ଏବର୍ଷ ୫ଟି ସ୍ଥାନରେ ଇକୋ ରି ଟ୍ରିଟ୍‍

0

କୋଣାର୍କ ଠାରେ ସଫଳତାର ସହ ଆୟୋଜିତ ହୋଇଥିବା ଇକୋ ରିଟ୍ରିଟ୍‍ ଢାଞ୍ଚାରେ ଆସନ୍ତା ଡିସେମ୍ବର ମାସରେ ରାଜ୍ୟର ୫ଟି ସ୍ଥାନରେ ଅନୁରୂପ ପର୍ଯ୍ୟଟନ ମେଳା ଆୟୋଜନ ହେବ । କୋଣାର୍କ ସହିତ ଭତରକନିକା, ଦାରିଙ୍ଗିବାଡି, ହୀରାକୁଦ ଓ ସାତକୋଶିଆରେ ଏହା ଅନୁଷ୍ଠିତ ହେବବୋଲି ସୂଚନା ମିଳିଛି । ରାଜ୍ୟ କ୍ରୀଡା ଓ ପର୍ଯ୍ୟଟନ ସଚିବ ବିଶାଳ ଦେବ ଇକୋ ରି ଟ୍ରିଟ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ୨୦୧୯-୨୦ ବର୍ଷରେ କୋଣାର୍କ ବେଳାଭୂମିରେ ରାଜ୍ୟ ସରକାର ସଫଳତାର ସହ ରିଟ୍ରିଟ୍‍ ଆୟୋଜନ କରିଥିବାବେଳେ ଏହା...

Clean Puri Calling !

0

When Blawant Singh took over as Collector Puri, he made a pledge to keep Holy City Clean as the pilgrims were greeted with stinking garbage. Entire Holy City was is ill-maintained and foul smell emanates from the rotting garbage heaps. Be it the gates of 12th Century shrine of Lord Jagannath or the Golden Beach Coconut shells, vegetable waste, used plastic cups and...

ରାଜଧାନୀର ଗଳିକନ୍ଦିରେ ନିଶା କାରବାର

0

ରାଜଧାନୀର ରାଜରାସ୍ତା ଠାରୁ ଆରମ୍ଭକରି ଗଳିକନ୍ଦି ପର୍ଯ୍ୟନ୍ତ ଚାରିଆଡେ ଏବେ ଚୋରା ନିଶାର ପ୍ରାବଲ୍ୟ ବଢି ଚାଲିଛି । ଏଥିଯୋଗୁଁ ସାଧାରଣ ଲୋକଙ୍କ ଧନଜୀବନ ବିପନ୍ନ ହେବା ସହ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେଉଛି ଏବଂ ଦୁର୍ଘଟଣା ସମେତ ରୋଗବ୍ୟାଧି ବି ବ୍ୟାପୁଛି । ପ୍ରାୟ ପ୍ରତିଦିନ କମିଶନରେଟ ପୁଲିସ୍‍ ଗଞ୍ଜେଇ, ବ୍ରାଉନସୁଗାର ଓ ଅନ୍ୟାନ୍ୟ ଚୋରା ନିଶା ସାମଗ୍ରୀ ଜବତ କରୁଛି । ଏହା ସତ୍ୱେ ବି ନିଶା ପ୍ରସାର ନିୟନ୍ତ୍ରିତ ହେବା ପରିବର୍ତ୍ତେ ଲଗାମଛଡା ଭାବେ ବଢିଚାଲିଛି । କରୋନା ଲକ୍‍ଡାଉନ୍‍ ସମୟରେ...

