର
ଭୁବନେଶ୍ୱର : ଏବେ ଆଉ କିଛିବର୍ଷ ପାଇଁ ସରକାରୀ ଚାକିରିରେ ନିଯୁକ୍ତି କ୍ଷେତ୍ର ଅଧିକ ସଙ୍କୁଚିତ ହେବ । କେନ୍ଦ୍ର ସମେତ ସମସ୍ତ ରାଜ୍ୟର ଆର୍ଥିକ ବ୍ୟବସ୍ଥା ଉପରେ କରୋନା ସାଂଘାତିକ ଆକ୍ରମଣ କରିଥିବା ପରିପ୍ରେକ୍ଷୀରେ ସରକାର ନିଯୁକ୍ତି କ୍ଷେତ୍ରରେ ଘୋଷିତ କିମ୍ବା ଅଘୋଷିତ କଟକଣା ଲାଗୁ କରିବାକୁ ବାଧ୍ୟ ହୋଇପାରନ୍ତି ବୋଲି ଅର୍ଥନୀତି ବିଶାରଦମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ରାଜ୍ୟରେ ଏବେ ବିଭିନ୍ନ ସରକାରୀ, ଅର୍ଦ୍ଧ ସରକାରୀ, ସ୍ୱୟଂଶାସିତ ଓ ସାହାଯ୍ୟପ୍ରାପ୍ତ ସଂସ୍ଥାଗୁଡିକରେ ପ୍ରାୟ ଦେଢ ଲକ୍ଷ ପଦ ପଦବୀ ଖାଲିପଡିଛି ।...
Odisha Faces Double Whammy
Bhubaneswar: Amid the surge of the second wave of the COVID-19 pandemic, Odisha now faces a double whammy following IMD forecast of the possibility of a very severe cyclonic storm in the Bay of Bengal. The storm is likely to impact the North Odisha region and thus a cause of concern for the state administration. It is a fact that...










