ଆଇଟିଆଇ ପାଠରେ ନିଯୁକ୍ତି ଅଧିକ
ଭୁବନେଶ୍ୱର : ରାଜ୍ୟରେ ଡିପ୍ଲୋମା ପଢୁଆଙ୍କ ତୁଳନାରେ ଆଇଟିଆଇ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଅଧିକ ସଂଖ୍ୟାରେ ନିଯୁକ୍ତି ପାଉଛନ୍ତି । ରାଜ୍ୟ ସରକାରଙ୍କ କେନ୍ଦ୍ରୀୟ ନିଯୁକ୍ତି ସେଲ୍ ଜରିଆରେ ଗତ ୮ବର୍ଷରେ ୪୭୫୬ଜଣ ଡିପ୍ଲୋମା ଡିଗ୍ରୀଧାରୀ ନିଯୁକ୍ତି ପାଇଥିବାବେଳେ ଆଇଟିଆଇଙ୍କ ସଂଖ୍ୟା ୧୦ହଜାରରୁ ଅଧିକ ରହିଛି । ବୈଷୟିକ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଲାଗି ରାଜ୍ୟ ସରକାର ୨୦୧୪ ମସିହାରେ କେନ୍ଦ୍ରୀୟ ନିଯୁକ୍ତି ସେଲ୍ ପ୍ରତିଷ୍ଠା କରିଥିବାବେଳେ ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୪୭୫୬ଜଣ ଡିପ୍ଲୋମା ଡିଗ୍ରୀଧାରୀ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି ।...
ମାମଲା ସଂଖ୍ୟା କମାଇବ ଅଭିଯୋଗ ଫଏସଲା
ଭୁବନେଶ୍ୱର : ଅଭିଯୋଗ ଶୁଣାଣି ଓ ସେଗୁଡିକର ଫଏସଲା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଲେ ଆଇନ ଅଦାଲତଗୁଡିକରେ ମାମଲା ସଂଖ୍ୟା ହ୍ରାସ ପାଇବା ସହ ତହସିଲଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ପ୍ରଶାସନ କଳ ଉପରେ ବି ଚାପ କମିବ । କେବଳ ସେତିକି ନୁହେଁ, ଏହାର ପ୍ରତିଫଳନ ସ୍ୱରୂପ ରାଜକୋଷର ବ୍ୟୟଭାର ମଧ୍ୟ ଅନେକ ପରିମାଣରେ କମିବ ପାଇବ ବୋଲି ଆଶା କରାଯାଉଛି । ଏ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ତଳୁ ଉପର ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଅଭିଯୋଗ ଶୁଣାଣି ଓ ଫଏସଲା...
No Landfall By Asani; IMD
Bhubaneswar: IMD said that Cyclone Asani, formed over the southeast Bay of Bengal, further intensified into a severe cyclonic storm on Sunday evening as it moved northwestwards in the direction of north Andhra Pradesh-Odisha coasts. The cyclone, on reaching west-central and adjoining northwest Bay of Bengal off north Andhra Pradesh-Odisha coasts on Tuesday, is very likely to recurve north-northeast wards...
ରାଜଭବନରେ ପ୍ରଦର୍ଶିତ ହେଲା ପରିଚୟ
ଭୁବନେଶ୍ୱର : ରାଜଭବନରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପରିଚୟ’ର ସ୍ୱତନ୍ତ୍ର ପ୍ରଦର୍ଶନ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ଚଳଚ୍ଚିତ୍ରଟି ଉପଭୋଗ କରିବା ସହିତ ଏପରି ସୃଜନ ପ୍ରୟାସକୁ ପ୍ରଶଂସା କରିଛନ୍ତି । ସେ ଚଳଚ୍ଚିତ୍ରର ବିଷୟକୁ ଭାବ-ଉଦ୍ରେକକାରୀ ଓ ଏହାର ବାର୍ତ୍ତା ପ୍ରଭାବଶାଳୀ ବୋଲି ଉଲ୍ଲେଖକରିଛନ୍ତି । ‘ପରିଚୟ’ର ପ୍ରଯୋଜକ ଓ ନିର୍ଦ୍ଦେଶକ ସାତ୍ୟକି ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗୋଟିଏ ଜାରଜର ଅତ୍ମପରିଚୟ ଅନେ୍ୱଷଣ ଏବଂ ସମାଜର ଅବହେଳା ଓ ଉଦାସୀନତା ଚଳଚ୍ଚିତ୍ରର ଭାବବସ୍ତୁ ବୋଲି ପ୍ରକାଶ...
ଆଦିଶକ୍ତି ବା ମା’ ହେଉଛନ୍ତି ସର୍ବଶକ୍ତିମାନ
ଭୁବନେଶ୍ୱର : ଆମେ ସମେସ୍ତ ଆଦିଶକ୍ତିଙ୍କ ଗର୍ଭରୁ ଜାତ । ଏହି ଆଦିଶକ୍ତି ବା ମା’ ହେଉଛନ୍ତି ସର୍ବ ଶକ୍ତିମାନ । ଯୁଗେ ଯୁଗେ ମାତୃ ଉପାସନା ରହିଛି । ଯେଉଁଠି ମା’ ଅଛି ସେଠାରେ ଯୁଦ୍ଧ ନାହିଁ । ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓମେନ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫାର (ୱସ୍ୱ) ପକ୍ଷରୁ ଆଜି ଜୟଦେବଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ମାତୃ ଦିବସ ଅବସରରେ ଭର୍ଚୁଆଲ ଜରିଆରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହା କହିଛନ୍ତି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର...
