ରେକର୍ଡ ପରିମାଣର ଡ୍ରଗ୍ସ ଜବତ
ନୂଆଦିଲ୍ଲୀ : ଚଳିତ ଲୋକସଭା ନିର୍ବାଚନରେ ଅର୍ଥବଳ ଓ ପ୍ରଲୋଭନ ଉପରେ ନିର୍ବାଚନ କମିଶନଙ୍କ ଦୃଢ଼ ଓ ସମନ୍ୱିତ ଆକ୍ରମଣ ଫଳରେ ଏଜେନ୍ସିଗୁଡ଼ିକ ୮୮୮୯ କୋଟି ଟଙ୍କାର ଉଲ୍ଲେଖନୀୟ ଭାବେ ଜବତ କରିଛନ୍ତି। ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ସମେତ ପ୍ରଲୋଭନ ବିରୁଦ୍ଧରେ ସତର୍କତା ବଢ଼ାଇବା ଫଳରେ ବଡ଼ ଧରଣର ଜବରଦଖଲ କ୍ରିୟା ଏବଂ କ୍ରମାଗତ ବୃଦ୍ଧି ଘଟିଛି। ଡ୍ରଗ୍ସ ଜବତ ସର୍ବାଧିକ ହୋଇଛି। ବ୍ୟୟ ନିରୀକ୍ଷଣ, ସଠିକ ତଥ୍ୟ ବ୍ୟାଖ୍ୟା ଏବଂ ପ୍ରବର୍ତ୍ତନ ଏଜେନ୍ସିଗୁଡିକର ସକ୍ରିୟ ଅଂଶଗ୍ରହଣ କ୍ଷେତ୍ରରେ ଜିଲ୍ଲା ଏବଂ ଏଜେନ୍ସିଗୁଡ଼ିକର ନିୟମିତ ଅନୁସରଣ...
ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳିତ
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳିତ ହୋଇଯାଇଛି । ଏହା ସହ ମଇ ୪ ରୁ ଚାଲିଥିବା ୧୫ ଦିନିଆ ଗ୍ରୀଷ୍ମକାଳୀନ ସଉରା ଚିତ୍ରକଳା (ଇଡ଼ିତାଲ୍) ଶିବିର ମଧ୍ୟ ଉଦଯାପିତ ହୋଇଯାଇଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ(ଏସସିଏସଟିଆରଟିଆଇ) ପରିସରରେ ଥିବା ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରୀଷ୍ମକାଳୀନ ସଉରା ଚିତ୍ରକଳା (ଇଡ଼ିତାଲ୍) ଶିବିରର ଆୟୋଜନ କରାଯାଇଥିଲା । ଏହି ଅନ୍ତର୍ଜାତୀୟ ଦିବସ ପାଳନ ସମାରୋହରେ...
୧୨୬ ପ୍ରାର୍ଥୀ କୋଟିପତି
ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୪୨ ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ୩୮୩ ଜଣଙ୍କ ମଧ୍ୟରୁ ୧୨୬ ଜଣ ହେଉଛନ୍ତି କୋଟିପତି । ଏମାନଙ୍କ ସଂଖ୍ୟା ମୋଟ୍ ପ୍ରାର୍ଥୀଙ୍କର ୩୩ ପ୍ରତିଶତ । ତାଲିକାରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ଚମ୍ପୁଆ ଆସନରୁ ବିଜେଡି ଟିକଟରେ ଲଢୁଥିବା ସନାତନ ମହାକୁଡ । ଏଡିଆର ଓ ଓଡିଶା ଇଲେକସନ ୱାଚ ପକ୍ଷରୁ ପ୍ରାର୍ଥୀମାନଙ୍କ ସତ୍ୟପାଠକୁ ବିଶ୍ଲେଷଣ କରି ଏହି ତଥ୍ୟ ପ୍ରଦାନ କରାଯାଇଛି । ଏହି ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆରୁ...
Mahakud Tops Rich List
Bhubaneswar: BJD candidate from Champua segment Sanatan Mahakud is the richest candidate in fray for the third phase Assembly polls in the State, which is scheduled to be held on May 25. Shri Mahakud owns assets worth Rs 227.67 crore including movable assets of Rs 186.76 crore and immovable assets of Rs 40.91 crore, as per a report of...
Tight Security For Phase II
Bhubaneswar: Following pre-poll violence incidents reported in Ganjam district, Chief Electoral Officer (CEO) Nikunja Bihari Dhal swung into action and made tight security arrangements for the second phase Lok Sabha and Assembly elections to be held in the State on May 20. Briefing media persons here, CEO Shri Dhal said a total of 102 companies of central armed police...