ଛାତ୍ରଛାତ୍ରୀଙ୍କ ପାଠପଢାକୁ ନେଇ ପ୍ରଶ୍ନବାଚୀ

0

ରାଜ୍ୟରେ ବିଦ୍ୟାଳୟ ଖୋଲିବା ଏବେ ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଇଥିବାବେଳେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିଭଳି ପାଠ ପଢିବେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦିଓ ସରକାର ଅନ୍‍ଲାଇନ୍‍ରେ ପାଠପଢା ଜାରି ରହିବବୋଲି କହୁଛନ୍ତି ତେବେ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ମାର୍ଟଫୋନ୍‍ର ଅଭାବ ସାଙ୍ଗକୁ ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ୍‍ ସମସ୍ୟା ଏ କ୍ଷେତ୍ରରେ ବଡ ପ୍ରତିବନ୍ଧକ ସାଜିଛି । ଅନ୍‍ଲାଇନ୍‍ ପାଠପଢା ପାଇଁ ସ୍ମାର୍ଟଫୋନ୍‍ ଆବଶ୍ୟକ । ଏହା ମାଧ୍ୟମରେ ପିଲାମାନେ ସିଧାସଳଖ ଶିକ୍ଷକଙ୍କୁ ଦେଖି ପାଠ ପଢିବା ସହିତ ସେମାନଙ୍କ ଠାରୁ...

୩ଲକ୍ଷ ଟପିଲା କରୋନା

0
Covid-19

କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୩ ଲକ୍ଷ ଟପିଛି । ରାଜ୍ୟରୁ ୧୩୭୨ ନୂଆ କରୋନା ରୋଗୀ ଚିହ୍ନଟ ସହିତ ମୋଟ୍‍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦,୧୪୦କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।କରୋନା ତାଲିକାରେ ଖୋରଧା ଜିଲ୍ଲା ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରେ ସର୍ବାଧିକ ୪୯,୭୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଟକରେ ୨୬,୬୪୫, ଗଞ୍ଜାମରେ ୨୧,୩୬୩, ପୁରୀରେ ୧୨,୧୯୦, ମୟୁରଭଞ୍ଜରେ ୧୧,୯୦୭, ସୁନ୍ଦରଗଡରେ ୧୧,୬୮୨, ଯାଜପୁରରେ ୧୧,୧୦୨...

ଖଣିଜ ପାଣ୍ଠି ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ

ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କା ହେଉଛି ଲୋକଙ୍କ ଟଙ୍କା। ଏହାର ସବୁ ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭିଡିଓ କନ୍‌ଫରେନସିଂ ଜରିଆରେ ଆନନ୍ଦପୁରର ସିଂହନାଳୀରେ ୨୪ ମେଗାୱାଟ ବିଶିଷ୍ଟ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦୁଝର ଜିଲ୍ଲାର ଉଭୟ ଦେଶ ଓ ରାଜ୍ୟ ଅର୍ଥନୀତିରେ ବିଶେଷ ଅବଦାନ ରହିଛି। କେନ୍ଦୁଝରରେ ଏକ ମେଡିକାଲ କଲେଜ ଓ ହସ୍‌ପିଟାଲ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ଜିଲ୍ଲାର...

ପଦୋନ୍ନତି ପାଇଁ ପଦକ୍ଷେପ ନିଅ

୨୦୨୧ ବର୍ଷର ବିଭିନ୍ନ ପଦୋନ୍ନତି ପାଇଁ ସମସ୍ତ ପ୍ରକ୍ରିୟା ଚଳିତ ବର୍ଷ ଡିସେମ୍ବର ମାସ ମଧ୍ୟଭାଗ ସୁଦ୍ଧା ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ କର୍ମ·ରୀଙ୍କ ପଦୋନ୍ନତି କ୍ଷେତ୍ରରେ ବାରମ୍ବାର ହେଉଥିବା ଅହେତୁକ ବିଲମ୍ବକୁ ଦୃଷ୍ଟିରେ ରଖି ମୁଖ୍ୟ ସଚିବ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ସରକାରୀ କର୍ମ·ରୀଙ୍କ ପଦୋନ୍ନତି କ୍ଷେତ୍ରରେ ବାରମ୍ବାର ହେଉଥିବା ବିଲମ୍ବ ସରକାରଙ୍କ ଦୃଷ୍ଟିକୁ ଆସିବା ପରେ କର୍ମ·ରୀଙ୍କ ପଦୋନ୍ନତି ପାଇଁ ତତ୍ପରତାର ସହିତ ପଦକ୍ଷେପ ନେବା ପାଇଁ ଗତ...

