ରେଳବାଇର ଗୋଟିଏ ହେଲ୍ପଲାଇନ୍ ନମ୍ବର – ୧୩୯

0

ଭୁବନେଶ୍ୱର : ରେଳବାଇରେ ଥିବା ସମସ୍ତ ହେଲ୍ପଲାଇନ ନମ୍ବରକୁ ହେଲ୍ପଲାଇନ ନମ୍ବର-139 ସହିତ ମିଶ୍ରଣ କରାଯାଇଅଛି ଯାହାକି ଯାତ୍ରୀମାନେ କିମ୍ବା ରେଳବ୍ୟବହାରକାରୀମାନେ ଏହି ନମ୍ବରକୁ ମନେ ରଖିବା ପାଇଁ ଏବଂ ରେଳବାଇ ସହିତ ଯୋଗାଯୋଗ କରିବା ସହଜ ହୋଇ ପାରିବ | ଯାତ୍ରୀଙ୍କ ସୁବିଧା ଏବଂ ଏକ ଐକିକ ନମ୍ବରକୁ ମନେ ରଖି ରେଳବାଇ ସହିତ ଯୋଗାଯୋଗ ସହଜ ପାଇଁ ଏକ ଲକ୍ଷ୍ୟ ସହିତ ରେଳବାଇ ହେଲ୍ପଲାଇନ ନମ୍ବର 139 ସହିତ ସୁରକ୍ଷା, ସାଧାରଣ ଅଭିଯୋଗ, କ୍ୟାଟରିଂ, ଭିଜିଲାନ୍ସ ଇତ୍ୟାଦି ସମସ୍ତ ହେଲ୍ପଲାଇନ ନମ୍ବରକୁ...

କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ: ଆଜି ଭାରତୀୟ ମୁକ୍ତି ସଂଗ୍ରାମର ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପବିତ୍ର ଜନ୍ମ ଦିବସ । ଆଜିଠାରୁ ସାରା ଦେଶରେ ନେତାଜୀଙ୍କର ୧୨୫ତମ ଜନ୍ମବାର୍ଷିକୀ ପାଳନ ଆରମ୍ଭ ହୋଇଛି । ଏହି ଅବସରରେ ନେତାଜୀଙ୍କୁ ତାଙ୍କର ଜନ୍ମସ୍ଥାନ କଟକରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓଡିଆବଜାରସ୍ଥିତ ନେତାଜୀଙ୍କର ଜନ୍ମସ୍ଥାନ ଜାନକୀନାଥ ଭବନକୁ ଯାଇ ରାଜ୍ୟବାସୀଙ୍କ ତରଫରୁ ଶ୍ରଦ୍ଧାସୁମନ ଅର୍ପଣ କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ...

ନେତାଜୀଙ୍କ ପରାକ୍ରମ ଯୁବପିଢିଙ୍କୁ ପ୍ରେରିତ କରିବ

0

କଟକ: ଓଡ଼ିଶା ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରାକ୍ରମ ତଥା ଦେଶ ସ୍ୱାଧୀନତା ପାଇଁ ତାଙ୍କର ସଂଘର୍ଷ, ତ୍ୟାଗ, ବଳିଦାନ ଓ ସଂସ୍କାର ଯୁବପିଢିଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ପ୍ରେରିତ କରିବ ବୋଲି ନେତାଜୀଙ୍କ ୧୨୫ ତମ ଜୟନ୍ତୀ ତଥା ‘ପରାକ୍ରମ ଦିବସ’ ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ଜାନକୀନାଥ ଭବନଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତବର୍ଷର ଅଦ୍ୱିତୀୟ ଜନଜାୟକ ତଥା ଭାରତର ସ୍ୱତନ୍ତ୍ର...

୬୬୦୦ରୁ ଅଧିକ ଗାଁ ମୋବାଇଲ ଠାରୁ ଦୂରରେ

0

ଭୁବନେଶ୍ୱର : ରାଜ୍ୟର ୬୬୦୦ରୁ ଅଧିକ ଗ୍ରାମର ଲୋକେ ଏବେ ବି ମୋବାଇଲ ସେବାରୁ ବଞ୍ଚିତ । ବାମପନ୍ଥୀ ମାଓ ଉପଦ୍ରୁତ କେତେକ ଜିଲ୍ଲାରେ ସର୍ବନିମ୍ନ ମୋବାଇଲ୍‍ ସେବା ନଥିବାରୁ ସ୍ଥିତି ଅଧିକ ସଙ୍ଗୀନ । ରାଜ୍ୟରେ ୧୦ଟି ମାଓ ଅଧ୍ୟୁଷିତ ଜିଲ୍ଲାରେ ଲୋକେ ମୋବାଇଲ୍‍ ସେବାପାଇଁ ହନ୍ତସନ୍ତ ହେଉଥିବାବେଳେ ଏହା ରାଜ୍ୟର ୩୩ ପ୍ରତିଶତ ଅଞ୍ଚଳ । ସବୁଠାରୁ ଅଧିକ ମାଓ ପ୍ରଭାବିତ ଜିଲ୍ଲା ମାଲକାନଗିରିରେ ମୋବାଇଲ୍‍ ସେବା ଅତ୍ୟନ୍ତ ଦୁର୍ବଳ । ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଥିବା ଲୋକଙ୍କୁ ସଶକ୍ତ କରିବାପାଇଁ ମାଗଣାରେ...