ପୋଷ୍ଟର ଚିରା ଅଭିଯାନ ଆରମ୍ଭ
ଭୁବନେଶ୍ୱର : ମତଦାନ ତାରିଖ ପାଖେଇ ଆସୁଥିବାବେଳେ ଏବେ ବିଭିନ୍ନ ସ୍ଥାନରେ ପୋଷ୍ଟର ଚିରା ଅଭିଯାନ ଜୋର ଧରିଛି । ରାତି ଅଧିଆ ଭାବେ ପୋଷ୍ଟରକୁ ଚିରିବା, ସମ୍ପୂର୍ଣ୍ଣ କାଢିନେବା ଓ ପୋଷ୍ଟର ମୁହଁରେ ରଙ୍ଗ ବୋଳିବା ଭଳି କାମ ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ବିଧିବଦ୍ଧ ଅଭିଯୋଗ ହୋଇାହିଁ । ବିଭିନ୍ନ ରାଜନୈତିକ ଦଳ ଏବେ ସହର ଠାରୁ ଗାଁ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରରେ ମାତିଛନ୍ତି । ଲୋକଙ୍କୁ ନିଜ ପଟକୁ ଆକର୍ଷିତ କରିବାପାଇଁ ରଙ୍ଗ...
ମହାନଗର ନିଗମ ନିର୍ବାଚନ କେବେ ?
ଭୁବନେଶ୍ୱର : ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ନିୟମିତ ବ୍ୟବଧାନରେ ନିର୍ବାଚନ ହେଉଥିଲେ ମଧ୍ୟ ୧୦ ବର୍ଷ ଧରି ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଲାଗି ନିର୍ବାଚନ ହୋଇପାରୁନାହିଁ । ଆଇନ ଅଦଲତଙ୍କ ରହିତାଦେଶ ଯୋଗୁ ଏହି ଦୁଇ ମହାନଗର ନିଗମରେ ନିର୍ବାଚନ କରିବା ସମ୍ଭବପର ହେଉନାହିଁ ବୋଲି କୁହାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ପ୍ରଥମେ ଭୁବନେଶ୍ୱର ଓ କଟକ ଓ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ପୌର ସଂସ୍ଥାକୁ ମହାନଗର ନିଗମରେ ପରିଣତ କରାଯାଇଥିଲା । ସେହିପରି...
ଓଡିଶା ହେବ ଗେରୁଆମୟ
ରାଉରକେଲା : ମାନନୀୟ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଅମିତ ଶାହା ଆଜି ଓଡ଼ିଶାର ରାଉରକେଲାଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି । ସେ ଏହି ଉଦବୋଧନରେ ଓଡିଶାର ବିଜେଡି ସରକାର ଉପରେ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ଲାଗୁ ନକରିବାକୁ ନେଇ ଟାର୍ଗେଟ କରିଥିଲେ । କାର୍ଯକ୍ରମରେ ମଂଚରେ ସୁନ୍ଦରଗଡର ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ, ବିଧାୟକ ଶଙ୍କର ଓରାମ, ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ରଘୁନାଥପଲ୍ଲୀ ପ୍ରାର୍ଥୀ...
ଆଦିବାସୀ ଯୁବକ ହେଉଛନ୍ତି ଉଦ୍ୟୋଗୀ
ଭୁବନେଶ୍ୱର : ଟ୍ରାଇବାଲ ୟୁଥ୍ ମାଇକ୍ରୋ ଏଣ୍ଟରପ୍ରେନରସିପ୍ ବା TYME ଆଦିବାସୀ ଯୁବକ ମାନଙ୍କୁ କ୍ଷୁଦ୍ର ଉଦ୍ୟୋଗ, ପାରମ୍ପରିକ ଜୀବିକା ଯାପନ ଏବଂ ସେମାନଙ୍କୁ ରୋଜଗାରକ୍ଷମ କରାଇ ସମାଜରେ ପ୍ରତିଷ୍ଠିତ କରିବା ଏବଂ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ଏବଂ ପ୍ରେରଣା ସୃଷ୍ଟି କରିବାକୁ ସାରା ରାଜ୍ୟରେ ହୋଇଛି ଅନନ୍ୟ ଉଦ୍ୟମ I ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ (MMJJM) ଅଧୀନରେ TYME ଆଣିଛି...
ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିଭର୍ସିଟି ପରିଚାଳିତ ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍ସେସ୍, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍)ର ପ୍ରଫେସର ମନୋରଞ୍ଜନ ଦାଶ, ପ୍ରଫେସର ଅୟସକାନ୍ତ ମହାନ୍ତି ଓ ଡକ୍ଟର ପ୍ରୀତି ଷଡ଼ଙ୍ଗୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘କଂଟେମ୍ପୋରାରୀ କେସ୍ ଷ୍ଟଡିଜ୍ ଇନ୍ ବିଜିନେସ୍ ଆଣ୍ଡ ହେଲ୍ଥ କେୟାର ମ୍ୟାନେଜମେଂଟ’ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶୁକ୍ରବାର ଉନ୍ମୋଚନ କରିଛନ୍ତି । ‘କଂଟେମ୍ପୋରାରୀ କେସ ଷ୍ଟଡିଜ୍ ଇନ୍ ବିଜିନେସ...










