ଭୁବନେଶ୍ୱର :ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଆହୁରି କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ ବୌଦ୍ଧ, ସମ୍ବଲପୁର ଏବଂ ସୁନ୍ଦରଗଡ଼ର ଅଳ୍ପ ଅଂଶ; କୋରାପୁଟର କିଛି ଅଂଶ; ରାୟଗଡ଼ା, କନ୍ଧମାଳ, ଅନୁଗୁଳ ଏବଂ ଦେଓଗଡ଼ର ଅଧିକାଂଶ ଅଂଶ ଦେଇ ଗତି କରୁଛି।
ମୌସୁମୀବାୟୁ ଧିରେ ଧିରେ ଓଡିଶାରେ ଗତି କରୁଥିବାବେଳ ରାଜ୍ୟରେ ବର୍ଷା ପରିମାଣ କିନ୍ତୁ କମ୍ ରହିଛି । କାଳବୈଶାଖୀ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ଅନ୍ୟ ପକ୍ଷରେ ସମଗ୍ର ରାଜ୍ୟରେ କାଳବୌଶାଖୀ ଜନିତ ଝଡ ବାତ୍ୟା ଜାରି ରହିଛି । ବଜ୍ରପାତରେ ଏକାଧିକ ଜୀବନ ହାନି ଘଟୁଛି ।
ପାଣିପାରଗ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ସପ୍ତାହରେ ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ସକ୍ରିୟ ହେଲେ ମୌସୁମୀ ବର୍ଷା ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

