ନୂଆ ଆର୍ଥିକ ଅଧ୍ୟାୟ ତିଆରି କରିବ ଓଡ଼ିଶା
ଭୁବନେଶ୍ୱର : ଓଡ଼ିଶାର ଅପାର ସମ୍ଭାବନା ଯଥାପ୍ରାକୃତିକ ସମ୍ପଦ, ପ୍ରତିଭାବାନ ଯୁବଶକ୍ତି, ସୁଦୀର୍ଘ ବେଳାଭୂମିର ବନ୍ଦର ଏବଂ ନୂତନ ଯୁଗର ବୈଷୟିକ ଜ୍ଞାନକୌଶଳକୁ ପାଥେୟ କରି ଏକ ସମୃଦ୍ଧ ଅର୍ଥନୈତିକ ଅଧ୍ୟାୟ ସୃଷ୍ଟି କରିବା ଆଜି ସମୟର ଆହ୍ୱାନ । ଓଡ଼ିଶାକୁ କେବଳ କଞ୍ଚାମାଲ ଯୋଗାଣକାରୀ ରାଜ୍ୟ ଭାବେ ନୁହେଁ, ବରଂ ଏକ 'ଜ୍ଞାନ-ଆଧାରିତ ଅର୍ଥନୀତି' ଓ 'ମ୍ୟାନୁଫ୍ୟାକ୍ଚରିଂ ହବ୍' ଭାବେ ଗଢ଼ି ତୋଳିବା ପାଇଁ ଆଗେଇ ଆସିବାକୁ ଉଦ୍ୟୋଗୀ ସମାଜକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ...
ପ୍ଲାନେଟାରିୟମ ନବୀକରଣ ପାଇଁ ବୁଝାମଣା
ଭୁବନେଶ୍ୱର : ରାଜ୍ୟର ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ, ଆଷ୍ଟ୍ରୋଫିଜିକ୍ସ ଏବଂ ମହାକାଶ ବିଜ୍ଞାନକୁ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ନିଭାଉଥିବା ପଠାଣି ସାମନ୍ତ ପ୍ଲାନେଟାରିୟମର ନବୀକରଣ ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ୧୯୯୦ ମସିହାରୁ ଜନସାଧାରଣ ମାନଙ୍କ ଉତ୍ସର୍ଗୀକୃତ ଏହି ପ୍ଲାନେଟାରିୟମର ଆଧୁନିକୀକରଣ ତଥା ଏହାର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ କୋଲକାତାସ୍ଥିତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ବିର୍ଲା ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ଟେକ୍ନୋଲୋଜି ମ୍ୟୁଜିୟମ (ବିଆଇଟିଏମ) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ...
ନୂଆ ସଚିବାଳୟ ସୌଧକୁ ନେଇ ପ୍ରଶ୍ନ
ଭୁବନେଶ୍ୱର : ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ନୂତନ ବିଧାନସଭା ଓ ଲୋକସେବା ଭବନ ନିର୍ମାଣ ପାଇଁ ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଏହାର ଆବଶ୍ୟକତାକୁ ନେଇ ବିଜୁ ଜନତା ଦଳ ପ୍ରଶ୍ନ ଉଠାଇଛି । ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ରାଜ୍ୟବାସୀ ସରକାରଙ୍କ ବିରୋଧରେ ଆକ୍ରୋଶ ଶିଖର ଛୁଇଁଥିବାରୁ, ଏଥିରୁ ନଜର ହଟାଇବା ପାଇଁ ସରକାର ଏଭଳି ଭେଳିକି ପ୍ରକଳ୍ପ ସାମ୍ନାକୁ ଆଣିଛନ୍ତି ବୋଲି ବିଜେଡି କହିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ,...
ମାଟ୍ରିକ ପରୀକ୍ଷା ପୂର୍ବରୁ ଯୁକ୍ତ ଦୁଇ ନାମ ଲେଖା
ଭୁବନେଶ୍ୱର :ଚଳିତ ଶିକ୍ଷାବର୍ଷରେ ମାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହେଉଥିବାବେଳେ କେତେକ ଶିକ୍ଷାନୁଷ୍ଠାନରେ କିନ୍ତୁ ଯୁକ୍ତ ଦୁଇ ନାମଲେଖା ଆରମ୍ଭ ହୋଇଗଲାଣି । ଏହିସବୁ ଘରୋଇ ଶିକ୍ଷାନୁଷ୍ଠାନମାନେ ମୋଟା ଅଙ୍କର ଅର୍ଥ ନେବା ସହିତ ପିଲାଙ୍କ ପାଇଁ ଆସନ ସଂରକ୍ଷିତ କରିବାରେ ଲାଗିଛନ୍ତି । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାପରେ ଯୁକ୍ତ ଦୁଇରେ ନାମଲେଖା ଆରମ୍ଭ ହୋଇଥାଏ । ଏଥିପାଇଁ ସାମ୍ସରେ ବିଜ୍ଞାପନ ପ୍ରକାଶ ପାଇବା ସହିତ ଆବେଦନ କରିବାକୁ ପରାମର୍ଶ ଦିଆଯାଇଥାଏ । ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଏହି...