ସ୍ୟାଟ୍‍ ଉଚ୍ଛେଦ ପାଇଁ ସମସ୍ୟାରେ କର୍ମଚାରୀ

0

ଭୁବନେଶ୍ୱର : ଚାକିରି ଓ ପେନ୍‍ସନ୍‍ ସଂକ୍ରାନ୍ତୀୟ ମାମଲାଗୁଡ଼ିକର ତ୍ୱରିତ ଫଇସଲା ହୋଇପାରୁନଥିବାରୁ ସରକାରୀ କର୍ମଚାରୀ ଓ ସେମାନଙ୍କ ସଂଗଠନଗୁଡ଼ିକ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସରକାର ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍) ଉଚ୍ଛେଦ କରିଥିବା ବେଳେ ବିକଳ୍ପ ବ୍ୟବସ୍ଥା କରାଯାଇନଥିବାରୁ ଏହି ସମସ୍ୟା ଉତ୍କଟତର ହେବାରେ ଲାଗିଛି । କେବଳ ସରକାରୀ କର୍ମଚାରୀ, ଅବରସପ୍ରାପ୍ତ କର୍ମଚାରୀ ଏବଂ ଚାକିରି ପ୍ରତ୍ୟାଶୀମାନେ ନୁହଁନ୍ତି ସ୍ୟାଟ୍‍ ଉଚ୍ଛେଦ ପରେ ସରକାର ମଧ୍ୟ ଅନେକ କ୍ଷେତ୍ରରେ ସମସ୍ୟାରେ ପଡ଼ୁଛନ୍ତି । ପୂର୍ବରୁ ସ୍ୟାଟ୍‍ ଯେଉଁସବୁ ମାମଲାରେ...

Voice Connectivity Eludes 6K Villages

Bhubaneswar: While Odisha is a Land of Villages, more than 6600 villages are there, where a villager is not able to speak in his or her Mobile as these areas lack Voice Connectivity. Situation is alarming in some of the Left Wing Extremist (LWE) Affected Districts as there is hardly any basic facility of Voice Connectivity. While Odisha has 10 LWE...

Pedal For Road Safety

0

Bhubaneswar: In order to create awareness among the citizens in Capital City “Pedal For Road Safety” was organized, which received wide support from the people at large. With an Avid Cyclist and Transport Commissioner Sanjeeb Panda at the helm, the  State Level Cyclothon was organized in the Capital City on 22 January for generation of awareness on Road Safety. This Program...

Odisha Records 55% Rise In Exports

0

Bhubaneswar: State Government is striving to create a conducive atmosphere to promote export through greater ease of doing business, implementation of 5T mechanism, infrastructure support and facilities for quality standardization, Chief Minister Naveen Patnaik said on Friday. “We are among the top five states in the Export Preparedness Index (EPI) 2020 released by the Niti Aayog,” he said while inaugurating...

ଉଦ୍ୟାନଭିତ୍ତିକ କୃଷିର ପର୍ଯ୍ୟାପ୍ତ ସୁଯୋଗ

0

ଭୁବନେଶ୍ୱର : ରାଜ୍ୟରେ ଉଦ୍ୟାନଭିତ୍ତିକ କୃଷିର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଫସଲର ବିବିଧିକରଣ କରାଯାଇ ସ୍ଥାନୀୟ ଅଞ୍ଚଳର ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳ, ପନିପରିବା ଆଦି ଚାଷ କରାଯାଇ ଚାଷୀମାନଙ୍କ ଆୟକୁ ବହୁଗୁଣିତ କରାଯାଇପାରିବ । ଏହାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ଫଳ, ପନିପରିବା ଆଦି ଚାଷ ଦିଗରେ ଉଦ୍ୟାନ କୃଷି ଅଧିକାରୀମାନେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର...

ରେଳ ପ୍ରକଳ୍ପ ପାଇଁ ୧୦ ହଜାର କୋଟି ଦିଅ: କଂଗ୍ରେସ

0

ଭୁବନେଶ୍ୱର: ରେଳ ପ୍ରକଳ୍ପ ଅନୁଦାନ ପ୍ରସଙ୍ଗରେ ଗତ ବର୍ଷ ଓଡିଶା ବିଧାନସଭାରେ ଏକ ପ୍ରତିନିଧି ଦଳ ଦିଲ୍ଲୀରେ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟି ରାଜ୍ୟକୁ ଅଧିକ ଅନୁଦାନ ଦେବାକୁ ଦାବୀ ଉପସ୍ଥାପନ କରିଥିଲେ । ସଂସଦରେ ୧ ଫେବୃଆରୀରେ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଓଡିଶା ବିଧାନସଭା କମିଟି ଫେବୃଆରୀ ୧୨ ରେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ଦାବି ରଖିଥିଲେ । ଆଗାମୀ କେନ୍ଦ୍ର ବଜେଟ୍ ୨୦୨୧-୨୨ ସଂସଦରେ ଫେବୃଆରୀ ପହିଲାରେ ଉପସ୍ଥାପନ ପାଇଁ ଧାର୍ଯ୍ୟ ହୋଇଛି । କଂଗ୍ରେସ ଦଳର ଆଶଙ୍କା...