୬ଟି ଉତ୍ସବରେ ୫ ବିଦେଶୀ ପର୍ଯ୍ୟଟକ

0

ଭୁବନେଶ୍ୱର : ରାଜ୍ୟରେ ଇତିମଧ୍ୟରେ ଅନୁଷ୍ଠିତ ହୋଇଥିବା ୬ଟି ବଡ଼ଧରଣର ଉତ୍ସବରେ ମାତ୍ର ୫ ଜଣ ବିଦେଶୀ ପର୍ଯ୍ୟଟକ ଯୋଗ ଦେଇଛନ୍ତି । ଏହିସବୁ ଉତ୍ସବରେ ପ୍ରାୟ ସାଢେ ୪କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଦର୍ଶାଇଛନ୍ତି ଯେ କୋଭିଡ୍‍ କଟକଣା ସତ୍ତ୍ୱେ ରାଜ୍ୟରେ କୋଣାର୍କ ଉତ୍ସବ, ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ, ରାଜାରାଣୀ ସଙ୍ଗୀତ...

ଆହୁରି କମିବ ମହାନଦୀ ଜଳ ପ୍ରବାହ

0

ଭୁବନେଶ୍ୱର : ଆଗାମୀ ବର୍ଷଗୁଡ଼ିକରେ ମହାନଦୀରେ ଜଳ ପ୍ରବାହ ଆହୁରି ହ୍ରାସ ପାଇବାର ଆଶଙ୍କା ରହିଛି । ଚଳିତବର୍ଷ ମଧ୍ୟ ଅଣମୌସୁମୀ କାଳରେ ଜଳପ୍ରବାହ ହ୍ରାସ ପାଇଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ମନ୍ତ୍ରୀ କହିଛନ୍ତି ଯେ ଛତିଶଗଡ଼ରେ ମହାନଦୀ ପାଣି ଅଟକାଇବା ପାଇଁ ସେଠାକାର ରାଜ୍ୟ ସରକାର ବହୁ ବ୍ୟାରେଜ୍‍ ନିର୍ମାଣ କରିଛନ୍ତି ଓ ଏହାଦ୍ୱାରା ଓଡ଼ିଶାକୁ ପ୍ରବାହିତ ହେଉଥିବା ଜଳର ପରିମାଣ କ୍ରମାଗତ ଭାବେ ହ୍ରାସ...

କ୍ୟାଣ୍ଟିନ୍‍ ଖୋଲିବାକୁ ଅନୁମତି

0

ଭୁବନେଶ୍ୱର: ଲୋକସେବା ଭବନରେ କ୍ୟାଣ୍ଟିନଗୁଡ଼ିକ ଖୋଲିବା ପାଇଁ ଅନୁମତି ମିଳିଛି । କୋଭିଡ୍‍ କଟକଣା ମଧ୍ୟରେ କ୍ୟାଣ୍ଟିନ୍‍ ଖୋଲିବା ସହିତ ସୁରକ୍ଷାକର୍ମୀ ମୁତୟନ ପାଇଁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗତବର୍ଷ ମାର୍ଚ୍ଚ ମାସରୁ କୋଭିଡ୍‍ କଟକଣା ଲାଗୁ ହେବାପରେ ଲୋକସେବା ଭବନ ପରିସରରେ ଥିବା କ୍ୟାଣ୍ଟିନଗୁଡ଼ିକୁ କର୍ତ୍ତୃପକ୍ଷ ବନ୍ଦ କରିଦେଇଥିଲେ । ସେତେବେଳେ ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ଲୋକସେବା ଭବନକୁ ଆସୁଥିଲେ । କରୋନା ପ୍ରକୋପ କମିବା ପରେ ଏବେ ଶତପ୍ରତିଶତ କର୍ମଚାରୀ ଲୋକସେବା ଭବନକୁ...

ସୀମା ସୁରକ୍ଷାକୁ ନେଇ ସରକାରଙ୍କୁ ଘେରିଲେ

0

ଭୁବନେଶ୍ୱର : ରାଜ୍ୟର ସୀମା ସୁରକ୍ଷାକୁ ନେଇ ବିରୋଧିଦଳ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ଦଳର ସଦସ୍ୟମାନେ ଓଡିଶା ସୀମାରେଅନ୍ୟ ରାଜ୍ୟର ପ୍ରବେଶ ପାଇଁ ସରକାରଙ୍କୁ ଦାୟୀ କରିଥିବାବେଳେ ଶାସକଦଳ ସୀମାନ୍ତବର୍ତ୍ତୀ ଜିଲ୍ଲାର ବିକାଶ କଥା କହି ବିରୋଧିଙ୍କୁ ସାମ୍ନା କରିଛି । ବିଜେପି ଦଳ ପକ୍ଷରୁ ଆଜି ‘ଓଡିଶାର ସୀମା ଦିନକୁ ଦିନ ସଙ୍କୁଚିତ, ମାଡି ବସିଲେଣି ପଡୋଶୀ ରାଜ୍ୟ । ସରକାର ନିରବଦ୍ରଷ୍ଟା’ ସଂକ୍ରାନ୍ତୀୟ ଆଗତ ମୁଲତବୀ ପ୍ରସ୍ତାବ ଉପରେ ସରଗରମ ଆଲୋଚନା ହୋଇଥିଲା...