ବାଟ ଭାଙ୍ଗି ଚାଲିଯିବ ବାତ୍ୟା
ଭୁବନେଶ୍ୱର : ଓଡିଶା ଉପକୂଳ ଆଡେ ମୁହାଁଇଥିବା ବାତ୍ୟା ସ୍ଥଳଭାଗ ଛୁଇଁବନି । ଉପକୂଳ ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଏହା ସମୁଦ୍ର ଭିତରେ ବାଟ ଭାଙ୍ଗି ଚାଲିଯିବ । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏହି ସୂଚନା ଦେଇଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ ଆଜି ସଂଧ୍ୟାସୁଦ୍ଧା ବାତ୍ୟା ଆସିନ ପୁରୀ ଠାରୁ ୮୧୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଗତ ୬ଘଣ୍ଟା ହେଲା ବାତ୍ୟା ଘଣ୍ଟାକୁ ୧୪ କିଲୋମିଟର ବେଗରେ ଆଗକୁ...
Rajat Kar No More
Bhubaneswar: Padma Shri Rajat Kumar Kar is no more. Mr.Kar, an eminent litterateur passed away at a private hospital in Bhubaneswar on Sunday, his son said. He was 88 years old and had heart-related ailments, he said. Mr.Kar complained of chest pain around 5 PM and when rushed to the hospital, doctors declared him dead, said he. Mr.Kar was fine till noon and...
ପରଲୋକରେ ରଜତ କର
ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ପଦ୍ମଶୀ ରଜତ କର ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୮୮ ବର୍ଷ ବୟସରେ ରାଜଧାନୀର ଏକ ଘେରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଭାବେ ଓଡିଶା ତଥା ଓଡିଶା ବାହାରେ ଶ୍ରୀ କର ବେଶ୍ ପରିଚିତ ଥିଲେ । ରଥଯାତ୍ରା ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ଓ ଆକାଶବାଣୀରେ ଶ୍ରୀଜନ୍ନାଥଙ୍କ ଘୋଷଯାତ୍ରାର ସେ ନିୟମିତ ଧାରା ବିବରଣୀ ପ୍ରଦାନ କରୁଥିଲେ । ତେବେ ତାଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ...
ରାଜ୍ୟସଭା ପାଇଁ ୪୦ ଆଶାୟୀ
ଭୁବନେଶ୍ୱର : ଓଡିଶାର ୪ଟି ରାଜ୍ୟସଭା ଆସନପାଇଁ ନିର୍ବାଚନ ହେବାକୁ ଯାଉଥିବାବେଳେ ଏଥିପାଇଁ ଆଶାୟୀଙ୍କ ସଂଖ୍ୟା ୪୦ ଛୁଇଁଲାଣି । କେବଳ ବିଜେଡି ନୁହେଁ ବିଜେପି ଶିବିରରେ ବି ଏଥିଘେନି ତତ୍ପରତା ଲକ୍ଷ୍ୟ କରାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ନିକଟରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଡକ୍ଟର ସସ୍ମିତ ପାତ୍ର ଓ ଏନ୍.ଭାଷ୍କର ରାଓଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରିବାକୁ ଯାଉଛି । ଏହି ତିନିଟି ସ୍ଥାନରେ ଯେଉଁମାନେ ନିର୍ବାଚିତ ହେବେ ସେମାନଙ୍କ କାର୍ଯ୍ୟକାଳ ଛଅବର୍ଷ ରହିବ । ଏହାଛଡା ଦୁଇବର୍ଷ ଧରି ରାଜ୍ୟସଭାର...
ମୋ ବସରେ ଯାତ୍ରୀ ଭିଡ
ଭୁବନେଶ୍ୱର : ତୈଳ ଦରବୃଦ୍ଧି ଯୋଗୁଁ ରାଜଧାନୀବାସୀ ଏବେ ନିଜ ନିଜ ଗାଡିରେ ଯିବା ବଦଳରେ ଟାଉନବସରେ ଯିବାକୁ ଆଗ୍ରହୀ । ଗତ ତିନିମାସରେ ରାଜଧାନୀରେ ଗଡୁଥିବା ‘ମୋ ବସ୍’ ରେ ବଢୁଥିବା ଯାତ୍ରୀ ସଂଖ୍ୟାରୁ ଏହା ସ୍ପଷ୍ଟ ହୋଇଛି । ଚଳିତବର୍ଷ ଜାନୁୟାରୀ ମାସରେ ମୋ ବସ୍ରେ ଦୈନିକ ପାଖାପାଖି ଲକ୍ଷେ ଯାତ୍ରୀ ଯା’ ଆସ କରିଥିବାବେଳେ ଫେବୃୟାରୀରେ ଏହି ସଂଖ୍ୟା ଏକ ଲକ୍ଷ ୨୩ହଜାରକୁ ଯାଇଇଥିଲା । ସେହିଭଳି ମାର୍ଚ୍ଚ ମାସରେ ଦୈନିକ ଏକ ଲକ୍ଷ ୩୭ହଜାରରୁ ଅଧିକ ଯାତ୍ରୀ ମୋ...









