ଓଡ଼ିଶା ଆସିଲା ୧୦୦ ବର୍ଷର ପୁରୁଣା ନଥି
ଭୁବନେଶ୍ୱର : ୧୯୨୨ ମସିହାରେ ତତ୍କାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଉତ୍କଳଗୌରବ ମଧୁସୂଦନ ଦାସ ଓ ପରବର୍ତ୍ତୀ ସମୟରେ ଉତ୍କଳମଣି ଗୋପବନ୍ଧୁ, ବାଗ୍ମୀ ବିଶ୍ୱନାଥ କର, ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ପ୍ରମୁଖ ନେତୃବୃନ୍ଦଙ୍କ ଦ୍ୱାରା ଉପସ୍ଥାପିତ ତର୍କ-ବିବରଣୀ ଓଡ଼ିଶା ବିଧାନସଭାକୁ ଉପଲବ୍ଧ ହୋଇଛି । ଦୀର୍ଘ ୧୦୦ ବର୍ଷ ପରେ ବିହାର ବିଧାନସଭାରୁ ଏସବୁ ପୁରୁଣା ନଥି ଅଣାଯାଇପାରିଛି । ଏପରି ଗୁରୁତ୍ୱପୂର୍ଣ୍ଣ ସଂଗ୍ରହଣରୁ ଅନେକ ଅନାଲୋଚିତ ପ୍ରସଙ୍ଗ ମିଳିବ ଓ ସେସବୁ ଗବେଷକ ତଥା ଭବିଷ୍ୟତ ପିଢ଼ିକୁ ନୂତନ...
ମାଛ ଉତ୍ପାଦନରେ ଓଡ଼ିଶା ଚତୁର୍ଥ
ଭୁବନେଶ୍ୱର : ରାଜ୍ୟରେ ଥିବା ପ୍ରଚୁର ଜଳସଂପଦରେ ମତ୍ସ୍ୟଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି । ଦୁଇଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ ଟନ୍ରୁ ବୃଦ୍ଧି ପାଇ ୨୦୨୧-୨୨ରେ ୯.୯୧ ଲକ୍ଷ ମେଟ୍ରିକ ଟନ୍ରେ ପହଞ୍ଚିଛି ଏବଂ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି । ରାଜ୍ୟ ସରକାରଙ୍କ ଦ୍ୱାରା ମତ୍ସ୍ୟଚାଷ ଅନୁକୂଳ ନୀତି ପ୍ରଣୟନ, ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର, ଉନ୍ନତ ପ୍ରଜାତିର ମାଛଚାଷ ଓ ମତ୍ସ୍ୟଖାଦ୍ୟ ପ୍ରୟୋଗ ଫଳରେ ମାଛଚାଷରେ ଉଲ୍ଲେଖନୀୟ...
More PS For Better Policing
Bhubaneswar: For better policing in view of rise in population, the State Government has decided to open 36 new police stations in the State. Chief Minister Naveen Patnaik on Saturday approved a proposal in this connection and asked concerned officials to make these police stations operational soon. The new police stations will be opened at Bagedia and Gopalprasad in Angul district,...
ଖୋଲିବ ୩୬ ନୂଆ ଥାନା
ଭୁବନେଶ୍ୱର : ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଭାବରେ ଖୋଲୁଥିବା ଏହି ନୂଆ ଥାନା ଗୁଡିକ ହେଲା – ଅନୁଗୁଳର ବଗେଡିଆ ଓ ଗୋପାଳପ୍ରସାଦ, ବାଲେଶ୍ବରର ଗୋପଳପୁର ଓ ଅନନ୍ତପୁର, ବରଗଡର ବରଗଡ ଗ୍ରାମାଞ୍ଚଳ, ବ୍ରହ୍ମପୁରର ନିମଖଣ୍ଡି, ବଲାଙ୍ଗୀରର ଲକ୍ଷ୍ମୀଜୋର ଓ ଆଗଲପୁର, ବଉଦର...
Lohani Gets Panchayati Raj
Bhubaneswar: Odisha Government today assigned additional charge of crucial Department of Panchyati Raj and Drinking Water to Top Mandarin Sushil Kumar Lohani. 1995 Batch IAS Mr.Lohani is now serving as Chief Electoral Officer (CEO) Odisha for last three long years. Mr.Lohani was also handling additional charge of Department of Excise and Commissioner Commercial Tax (CCT) for last three years. With 1993 Batch...
କଂଗ୍ରେସ ୯୦+, ବିଜେପି ୧୨୦+, ବିଜେଡି କେତେ?
