ଅଚଳ ପାଠାଗାର
ଭୁବନେଶ୍ୱର : ଓଡିଆ ଭାଷାର ପ୍ରଚାର ପ୍ରସାର ସହିତ ପ୍ରବାସୀ ଓଡିଆଙ୍କ ସହ ସମ୍ପର୍କ ସୁଦୃଢ ପାଇଁ କୋଲକତାରେ ପ୍ରତିଷ୍ଠା ହୋଇଥିବା ପାଠାଗାରଟି ଏବେ ଅଚଳ । ରାଜ୍ୟ ସରକାରଙ୍କ ଏହି ପାଠାଗାରରେ ତାଲା ଝୁଲୁଥିବାରୁ ପ୍ରବାସୀ ଓଡିଆମାନେ ଚାହିଁଲେ ମଧ୍ୟ ଏହାର ସଦୁପଯୋଗ କରିପାରୁ ନାହାନ୍ତି । ତିନି ଦଶନ୍ଧି ପୂର୍ବେ ରାଜ୍ୟ ସରକାର ଓଡିଶାର ବିଭିନ୍ନ ସ୍ଥାନ ସମେତ କୋଲକତା ଓ ନୂଆଦିଲ୍ଲୀ ଠାରେ ସୂଚନାକେନ୍ଦ୍ର- ପାଠାଗାର ନିର୍ମାଣ କରିଥିଲେ । ଏଥିପାଇଁ ବିଭିନ୍ନ ପ୍ରକାର ଓଡିଆ ପାଠ୍ୟପୁସ୍ତକ ସହିତ ଅନ୍ୟାନ୍ୟ...
ନୂଆ ଜିଲ୍ଲାପାଳ ଓ ଏସପି ନିଯୁକ୍ତି
ଭୁବନେଶ୍ଵର : ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଆଜି କଟକ ଓ ଜଗତସିଂହପୁର ଜିଲ୍ଲା ପାଇଁ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର ଅରିନ୍ଦମ ଡାକୁଆଙ୍କୁ କଟକର ନୂତନ ଜିଲ୍ଲାପାଳ ଏବଂ ୨୦୧୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅନୁପମ ସାହାଙ୍କୁ ଜଗତସିଂହପୁରର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) ବିନୀତ ଭରଦ୍ୱାଜ ଏବଂ...
BJD Announces More Candidates
Bhubaneswar: The Governing Biju Janata Dal (BJD) President and Chief Minister Naveen Patnaik today announced names of another nine MLA candidates. So far, the party has announced candidates for 108 MLA and 20 MP seats. The party has re-nominated Sarada Prasad Nayak for Rourkela, Sworup Kumar Das for Balasore and Prasant Behera for Salepur MLA seats. Former MLA Prakash...
ସମ୍ମମ୍ ସିଇଓଙ୍କୁ ‘ଉତ୍କଳ ପ୍ରତିଭା ସମ୍ମାନ’
ଭୁବନେଶ୍ୱର : ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍)ର ଚିଫ୍ ଏଗ୍ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶଙ୍କୁ ଏପ୍ରିଲ୍ ୧ ତାରିଖ ଉତ୍କଳ ଦିବସ ଅବସରରେ ଉତ୍କଳ ପ୍ରତିଭା ଫାଉଣ୍ଡେସନ୍ ପକ୍ଷରୁ ‘ଉତ୍କଳ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅସାଧାରଣ ଅବଦାନ ନିମନ୍ତେ ଡକ୍ଟର ଦାଶଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । “ଆପଣଙ୍କର ଅନନ୍ୟ ପ୍ରଚେଷ୍ଟା ଓ ଅତୁଳନୀୟ ଅବଦାନ କେବଳ ଆମ ରାଜ୍ୟ ପାଇଁ ଗୌରବ ନୁହେଁ ବରଂ ଦେଶ ପ୍ରତି ଅନେକ ବ୍ୟକ୍ତିଙ୍କୁ ଏଭଳି ମହତ...
New DMs SPs Appointed
Bhubaneswar: Following the orders of Election Commission of India (ECI), the State Government today appointed new District Magistrates for Cuttack and Jagatsinghpur districts. As per a notification published by the General Administration and Public Grievances Department, 2011 batch IAS Officer Arindam Dakua has been appointed as new Collector of Cuttack while 2012 batch IAS Officer Anupam Saha is the new...
