ଅଧା ଦାମରେ କ୍ଷୀର ବିକ୍ରି

Milk Image

ଭୁବନେଶ୍ୱର : କରୋନା ପାଇଁ ଓମଫେଡ୍‍ ଦୁଗ୍ଧ ସଂଗ୍ରହ କରୁନଥିବାରୁ ଗାଁ ଗହଳର ଚାଷୀମାନେ ଏବେ ଅଧା ଦାମରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଲୋକଙ୍କୁ ଯାଚିକରି ଦେଉଛନ୍ତି । କ୍ଷୀର ଲିଟର ୨୦ ଟଙ୍କାରେ ଓ ପନିର କିଲୋ ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଲାଣି । ଏପରିକି ବାକିରେ ଦେବାକୁ ବି ଚାଷୀମାନେ ପଛାଉନାହାନ୍ତି । ଗାଈଗୋରୁଙ୍କୁ ଦାନା ଯୋଗାଇବା ପାଇଁ ଦୁଗ୍ଧ ଚାଷୀମାନେ ଏବେ ଘର ଘର ବୁଲି କ୍ଷୀର ବିକୁଥିବା ବେଳେ ଓମଫେଡ୍‍ କିନ୍ତୁ ଏକପ୍ରକାର ମୂକଦର୍ଶକ ସାଜିଛି...

ବିଜୁ ଯୁବ ଜନତା ଦଳର କୋଭିଡ୍ ପରିଚାଳନା ସମୀକ୍ଷା

0

ଭୁବନେଶ୍ୱର : ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ର ସାମାଜିକ ଅନୁଷ୍ଠାନ 'ଓଡ଼ିଶା ମୋ ପରିବାର' ସମସ୍ତ ସାମାଜିକ କାର୍ଯ୍ୟ କୁ ସମଗ୍ର ରାଜ୍ୟରେ  ତ୍ବରାନ୍ବିତ କରୁଅଛି।ଏହି ପରିପ୍ରେକ୍ଷୀରେ ଯୁବ ବିଜେଡ଼ି ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡ଼ଃ ବ୍ୟେମକେଶ ରାୟଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ପ୍ଲାଟଫର୍ମ ରେ କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡ଼ଃ ରାୟ କହିଥିଲେ" ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ  ଙ୍କ ଦିଗଦର୍ଶନ ରେ  ବିଜୁ ଜନତା ଦଳ ର ସାମାଜିକ ପ୍ରତିବଦ୍ଧତା...

ବଢିପାରେ ଲକଡାଉନ୍‍ ଅବଧି

0

ଭୁବନେଶ୍ୱର : ରାଜ୍ୟ ସରକାର ଜାରି କରିଥିବା ଲକଡାଉନ୍‍ର ଅବଧି ଆସନ୍ତା ୧୯ତାରିଖରେ ସରିବାକୁ ଯାଉଥିବାବେଳେ ଏହାର ସମୟସୀମା ପୁଣି ବଢାଯାଇପାରେ ବୋଲି ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ଚାଲିଛି । ରାଜଧାନୀ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କରୋନା ସଂକ୍ରମଣର ସ୍ଥିତି ଯେଭଳି ଉଦ୍‍ବେଗଜନକ ରହିଛି ତାହାକୁ ରୋକିବାପାଇଁ କଠୋର କଟକଣା ସହ ଲକଡାଉନ୍‍ର ଆବଶ୍ୟକତା ରହିଛି ବୋଲି ବୈଜ୍ଞାନିକ ଓ ଡାକ୍ତରମାନେ ମତବ୍ୟକ୍ତ କରୁଥିବାବେଳେ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନିର୍ଭରକରେ । ଏଠାରେ ଉଲ୍ଲେଖନୀୟ ଯେ ଗତବର୍ଷ ସାରା ଦେଶରେ...

