ଇ-ବିଧାନସଭା ହେବ ଚଳିତ ଅଧିବେଶନ

0

ଭୁବନେଶ୍ୱର  : ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ସମ୍ପୂର୍ଣ୍ଣ ରୂପେ ଇ-ବିଧାନସଭା ରୂପେ କାର୍ଯ୍ୟ କରିବ । ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଏହା ପ୍ରକାଶ କରିବା ସହ ଏ ସମ୍ପର୍କରେ ସମୀକ୍ଷା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଆହ୍ୱାନ କରିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ଠାରୁ ଆରମ୍ଭ କରି ବଜେଟ୍ ଉପସ୍ଥାପନ, ବିଧାନସଭା ସଦସ୍ୟମାନଙ୍କ ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଏବଂ ସମୁଦାୟ ଅଧିବେଶନର ବିବରଣୀ ନେଭା ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ‘ନେଭା’ର ୧୦ ଜଣିଆ ବୈଷୟିକ...

ଖୋର୍ଦ୍ଧାରେ ଡାଲି ଗବେଷଣା ପ୍ରତିଷ୍ଠାନ

0

ନୂଆଦିଲ୍ଲୀ : ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନ (ଆଇଆଇପିଆର)ର ଆଞ୍ଚଳିକ କେନ୍ଦ୍ର। ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର। ଶ୍ରୀ ତୋମର ମଧ୍ୟ ଭୋପାଳ ଓ ବିକାନେରରେ ଆଇଆଇପିଆର ଆଞ୍ଚଳିକ କେନ୍ଦ୍ରର କାର୍ଯ୍ୟାଳୟ ଏବଂ ପରୀକ୍ଷାଗାର ଭବନକୁ ଉଦଘାଟନ କରିଛନ୍ତି। ଆଇଆଇପିଆର ପକ୍ଷରୁ ଆୟୋଜିତ ବିଶ୍ୱ ଡାଲି ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ...

ଲିଙ୍ଗରାଜ କ୍ଷେତ୍ରରୁ ବାଇ ଲ’ ପ୍ରତ୍ୟାହାର ଦାବି

0

ଭୁବନେଶ୍ୱର: ଭୁବନେଶ୍ୱରରେ ଲିଙ୍ଗରାଜ କ୍ଷେତ୍ରରୁ ଐତିହ୍ୟ ଚିଠା ବାଇ ଲ’ ବିଜ୍ଞପ୍ତି ପ୍ରତ୍ୟାହାର ଲାଗି ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ (ଏନ୍‍ଏମ୍‍ଏ)କୁ ପତ୍ର ଲେଖାଯାଇଛି । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳ ଏନ୍‍ଏମ୍‍ଏର ସଦସ୍ୟ ସଚିବଙ୍କୁ ପତ୍ର ଲେଖି ଭଗବାନ, ସେବାୟତ ଏବଂ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ଏହି ବିଜ୍ଞପ୍ତି ପ୍ରତ୍ୟାହାର ଲାଗି କହିଛନ୍ତି । ଲେଖା ଯାଇଥିବା ପତ୍ରରେ କୁହାଯାଇଛି ଯେ ଲିଙ୍ଗରାଜ ମହାପ୍ରଭୁ ହେଉଛନ୍ତି ସ୍ୱୟଂଭୁ ଏବଂ ବିଶ୍ୱର ଦେବତା । ଭୁବନେଶ୍ୱର ହେଉଛି ଶୈବ ପୀଠ...

ଆଉ ୪୨୦୦ ହେକ୍ଟରରେ ପାମ୍‍ ଚାଷ

0

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଥିବା ପାମ୍‍ ଚାଷ ସଫଳ ହୋଇ ଥିବାବେଳେ ଆଗାମୀ ୫ବର୍ଷରେ ଆଉ ୪୨୦୦ ହେକ୍ଟର ଜମିରେ ପାମ୍‍ ଗଛ ଲଗାଇବାପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ୨୦୦୬-୦୭ ବର୍ଷରେ ରାଜ୍ୟରେ ପାମ୍‍ ଚାଷ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୭୦୩୦ ହେକ୍ଟର ଜମିରେ ଗଛ ଲଗାଯାଇଛି । ତେବେ ୩୭୩୪ ହେକ୍ଟର ଜମିରେ ଲାଗିଥିବା ପାମ୍‍ ଗଛରୁ ଉତ୍ପାଦନ ଆରମ୍ଭ ହୋଇଛି । ପାମ୍‍ ଚାଷ ହୋଇଥିବା ୭୦୩୦ ହେକ୍ଟର ଜମି ମଧ୍ୟରୁ ସର୍ବାଧିକ ୧୯୫୭ ହେକ୍ଟର ବରଗଡ ଜିଲ୍ଲାରେ...