Party Jumping Continues
Bhubaneswar: With the announcements of maximum candidates by three major parties BJD, BJP and Congress, the ticket aspirants, who are denied tickets by their party, are moving to other parties to test their electoral fortune. Former president of BJD’s Jagatsinghpur district unit, Amarendra Das today joined BJP in the presence of State President Manmohan Samal and Odisha election in-charge Vijaypal Singh...
ପଦ୍ମ ଧରିଲେ ଅମରେନ୍ଦ୍ର
ଭୁବନେଶ୍ୱର : ବିଜେଡିର ପୂର୍ବତନ ଜଗତ୍ସିଂହପୁର ଜିଲ୍ଲା ସଭାପତି ତଥା କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଆଜି ନିଜର ଦଳ ବଳ ସହିତ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି । ଶ୍ରୀ ଦାସ ଦୁଇ ଦିନ ତଳେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଜଗତ୍ସିଂହପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା ପାଇଁ ଶ୍ରୀ ଦାସ ଅନ୍ୟତମ ଦାବିଦାର ଥିବାବେଳେ କିଛିଦିନ ଧରି ନିର୍ବାଚନମଣ୍ଡଳୀରେ ସେ ବିଜେଡି ବ୍ୟାନରରେ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଥିଲେ ।...
ଶେଷ ମହୂର୍ତ୍ତରେ ବଦଳିପାରେ ପ୍ରାର୍ଥୀ ତାଲିକା
ଭୁବନେଶ୍ୱର : ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ତାଲିକା ଘୋଷଣା ନେଇ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି । ଏ ପରିପ୍ରେକ୍ଷୀରେ କେତେକ କ୍ଷେତ୍ରରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ବି ଘୋଷିତ ପ୍ରାର୍ଥୀଙ୍କ ସ୍ଥାନରେ ନୂତନ ପ୍ରାର୍ଥୀଙ୍କୁ ଦଳୀୟ ଟିକଟ ଦିଆଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏଯାବତ୍ ବିଜେପି ୨୧ଟି ଯାକ ଲୋକସଭା ଏବଂ ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ବିଜେଡି ୨୦ଟି ଲୋକସଭା ଓ ୯୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ...
ନିଆଁରେ ଚାରିଗୁଣ ଅଧିକ ଜଙ୍ଗଲ କ୍ଷୟ
ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ, ଖଣି ଓ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ଯେତିକି ଜଙ୍ଗଲ ନଷ୍ଟ ହେଉଛି ତାହାର ଚାରିଗୁଣରୁ ଅଧିକ ଜଙ୍ଗଲ ନିଆଁରେ ପୋଡି ଯାଉଛି । ଗତ ଦଶ ବର୍ଷର ଜଙ୍ଗଲ କ୍ଷୟ ପରିସଂଖ୍ୟାନ ଅଧ୍ୟୟନରୁ ଏହା ଜଣାଯାଇଛି । ରାଜ୍ୟରେ ଶିଳ୍ପ, ଖଣି ଓ ଭିତ୍ତିଭୂମି ନିର୍ମାଣ ପାଇଁ କେତେକ ସ୍ଥାନରେ ଜଙ୍ଗଲ ଜମି ଆବଶ୍ୟକ ହୋଇଥାଏ । ଜଙ୍ଗଲ ଜମିକୁ ନେବାପାଇଁ ଆଇନ୍ ଅନୁଯାୟୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଏ । ଜଙ୍ଗଲ ସଂରକ୍ଷଣ ଆଇନ୍ ୧୯୮୦ ଅନୁଯାୟୀ ଆବଶ୍ୟକ...
ମତଦାନ ହାର ବୃଦ୍ଧି ପାଇଁ ପ୍ରୟାସ
ନୂଆଦିଲ୍ଲୀ : କମ୍ ମତଦାନ ହାର ରହିଥିବା ୧୧ଟି ରାଜ୍ୟର ନିର୍ଦ୍ଦିଷ୍ଟ ସହରାଞ୍ଚଳ ମହାନଗର ନିଗମ ଆୟୁକ୍ତ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ମତଦାନ ହାର ବୃଦ୍ଧି ପାଇଁ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏଭଳି ଏକ ପ୍ରୟାସ କରାଯାଉଛି । ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନରେ ଆସନ୍ତାକାଲି ବୈଠକ ଆୟୋଜନ କରାଯିବ । ଏଥିରେ ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ରେ ମତଦାନ ହାର ବୃଦ୍ଧି ପାଇଁ ଉପାୟ ସମ୍ପର୍କରେ ଆଲୋଚନା...










