Himalayan Air Spoiled

New Delhi: The Himalayas, long revered as pristine and untouched sanctuaries of nature, are facing an unprecedented challenge as human-induced air pollution creeps into their highest altitudes. A year-long scientific investigation conducted between 2022 and 2023 has revealed that even remote regions are no longer immune to the reach of toxic emissions, signaling an urgent need for environmental vigilance...

ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ କମିବ

ଭୁବନେଶ୍ୱର : ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ କମିବା ଉଦବେଗଜନକ । ଡବଲ ଇଞ୍ଜିନ ସରକାରରେ ଅନୁଦାନ ବୃଦ୍ଧି ପାଇବା ପରିବର୍ତ୍ତେ କମୁଥିବାରୁ ମୁଖ୍ୟମନ୍ତ୍ରୀ ଏ ବାବଦରେ କେନ୍ଦ୍ର ସରକାରଙ୍କ ନିକଟରେ ମୁହଁ ଖୋଲନ୍ତୁ ଦାବି କରିଛି ବିଜୁ ଜନତା ଦଳ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ କହିଥିଲେ ଯେ, ସରକାରକୁ ଆସିବା ପୂର୍ବରୁ କେନ୍ଦ୍ରୀୟ ଅନୁଦାନ ବୃଦ୍ଧି କରି ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିବ...

ବିକାଶଧାରାରେ ଗଣମାଧ୍ୟମ ପ୍ରମୁଖ ଅଂଶୀଦାର

0

ଭୁବନେଶ୍ୱର : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆଜି ଭଦ୍ରକଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖିଳ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ସବୁଠାରୁ ଦୀର୍ଘ ଅବଧି ଧରି...

ପାଠ୍ୟପୁସ୍ତକ ତ୍ରୁଟି ର ତଦନ୍ତ କରିବ କମିଟି

0

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନରଙ୍କ...

ପଲିଥିନ ଜୋରିମାନା ଆଦାୟ ବଢୁଛି

ଭୁବନେଶ୍ୱର : ପଲିଥିନ୍‍ ଚଢଉରୁ ବର୍ଷକୁ ବର୍ଷ ସରକାର ଲକ୍ଷାଧିକ ଟଙ୍କାର ଜୋରିମାନା ଅର୍ଥ ଆଦାୟ କରୁଥିବାବେଳେ ରାଜ୍ୟରୁ କିନ୍ତୁ ନିମ୍ନମାନର ପଲିଥିନ୍‍ କାରବାର ବନ୍ଦ ହୋଇପାରୁ ନାହିଁ । ସରକାରୀ ଚଢଉରେ ପଲିଥିନ୍‍ ନିୟନ୍ତ୍ରଣ ସୀମିତ ରହୁଥିବାରୁ ରାଜ୍ୟରେ ଦିନକୁ ଦିନ ପଲିଥିନ୍‍ ହାଉଜାଉ ହେବାରେ ଲାଗିଛି । ପରିବେଶ ପ୍ରଦୂଷିତ କରୁଥିବା ଏକକ ପଲିଥିନ୍‍ ନିଷେଧ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡିଶାରେ ଅଭିଯାନ ଚଳାଇଥିବାବେଳେ । କେନ୍ଦ୍ର ସରକାର ବହୁ ଆଡମ୍ବରରେ ପୁରୀରୁ ଏହି ଅଭିଯାନ ଚଳାଇଥିଲେ...

ପାଠ୍ୟ ପୁସ୍ତକରେ ତ୍ରୁଟି ‘ଓଡ଼ିଆ ଅସ୍ମିତା’ ପ୍ରତି ଅପମାନ

ଭୁବନେଶ୍ୱର : ଏକ ବଡ଼ ଶିକ୍ଷାଗତ ସଙ୍କଟକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଆଜି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ କରି ଛପାଯାଇଥିବା ସ୍କୁଲ ପାଠ୍ୟପୁସ୍ତକଗୁଡ଼ିକରେ ୧୬୭୮ଟି ଆଶ୍ଚର୍ଯ୍ୟଜନକ ମାରାତ୍ମକ ଭୁଲ୍ ଏବଂ ତଥ୍ୟ ବିକୃତି ରହିଥିବା ସେ ପ୍ରକାଶ କରିଛନ୍ତି। ଦାସ ଏହି ପ୍ରଶାସନିକ ବିଫଳତାକୁ "ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଉପହାସ" ଏବଂ ଓଡ଼ିଶାର ସମୃଦ୍ଧ ଇତିହାସ, ଭୂଗୋଳ ତଥା ସଂସ୍କୃତି ପ୍ରତି ଏକ ପ୍ରତ୍ୟକ୍ଷ...