ପଡ଼ିରହିଛି କୋଟିଏ ଟଙ୍କା

0

ଭୁବନେଶ୍ୱର : ପୁରୀ ଜିଲ୍ଲାର ଅନ୍ୟତମ ଗାନ୍ଧୀ ପୀଠ ବେରବୋଇକୁ ଗାନ୍ଧୀ ସର୍କିଟ୍‍ର ଅନ୍ତର୍ଭୁକ୍ତ କରି ଏହି ପବିତ୍ର ସ୍ଥାନର ବିକାଶ ଲାଗି ରାଜ୍ୟ ସରକାର ୬ ବର୍ଷ ତଳେ କୋଟିଏ ଟଙ୍କା ମଞ୍ଜୁର କରିଥିବା ବେଳେ ଇତିମଧ୍ୟରେ ଏଥିରେ ଗୋଟିଏ ଟଙ୍କାର ବି କାମ ହୋଇନାହିଁ । ଓଲଟା ଏହି ପୀଠରେ ଥିବା କେତେକ ଗଛକୁ ବିକାଶ ନାମରେ କାଟି ଦିଆଯିବା ସହ ପାଚେରୀକୁ ଭାଙ୍ଗି ଦିଆଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ୧୯୩୮ ମସିହା ମାର୍ଚ୍ଚ ୨୫ ତାରିଖରୁ ୩୧ ତାରିଖ...

୩୦ବର୍ଷ ଧରି ଗୋଟିଏ କିସମ ଧାନ

0

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଗୋଟିଏ କିସମର ଧାନ ଓଡିଶାରେ ଦଶନ୍ଧି ଦଶନ୍ଧି ଧରି ଚାଷ ହେଉଛି । କେଉଁ ବିହନ ୧୦ ବର୍ଷ ତ ଆଉ କେଉଁ ବିହନ ୩୦ବର୍ଷ ଧରି ଚାଷ ହେଉଛି । ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୧୪୦ଦିନ ମଧ୍ୟରେ ଅମଳ ହେଉଥିବା ଏମ୍‍ଟିୟୁ୭୦୨୯ ମଧ୍ୟମ କିସମର ଧାନ ୧୯୮୨ ମସିହାରୁ ରାଜ୍ୟରେ ଚାଷ ହେଉଛି...

ଅଯୋଗ୍ୟ କାଳିଆ ହିତାଧିକାରୀ

0

ଭୁବନେଶ୍ୱର : କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୪ହଜାର ୭୬ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୫୬ଲକ୍ଷ ୧୪ହଜାର ୭୦୬ ବୋଲି ସୂଚନା ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାହୁ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଯେ କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ କୃଷି ବିଭାଗ ଦ୍ୱାରା...

ଓଡିଶା ପର୍ଯ୍ୟଟନକୁ ରୌପ୍ୟ ପୁରସ୍କାର

0

ଭୁବନେଶ୍ୱର : ଭାରତୀୟ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ପୁରସ୍କାରର ଷଷ୍ଠ ସଂସ୍କରଣରେ ଓଡିଶା ପର୍ଯ୍ୟଟନକୁ “ଶ୍ରେଷ୍ଠ ଭବିଷ୍ୟତ ଅଗ୍ରଗାମୀ ରାଜ୍ୟ” ପାଇଁ ରୌପ୍ୟ ପୁରସ୍କାର ମିଳିଛି । ସମାନ ବିଭାଗରେ କେରଳ ସ୍ୱର୍ଣ୍ଣ ପୁରସ୍କାର ଜିତିଥିଲା । ଏହି ପୁରସ୍କାର ଲଣ୍ଡନରେ ଆୟୋଜିତ ଖ୍ୟାତିସମ୍ପନ୍ନ ବିଶ୍ୱ ଟ୍ରାଭେଲ ମାର୍କେଟର ଦାୟିତ୍ୱବୋଧ ପର୍ଯ୍ୟଟନ ପୁରସ୍କାରର ପ୍ରାଦେଶୀକ ଅଂଶୀଦାର ଭାବରେ ଭ୍ରମଣର ଚାମ୍ପିୟନ ମାନ୍ୟତା ପାଇଥାଏ । ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ଓଡିଶାର ଅବଦାନ ଭଲ ଭାବରେ ପ୍ରତିଷ୍ଠିତ ହୋଇଛି । ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ପ୍ରକୃତି ଶିବିରଗୁଡିକର...

Odisha Bags Best Future Forward State

0

New Delhi: Odisha Tourism was conferred the Silver Award for “Best Future Forward State” at the sixth edition of the Indian Responsible Tourism Awards, organised for the first time outside the National Capital Territory of Delhi, at Eco Retreat Odisha in Konark. Kerala won the Gold category award in the same segment. The awards recognise champions of ethical travel as...

State Concern For Poor Lending

0

Bhubaneswar: State Government has expressed serious concern over poor lending by the commercial banks in the State and asked to go for corrective measures as the stress on providing more credit to the people for carrying out trade and business. Principal Secretary Finance Ashok Kumar Meena has pointed out at the State Level Bankers’ Committee (SLBC) meeting that against Annual...