ସବୁଦିନେ ଖୋଲା ରହିବ କଣ୍ଟ୍ରୋଲ ଦୋକାନ

ନୂଆଦିଲ୍ଲୀ : ପ୍ରତ୍ୟେକ ଦିନ କଣ୍ଟ୍ରୋଲ ଦୋକାନ ଖୋଲା ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ମହାମାରୀ ସମୟରେ ଲକଡାଉନ୍‍ ଯୋଗୁଁ କଣ୍ଟ୍ରୋଲ ଦୋକାନ ବନ୍ଦ ହେବା ଆଶଙ୍କା କରି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହି ମମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦିଆ ଯାଇଛି । ତଦୁନଯାୟୀ କଣ୍ଟ୍ରୋଲ ଦୋକାନ ଖୋଲା ରଖିବା ଏବଂ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା- ପିଏମଜିକେଏୱାଇ-୩ ତଥା ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ- ଏନଏଫଏସଏ...

କରୋନାକୁ ହରାଇଦେଲେ ୯୦ ବର୍ଷୀୟା ବୃଦ୍ଧା

0

ଭୁବନେଶ୍ୱର : ହାରିବ କରୋନା, ଜିତିବ ମଣିଷ। ଏ  କଥାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ୯୦ ବର୍ଷୀୟା ଜଣେ ବୃଦ୍ଧା । ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କରୋନା ସଂକ୍ରମିତ ହୋଇଥିବା ବାଉରୀ ସାହୁ । ଭୁବନେଶ୍ୱର ୟୁନିଟ ୨ ଅଂଚଳର ବାଉରୀ ଗତ ମେ ୩ ତାରିଖରେ କୋଭିଡ ଆକ୍ରାନ୍ତ ହେବା ପରେ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ  । ତେବେ ଏହି ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରଚେଷ୍ଟା ଫଳରେ...

ଗ୍ରାମାଞ୍ଚଳରେ ସଂଗରୋଧ ବ୍ୟବସ୍ଥା କର

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରୀ କାରଣରୁ ଅନ୍ୟ ରାଜ୍ୟମାନଙ୍କରେ ଲକ୍‌ଡାଉନ କଟକଣା ଜାରୀ ରହିଥିବାରୁ ସେହିସବୁ ରାଜ୍ୟରୁ ପ୍ରବାସୀ ଶ୍ରମିକ ପୁଣି ଥରେ ଓଡିଶା ଫେରିଲେଣି । ଗତ ଥର କରୋନା ସଂକ୍ରମଣର ପ୍ରଥମ ପର୍ଯ୍ୟାୟ ସମୟରେ ପ୍ରବାସୀଙ୍କ ଆଗମନ କାରଣରୁ ସଂକ୍ରମଣ ବ୍ୟାପିଥିଲା । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ରାଜ୍ୟ ସରକାର ସେଥିରୁ କିଛି ଶିଖିପାରିଲେ ନାହିଁ । ଏବେ ଓଡିଆ ପ୍ରବାସୀ ଓଡିଶା ଫେରିବା ପରେ ତାଙ୍କର ନା ଟେଷ୍ଟିଂ ହେଉଛି ନା ସେମାନଙ୍କୁ ସଂଗରୋଧରେ...

ଥମିବାର ନାଁ ନେଉନି କରୋନା

0

ଭୁବନେଶ୍ୱର: ସଟ୍‍ଡାଉନ ଓ ଲକ୍‍ଡାଉନର ଅବଧି ପୂରିବାକୁ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ କରୋନା ଥମିବାର ନାଁ ଧରୁନି । ଏଥିରେ ଭୁବନେଶ୍ୱରର ବଡ଼ ଯୋଗଦାନ ରହୁଛି । ୨ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ୧୭୧୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ବିଏମ୍‍ସି ଅଞ୍ଚଳରୁ ୧୧୧୮ ଜଣ ରହିଛନ୍ତି । ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଜିଲ୍ଲା ବିଶେଷକରି ସୁନ୍ଦରଗଡ଼, ବଲାଙ୍ଗିର, ବୌଦ୍ଧ, ସୋନପୁର ଓ ରାୟଗଡ଼ା ଆଦିରେ କରୋନା ପ୍ରକୋପ କମିଥିବା ବେଳେ ଖୋର୍ଦ୍ଧା କିନ୍ତୁ ଲଗାତର ଭାବେ ପ୍ରଥମ...