ଅଧା ଓଡିଶାରେ ମୌସୁମୀ ପ୍ରବେଶ

ଭୁବନେଶ୍ୱର :ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଆହୁରି କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ ବୌଦ୍ଧ, ସମ୍ବଲପୁର ଏବଂ ସୁନ୍ଦରଗଡ଼ର ଅଳ୍ପ ଅଂଶ; କୋରାପୁଟର କିଛି ଅଂଶ; ରାୟଗଡ଼ା, କନ୍ଧମାଳ, ଅନୁଗୁଳ ଏବଂ ଦେଓଗଡ଼ର ଅଧିକାଂଶ ଅଂଶ ଦେଇ ଗତି କରୁଛି। ମୌସୁମୀବାୟୁ ଧିରେ ଧିରେ ଓଡିଶାରେ ଗତି କରୁଥିବାବେଳ ରାଜ୍ୟରେ ବର୍ଷା ପରିମାଣ କିନ୍ତୁ କମ୍‍ ରହିଛି । କାଳବୈଶାଖୀ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ଅନ୍ୟ ପକ୍ଷରେ ସମଗ୍ର ରାଜ୍ୟରେ କାଳବୌଶାଖୀ...

ଉପବାଚସ୍ପତିଙ୍କ ଦସ୍ତଖତକୁ ଜାଲ୍‍ କଲେ ଯନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତ ଜାଲି କରିବା, ସରକାରୀ ଡି.ଓ. ପ୍ୟାଡର ଦୁରୁପଯୋଗ କରିବା ଏବଂ ଜାଲ୍ ଦସ୍ତାବେଜ ବ୍ୟବହାର କରି ବଦଳି ହାସଲ କରିବା ଉଦ୍ଦେଶ୍ୟରେ ଷଡଯନ୍ତ୍ର ରଚାଯାଇଥିବା ଅଭିଯୋଗରେ ଦୁଇ ଜଣ ଯନ୍ତ୍ରୀଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଯାଇଛି। ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ କୁମାର ସାହା କ୍ୟାପିଟାଲ ଥାନାର ଆଇଆଇସିଙ୍କୁ ଲେଖିଥିବା ଚିଠିରେ ବାଂସପାଳ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମୋନାଲିସା ବେହେରା ଏବଂ ହରିଚନ୍ଦନପୁର ବ୍ଲକ୍ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ...

ସାତ ଆଇପିଏସ୍‍ଙ୍କୁ ରଥଯାତ୍ରା ଦାୟିତ୍ୱ

ପୁରୀ : ଗତ ଦୁଇ ବର୍ଷରେ ରଥଯାତ୍ରା ସମୟରେ ହୋଇଥିବା ଅଘଟଣକୁ ଦୃଷ୍ଟିରେ ରଖି ଏଥର ରଥଯାତ୍ରା ପାଇଁ ନୂଆ ଯୋଜନା ପ୍ରସ୍ତୁତ ହୋଇଛି। ରଥଯାତ୍ରା ସୁପରିଚାଳନା ପାଇଁ ୭ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ତ୍ରୁଟିଶୂନ୍ୟ ଓ ଅଘଟଣମୁକ୍ତ ରଥଯାତ୍ରା ଉପରେ ରାଜ୍ୟ ସରକାରଙ୍କ ଫୋକସ୍ ଥିବାରୁ ବରିଷ୍ଠ ଆଇପିଏସମାନଙ୍କୁ ଗୋଟିଏ ଗୋଟିଏ ପରିଚାଳନାର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଭିଡ଼ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ରଥ ପରିଚାଳନା, ଶ୍ରୀମନ୍ଦିର ସମନ୍ୱୟ ପାଇଁ ଅଲଗା ଅଲଗା ଅଫିସରଙ୍କୁ ଦାୟିତ୍ୱ ମିଳିଛି। ଅନ୍ୟପଟେ ବ୍ୟବସ୍ଥାବଳୀ ଓ...

କଳାହାଣ୍ଡିରେ ଜୈବିକ କୃଷିକୁ ତ୍ୱରାନ୍ୱିତ କରିଛି ବେଦାନ୍ତ

ଭୁବନେଶ୍ୱର : ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ସଙ୍ଗମ ପ୍ରକଳ୍ପ ଅଧୀନରେ ନିଜର ଜିଆଖତ ଏବଂ ଆଜୋଲା ପ୍ରୋତ୍ସାହନ ଜରିଆରେ କଳାହାଣ୍ଡି ଜିଲ୍ଲାରେ ସ୍ଥାୟୀ କୃଷି ପ୍ରଣାଳୀକୁ ସୁଦୃଢ଼ କରୁଛି, ଯାହା ୨୭ଟି ଗାଁର ୧୭୦ଟି ଆଦିବାସୀ ଏବଂ କ୍ଷୁଦ୍ର ଚାଷୀ ପରିବାରକୁ ଉପକୃତ କରୁଛି। ଏହି କାର୍ଯ୍ୟକ୍ରମ ଅଧୀନରେ କମ୍ପାନୀ ଘରୋଇ ସ୍ତରରେ ୧୪୦ଟି ଜିଆଖତ ୟୁନିଟ୍ ଏବଂ ୩୦ଟି ଅଜୋଲା ଚାଷ ପ୍ରଣାଳୀ ପ୍ରତିଷ୍ଠା କରିବାରେ ସହାୟତା କରିଛି, ଯାହାଦ୍ୱାରା କୃଷକମାନେ ସେମାନଙ୍କ ଅଞ୍ଚଳରେ ମିଳୁଥିବା ଜୈବିକ ସମ୍ବଳ...