ଧିମେଇଛି ଆତ୍ମ ନିର୍ଭର ଭାରତ

ସଂଖ୍ୟାଧିକ ପୌରସଂସ୍ଥା ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ଋଣ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରୁନଥିବାରୁ ଆତ୍ମ ନିର୍ଭର ଭାରତ ଯୋଜନା ପ୍ରଭାବିତ ହେବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍‍ ଯୋଜନା ପିଏମ୍‍ ଏସ୍‍ଭିଏ ନିଧି ଯୋଜନାରେ ଷ୍ଟ୍ରିଟ୍‍ ଭେଣ୍ଡରମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ କେନ୍ଦ୍ର ଆର୍ଥିକ ସେବା ବିଭାଗ ଚାପ ପକାଉଛି । କୋଭିଡ ମହାମାରୀ ସମୟରେ ଏହି ଯୋଜନା ଧିମେଇ ଯାଇଥିବାବେଳେ ପୌରସଂସ୍ଥାଗୁଡିକ ଅନାଗ୍ରହ ଯୋଗୁଁ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏହା ଗୃହ ନିର୍ମାଣ...

ଓଡିଶା ପ୍ରତି ନିବେଶକାରୀ ଆକୃଷ୍ଟ

0

ରାଜ୍ୟର ଶିଳ୍ପ ଅର୍ଥନୀତି ଦ୍ରୁତ ଗତିରେ ପୂର୍ବାବସ୍ଥାକୁ ଫେରୁଥିବାବେଳେ ରାଜ୍ୟ ଏବେ ବିଭିନ୍ନ ନିବେଶକାରୀମାନଙ୍କୁ ଆକୃଷ୍ଟ କରିବାରେ ଲାଗିଛି । କେନ୍ଦ୍ର ବର୍ହି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଓଡିଶାରେ ପୁଞ୍ଜିନିବେଶ, ରପ୍ତାନି, ପର୍ଯ୍ୟଟନ ସହିତ ଅନ୍ୟାନ୍ୟ କ୍ଷେତ୍ରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି । ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ନିୟମିତ ଭାବେ କେନ୍ଦ୍ର ସରକାର, ନିବେଶକାରୀ ଏବଂ କର୍ପୋରେଟ କ୍ଷେତ୍ର ସହିତ ଯୋଗାଯୋଗରେ ରହିବା ସହିତ ବର୍ହି ବ୍ୟାପାର ମନ୍ତ୍ରାଳୟ ସହିତ ମଧ୍ୟ ସମ୍ପର୍କରେ ଅଛନ୍ତି ।...

ଠିକଣା ସମୟରେ ହୋଇପାରିବନି ପରୀକ୍ଷା

0

ମାଟ୍ରିକରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ କୌଣସି ବୋର୍ଡ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ଚଳିତ ଶିକ୍ଷାବର୍ଷରେ ଠିକଣା ସମୟରେ ହୋଇପାରିବ ନାହିଁ । କରୋନା ସଂକ୍ରମଣ ଜନିତ ଅବସ୍ଥା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡିକ ପ୍ରାୟ ୮ମାସ ଧରି ବନ୍ଦ ରହିଥିବାବେଳେ ଏବେ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଏଗୁଡିକ ଖୋଲିବନାହିଁ । ତେବେ ଜାନୁୟାରୀମାସରେ ସ୍ଥିତିକୁ ଦେଖି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନଖୋଲିବା ଘେନି ପଦକ୍ଷେପ ନିଆଯିବ । ସାଧାରଣତଃ ଫେବୃୟାରୀ-ମାର୍ଚ୍ଚ ମାସରୁ ମାଧ୍ୟମିକ ଶିକ୍ଷାବୋର୍ଡ, ସିବିଏସ୍‍ଇ ଓ ଆଇସିଏସ୍‍ଇ ଆଦି ପାଠ୍ୟକ୍ରମର ଦଶମ ଓ ଦ୍ୱାଦଶ ପରୀକ୍ଷା...