କୋଭିଡ ପରୀକ୍ଷାର ଦର ବୃଦ୍ଧି

0

ଭୁବନେଶ୍ୱର : କରୋନା ନମୂନା ପରୀକ୍ଷାପାଇଁ ସରକାର ଦରଧାର୍ଯ୍ୟ କରିଥିବାବେଳେ ଏହାକୁ କିନ୍ତୁ ଅଧିକାଂଶ ସ୍ଥାନରେ ଘରୋଇ ପରୀକ୍ଷାଗାରଗୁଡିକ ମାନୁ ନାହାନ୍ତି । ଲୋକଙ୍କ ବିକଳିଆ ଅବସ୍ଥା ଦେଖି ପରୀକ୍ଷା ଦରବୃଦ୍ଧି ସହିତ ଘରୁ ନମୂନା ସଂଗ୍ରହ ନାଁରେ ଲୋକଙ୍କୁ ଏକ ପ୍ରକାର ଲୁଟୁଛନ୍ତି । କରୋନାର ଭୟାବହତାକୁ ଦେଖି ଯାହାକୁ ଥଣ୍ଡା, କାଶ କିମ୍ବା ଜ୍ୱର ହେଉଛି ସିଏ ଏବେ ନିଜର ପରୀକ୍ଷା ପାଇଁ ଧାଉଁଛି । ତେବେ ସରକାରୀ ଡାକ୍ତରଖାନାର ପରୀକ୍ଷା କେନ୍ଦ୍ରରେ ଲୋକ ଭିଡ ଦେଖି ସଂକ୍ରମଣ ଭୟରେ ଲୋକେ...

ନିର୍ବାଚନ ସ୍ଥଗିତ ପରେ ପ୍ରାର୍ଥୀ ନାକେଦମ

ଭୁବନେଶ୍ୱର : କରୋନା ପରିପ୍ରେକ୍ଷୀରେ ପିପିଲି ବିଧାନସଭା ଉପନିର୍ବାଚନ ଅନିର୍ଦ୍ଦିଷ୍ଟ କାଳପାଇଁ ସ୍ଥଗିତ ଥିବାବେଳେ ନିର୍ବାଚନମଣ୍ଡଳୀରେ କର୍ମୀ ଓ ଜନସାଧାରଣଙ୍କ ସହ ସମ୍ପର୍କ ଅଭିଯାନ ଅବ୍ୟାହତ ରଖିବାଲାଗି ପ୍ରାର୍ଥୀମାନଙ୍କୁ ନାକେଦମ ହେବାକୁ ପଡୁଛି । ଏଥିଲାଗି ଆର୍ଥିକ ଚାପା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ନେତାମାନେ କର୍ମୀଙ୍କୁ ଲୁଚିବା ଆରମ୍ଭ କଲେଣି । ଏଠାରେ ଉଲ୍ଲେଖନୀୟ ଯେ ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନ ଲାଗି ପ୍ରସ୍ତୁତି ଚାଲିଥିଲା । ତେବେ ଭୋଟଗ୍ରହଣର ଦୁଇଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନାରେ...

Wakeup Call For Netas

0

Bhubaneswar: There should be no doubt that Odisha is passing through a challenging time, and nobody exactly knows how long the scourge will continue. Despite weekly shutdown and two-week-long lockdown, the number of COVID-19 cases is on the rise. The report of the last week shows that one in every five samples tested is positive. In certain districts like...