ପୋଙ୍ଗଲରେ ବଢ଼ୁଛି ମଦ କାରବାର
ଭୁବନେଶ୍ୱର : ଉତ୍ତର ଓଡ଼ିଶାରେ ଏବେ ମକର ପର୍ବ ଓ ଦକ୍ଷିଣ ଓଡ଼ିଶାରେ ପୋଙ୍ଗଲ ଧୁମ୍ଧାମ୍ରେ ପାଳିତ ହେଉଥିବା ପରିପ୍ରେକ୍ଷୀରେ ମଦ ବେପାର ଢେର ଅଧିକ ବଢ଼ିଯାଇଛି । ଏହି ପର୍ବ ପାଳନକୁ ଆଖି ଆଗରେ ରଖି ଚୋରା ମଦ ବେପାରୀମାନେ ପୂର୍ବରୁ ଯେଉଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବେ ସେଥିରୁ ମୁନାଫା ଉଠାଉଛନ୍ତି । ଏଥିସହ ତାଳ ଦେଇ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକରେ ବି ବେପାର ଜମିବାରେ ଲାଗିଛି । ମକର ସଂକ୍ରାନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ଏହାକୁ ଗଭୀର...
ଆମ ବସ୍ ଚାଳକଙ୍କୁ ମିଳିବ ପ୍ରୋତ୍ସାହନ ରାଶି
ଭୁବନେଶ୍ଵର : ଜାନୁଆରୀ ୨୬ରୁ ଲାଗୁହେବ କ୍ୟାପଟେନ ଓ ଗାଇଡମାନଙ୍କ ନିମନ୍ତେ ପ୍ରୋତ୍ସାହନ ରାଶି। ଚାଳକଙ୍କ ସୁରକ୍ଷିତ ଗାଡ଼ି ଚାଳନା ଓ ବିଭିନ୍ନ ଦିଗରୁ ସେମାନଙ୍କ କାର୍ଯ୍ୟକୁ ମୂଲ୍ୟାଙ୍କନ କରି ତିନିମାସରେ ଥରେ ପ୍ରଦାନ କରାଯିବ ଏହି ରାଶି।ଫେବୃୟାରୀରୁ ଆରମ୍ଭ ହେବ ଆମ ବସ୍ ରୁଟରେ ଜନ ସାଧାରଣଙ୍କ ସହଭାଗିତା , ସାମାଜିକ ଗଣମାଧ୍ୟମରୁ ସାଧାରଣ ଯାତ୍ରୀଙ୍କଠୁ ମଗାହେବ ରୁଟ୍ ପରିବର୍ତ୍ତନ ଉପରେ ମତାମତ । ଆମ ବସ୍ ସେବା ସମ୍ପର୍କିତ ଗଠିତ ଊଚ୍ଚସ୍ତରୀୟ କମିଟି କ୍ରୁଟ୍ କାର୍ଯ୍ୟାଳୟରେ ଗୃହ ନିର୍ମାଣ ଓ ନଗର...
ପୋଙ୍ଗଲ ପାଳିଲେ ଶିକ୍ଷା ମନ୍ତ୍ରୀ
ଚେନ୍ନାଇ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସ ପରିସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ପାରମ୍ପରିକ ପୋଷାକ ପିନ୍ଧି ତାମିଲନାଡୁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ପୋଙ୍ଗଲ’ ପର୍ବ ପାଳନ କରିଛନ୍ତି । ପ୍ରତିଷ୍ଠାନର କମ୍ୟୁନିଟି ହଲ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସାମିଲ ହୋଇ ଅମଳର ଏହି ପର୍ବକୁ ଉପଭୋଗ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ତାମିଲନାଡୁବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ପୋଙ୍ଗଲ ହେଉଛି କୃତଜ୍ଞତା, ସମୃଦ୍ଧି ଏବଂ ସାଂସ୍କୃତିକ...
Sarangi Gets FM Honor
Bhubaneswar: Eminent literature scholar and researcher Dr Nrusingha Charan Sarangi was conferred with the prestigious Vyasa Kabi Fakir Mohan Odia Bhasha Samman–2021 by the Odia Language, Literature and Culture Department, Government of Odisha. The award was presented by Culture Minister Shri Suryabanshi Suraj, at a program organized at the Odisha Research Centre on the occasion of the birth anniversary of...
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରଭାରୀ ବୈଠକ ନିନ୍ଦନୀୟ
ଭୁବନେଶ୍ୱର : ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ଶାସନ ବ୍ୟବସ୍ଥା ଭୁଷୁଡିବାରେ ଲାଗିଥିବା ବେଳେ ଏବେ ସରକାରୀ କାର୍ଯ୍ୟ।ଳୟ ଗୁଡିକୁ ନିଜ ଦଳୀୟ କାର୍ଯ୍ୟ।ଳୟ ଭାବେ ପରିଣତ କରିବା ଉଦ୍ୟମ ଆରମ୍ଭ ହୋଇଛି, ଯାହାକୁ ବିଜୁ ଜନତା ଦଳ ତୀବ୍ର ନିନ୍ଦା କରିଛି। ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛି, ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମ୍ବଲପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ...
BPIA Crosses 5M Mark
Bhubaneswar: Biju Patnaik International Airport (BPIA) has officially recorded its most successful year to date, handling a record-breaking 5.15 million passengers throughout 2025. This milestone marks the first time the airport has crossed the 5-million mark in a single calendar year, solidifying its position as the 13th busiest airport in India and a primary aviation gateway in Eastern India. The...