ସ୍ମାର୍ଟସିଟିରେ ଟ୍ରାଫିକ ଲାଇଟ୍‍ ଅଚଳ

0

ଭୁବନେଶ୍ୱର : ଦୁର୍ଘଟଣା ରୋକିବାପାଇଁ ଓଡିଶାରେ ସଚେତନତାର ବାର୍ତ୍ତା ବାଣ୍ଟିବା ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ସରକାର ସଡକ ସୁରକ୍ଷା ମାସ ପାଳନ କରୁôତବାବେଳେ ସ୍ମାର୍ଟସିଟି ରାଜଧାନୀ ଭୁବନେଶ୍ୱରର ବହୁ ଛକରେ ଟ୍ରାଫିକ ଲାଇଟ୍‍ ଅଚଳ ହୋଇ ରହିଛି । ଦିନେ ଅଧେ ନୁହେଁ, ସପ୍ତାହ ସପ୍ତାହ ଏମିତିକି ମାସ ମାସ ଧରି ଅନେକ ଛକରେ ସ୍ୱୟଂକ୍ରିୟ ଟ୍ରାଫିକ ଲାଇଟ୍‍ କାମ କରୁନଥିବାରୁ ଟ୍ରାଫିକ ପୁଲିସ୍‍ଙ୍କ ସମେତ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖୋଦ୍‍ ସଚିବାଳୟମାର୍ଗର କେତେକ...

One Crore Ujjwala in 2021

0

New Delhi: Union Minister for Petroleum and Natural Gas, Dharmendra Pradhan said on Wednesday that one crore more Liquified Petroleum Gas (LPG) connections will be provided in the country under Pradhan Mantri Ujjwala Yojana” (PMUY). In order to provide clean cooking fuel to poor households, the Union Government had launched “PMUY” scheme to provide 5 Crore deposit- free LPG connections,...

Center Promotes Specialty Steel

0

New Delhi: Union Steel Minister Dharmendra Pradhan Wednesday said that the Union Government has approved inclusion of ‘Specialty Steel’ under the Production Linked Incentive (PLI) Scheme with a 5-year financial outlay of Rs 6322 Crore to promote its manufacturing within the country. This is done by attracting capital investment, generate employment and promote technology up-gradation in the steel sector, he...

ଇତିହାସ ପାଲିଟିବ ଧାଡିରେ ଛିଡାହେବା

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ୫-‘ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ୯ଟି ନାଗରିକକୈନ୍ଦ୍ରିକ ସେବାକୁ ଲୋକାର୍ପିତ କରିଛନ୍ତି । ରାଜ୍ୟର ଯେ କୌଣସି ପରିବହନ କାର୍ଯ୍ୟାଳୟକୁ ଚୟନ କରିବାର ସ୍ୱାଧୀନତା ହଜାର ହଜାର ଲୋକଙ୍କୁ ସୁବିଧା ଦେବ ଏବଂ ପରିବହନ କାର୍ଯ୍ୟାଳୟରେ ଲମ୍ବା ଧାଡ଼ିରେ ଛିଡ଼ାହେବା ଏବେ ଇତିହାସ ପାଲଟିବ ବୋଲି ସେ କହିଛନ୍ତି । । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ସ୍ୱୟଂକ୍ରିୟ ପ୍ରଣାଳୀରେ ଏବଂ ଅନ୍‌ଲାଇନ୍‌ ମାଧ୍ୟମରେ ସୁବିଧାଜନକ...

Shree Jagannath Temple Open For All Days

0

Puri: Shree Jagannath Temple Administration (SJTA) Chief Administrator Krishan Kumar, while lifting restrictions imposed during COVID-19 Pandemic has announced that Lord Jagannath’s Temple in Puri will remain open throughout the week including Sundays. Dr.Kumar also announced that the devotees can eat ‘Mahaprasad’ (cooked bhog) at Anand Bazaar. SJTA Chief announced lifting of restrictions by after review of the Standard Operation Procedure...

କମ୍‌ କୃଷି ଋଣ ଦେଉଛନ୍ତି ବ୍ୟବସାୟିକ ବ୍ୟାଙ୍କ

0

ଭୁବନେଶ୍ୱର : ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମାବଳୀ ଅନୁଯାୟୀ ବ୍ୟାଙ୍କମାନେ ସମୁଦାୟ ଋଣର ୧୮ ପ୍ରତିଶତ କୃଷି କ୍ଷେତ୍ରରେ ଦିଆଯିବା କଥା । ଆନ୍ଧ୍ରପ୍ରଦେଶ, କେରଳ, ତେଲେଙ୍ଗାନା, ତାମିଲନାଡ଼ୁ ଓ ପଂଜାବ ଆଦି ରାଜ୍ୟ ତୁଳନାରେ ଓଡ଼ିଶାରେ ବ୍ୟବସାୟିକ ବ୍ୟାଙ୍କମାନେ କମ କୃଷି ଋଣ ପ୍ରଦାନ କରୁଛନ୍ତି । କୃଷକମାନଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ରାଜ୍ୟ ସରକାର କୃଷିଋଣ ପ୍ରଦାନ ଦିଗରେ ପ୍ରାଥମିକତା ପ୍ରଦାନ କରିବା ସହିତ କୃଷି ଋଣ କ୍ଷେତ୍ରରେ ୩ ପ୍ରତିଶତ ସୁଧ ରିହାତି ପ୍ରଦାନ କରୁଛନ୍ତି...