ଭୁବନେଶ୍ୱର : ୨୦୨୪ର ବିଧାନସଭା ନିର୍ବାଚନରେ କଂଗ୍ରେସ ତାହାର ଆସନ ସଂଖ୍ୟା ବର୍ତ୍ତମାନର ୯ରୁ ୯୦ ବଢ଼ାଇ ସରକାର ଗଠନ କରିବ ବୋଲି କହୁଥିବା ବେଳେ ବିଜେପି ବିଧାନସଭାରେ ତାହାର ସ୍ଥିତି ୨୦+ରୁ ୧୨୦+କୁ ବୃଦ୍ଧି କରି ନିଶ୍ଚିତ ଭାବେ ରାଜ୍ୟରେ ସରକାର ଗଢ଼ିବାକୁ ଆଶା ରଖିଛି । ତେବେ ୨୨ବର୍ଷ ଧରି ରାଜ୍ୟରେ ଶାସନ କରିଆସୁଥିବା ବିଜେଡି କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେତେ ଆସନ ଦଖଲ କରିବ ସେ ସଂପର୍କରେ ବିବୃତି ଯୁଦ୍ଧରେ ନ ପଶି ସେତେବେଳର ସ୍ଥିତି ବିଜେଡି ପାଇଁ...
ମାରୁତି ଗ୍ରାହକ ହଟହଟା
ଭୁବନେଶ୍ୱର : ନୂତନ ନମ୍ବର ପ୍ଲେଟ ପ୍ରସ୍ତୁତ କ୍ଷେତ୍ରରେ ମାରୁତି ସୁଜୁକି କମ୍ପାନୀର ଭେଣ୍ଡର ପରିବର୍ତ୍ତନ ଯୋଗୁଁ ଏହାର ଗ୍ରାହକମାନେ ଏବେ ରାଜ୍ୟରେ ହଟହଟା ହେଉଛନ୍ତି । ଏଥିପାଇଁ ଗତ କିଛି ଦିନ ହେଲା ମାରୁତି କମ୍ପାନୀର ଗ୍ରାହକମାନେ ନୂଆ ନମ୍ବର ପ୍ଲେଟ ପାଇଁ ବୁକିଂ କରିପାରୁନଥିବାବେଳେ ଏହି ସମସ୍ୟା ଆଉ କିଛିଦିନ ଜାରି ରହିବ ବୋଲି ଜଣାଯାଇଛି । ଉଚ୍ଚ ସୁରକ୍ଷା ବ୍ୟବସ୍ଥା (ହାଇ ସିକ୍ୟୁରିଟି) ଥିବା ନମ୍ବର ପ୍ଲେଟ ଲଗାଇବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବାପରେ ପରିବହନ ବିଭାଗ ପକ୍ଷରୁ...
ପ୍ଲାଷ୍ଟିକ ନିଷିଦ୍ଧ ନିୟମକୁ କଡ଼ାକଡ଼ି ଲାଗୁ କର
ଭୁବନେଶ୍ୱର : ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନକୁ କଡ଼ାକଡ଼ିଭାବେ ସାରା ରାଜ୍ୟରେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ କମିଟି ବୈଠକରେ ଅଧ୍ୟକ୍ଷତା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ପରିବେଶ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ ପ୍ଲାଷ୍ଟିକ୍ ବ୍ୟବହାର ନିଷିଦ୍ଧ ନିୟମ ଏବଂ ତାହାର ଅନୁପାଳନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଏ ଦିଗରେ ବର୍ତ୍ତମାନ...
ଅବକାରୀ ଅଧିକାରୀଙ୍କୁ ଆଇନ୍ ତାଲିମ
ଭୁବନେଶ୍ୱର : ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଆଇନ୍ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଅବାକରୀ ନିର୍ଦ୍ଦେଶାଳୟ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଅବକରୀ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । କର୍ମଶାଳାରେ ଭୁବନେଶ୍ୱରର ସହକାରୀ ପବ୍ଲିକ ପ୍ରସିକ୍ୟୁଟେର କ୍ଷୀରୋଧ ଚନ୍ଦ୍ର ପଣ୍ଡା, ବିଶ୍ୱରଞ୍ଜନ ରାଉତ ଓ ରାଜେଶ କୁମାର ପୋଥାଳ ଓ ଅବକାରୀ ଉପ ଆୟୁକ୍ତ ରାମଚନ୍ଦ୍ର ମିଶ୍ର ଯୋଗ ଦେଇ ଅନଲାଇନ୍ ମାଧ୍ୟମରେ ଅବକାରୀ ନିୟମ ଓ ଆଇନ୍ର...
ବିଧାୟକଙ୍କ ଦରମା ବୃଦ୍ଧି ବୈଠକ
ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନଙ୍କର ଦରମା, ପେନ୍ସନ୍ ଏବଂ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ନିମନ୍ତେ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ତରଫରୁ ପ୍ରସ୍ତାବ ରହିଆସିଥିଲା । ଏ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ପାଇଁ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଚଳିତ ବଜେଟ ଅଧିବେଶନରେ ଏକ ୧୧ ଜଣିଆ ପରାମର୍ଶଦାତା କମିଟି ଗଠନ କରିଥିଲେ । ଆଜି ବିଧାନସଭାର ୫୩ ନମ୍ବର ପ୍ରକୋଷ୍ଠରେ ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ବରିଷ୍ଠ ବିଧାୟକ...










