Mishra New PS To CM
Bhubaneswar: In a significant administrative reshuffle, senior IAS officer Saswat Mishra has been appointed as the new Principal Secretary to the Chief Minister of Odisha, Mohan Charan Majhi. The appointment was made official through a notification issued by the General Administration & Public Grievance Department today. Shri Mishra, who is widely recognized for his administrative acumen and deep understanding of...
ନିଯୁକ୍ତ ହେବେ ‘ଶିଶୁ ସେବିକା’
ଭୁବନେଶ୍ୱର : ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ‘ଶିଶୁ ସେବିକା’ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଶିଶୁ ସେବିକାମାନେ ଶିଶୁବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା ଅଣଶିକ୍ଷା କାର୍ଯ୍ୟର ବୋଝ ହାଲ୍କା କରିବାରେ ସହାୟକ ହେବେ । ତେଣୁ ଶିକ୍ଷକମାନେ କେବଳ ଶିକ୍ଷା ଉପରେ ଦୃଷ୍ଟି କେନ୍ଦ୍ରୀତ କରିପାରିବେ । ଏହାଦ୍ୱାରା ପ୍ରାକ୍-ପ୍ରାଥମିକ ଶ୍ରେଣୀରେ ପିଲାଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା...
Stampede Prompts Administrative Overhaul
Bhubaneswar: In a decisive response to the tragic stampede near the Shree Gundicha Temple during the ongoing Rath Jatra, the Odisha government has initiated swift and significant administrative changes in Puri district. The incident, which occurred early Sunday morning around 4 AM, claimed the lives of three devotees and left approximately 50 injured, with six reportedly in critical condition. Chief...
ବ୍ୟାପକ ତଦନ୍ତ ଦାବି କଲେ ଗଜପତି
ପୁରୀ : ପୁରୀ ଦଳଚକଟା ମୃତ୍ୟୁ ଘଟଣାରେ ଗଭୀର ମର୍ମାହତ ହେବା ସହିତ ଘଟଣାର ତୁରନ୍ତ ବ୍ୟାପକ ତଦନ୍ତ ପାଇଁ ଦାବି କରିଛନ୍ତି ପୁରୀ ଗଜପତି ଦିବ୍ୟସିଂହ ଦେବ । ଏକ ପ୍ରେସ ରିଲିଜ ଜାରି କରି ଗଜପତି କହିଛନ୍ତି ଯେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଗତକାଲି ରାତିରେ ଦଳାଚକଟା ଘଟି ତିନି ଜଣ ଭକ୍ତଙ୍କ ଜୀବନ ଯାଇଥିବା ଏବଂ ଅନେକ ଆହତ ହୋଇଥିବା ଖବର ପାଇ ଶ୍ରୀ ଗଜପତି ମହାରାଜା ମର୍ମାହତ ଏବଂ ଗଭୀର ଦୁଃଖିତ। ଶ୍ରୀ ଗଜପତି ମହାରାଜା ସ୍ୱର୍ଗତ...
ଲୋକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ
ଭୁବନେଶ୍ୱର : ଚଳିତ ବର୍ଷ ଶ୍ରୀ ଗୁଣ୍ଡିଚା ରଥଯାତ୍ରାର ଚରମ ବିଶୃଙ୍ଖଳତା ଓ ଶ୍ରଦ୍ଧାଳୁମାନଙ୍କ ମୃତ୍ୟୁ ସମ୍ବାଦ ମୋତେ ଭୀଷଣ ଆଘାତ ଦେଇଛି । ଯେଉଁ ଶ୍ରଦ୍ଧାଳୁମାନେ ମୃତ୍ୟୁବରଣ କଲେ, ସେମାନଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବାକୁ ମୋର ଭାଷା ନାହିଁ । ଭକ୍ତମାନେ କାହିଁ କେତେ ଦୂରରୁ କଷ୍ଟ ସ୍ବୀକାର କରି ରଥରେ ତିନିଠାକୁରଙ୍କୁ ଦର୍ଶନ କରିବାକୁ ଆସିଥିଲେ । ସେମାନଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରାଇବାକୁ ସରକାର ଅକ୍ଷମ ହେବା ଜାଣି ମୁଁ ଆଶ୍ଚର୍ଯ୍ୟ ହେଉଛି । ସରକାର ଅନଭିଜ୍ଞ ।...
ଦୁଃଖ ପ୍ରକାଶ କଲେ ରାହୁଳ ଗାନ୍ଧୀ
ଭୁବନେଶ୍ୱର : ପୁରୀରେ ଦଳାଚକଟା ଘଟଣାରେ ତିନିଜଣଙ୍କ ପ୍ରାଣହାନିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାହୁଳ ଗାନ୍ଧୀ । ଟୁଇଟ କରି ରାହୁଳ କହିଛନ୍ତି ଯେ ପୁରୀରେ ରଥଯାତ୍ରା ସମୟରେ ଦଳାଚକଟା ଅତ୍ୟନ୍ତ ଦୁଃଖଦ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଏବଂ ଆହତ ଭକ୍ତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଓଡ଼ିଶା ସରକାରଙ୍କୁ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିବେଦନ କରାଯାଇଛି ଏବଂ କଂଗ୍ରେସ କର୍ମୀମାନଙ୍କୁ ଏଥିରେ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇବାକୁ ଅନୁରୋଧ କରାଯାଇଛି। ଏହି ଦୁଃଖଦ ଘଟଣା ଏକ ଗମ୍ଭୀର...
ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସପି
ଭୁବନେଶ୍ୱର : ପୁରୀରେ ଦଳାଚକଟା ଘଟଣାରେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି କାର୍ଯ୍ୟାନୁଷ୍ଠାନ । ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରାଯାଇଛି । ଏଥି ସହିତ ଡିସିପି ଓ କମାଣ୍ଡାଣ୍ଟଙ୍କୁ ନିଲମ୍ବିତ କରାଯାଇଛି । ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି। ପରଲୋକଗତ ଭକ୍ତ ମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର...
CM Apologies Over Stampede Deaths
Bhubaneswar: Chief Minister, Mohan Charan Majhi, today expressed his profound grief and offered a public apology for the tragic stampede that occurred in the early hours of Sunday near the Shree Gundicha Temple in Puri, during the ongoing Rath Yatra. The incident claimed the lives of three devotees and left over 50 injured, with several in critical condition. Addressing the...
କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପୁରୀରେ ଘଟିଥିବା ଦଳଚକଟା ଜନିତ ମୃତ୍ୟୁ ପାଇଁ ସରକାର ତରଫରୁ ବ୍ୟକ୍ତିଗତ ଭାବେ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥି ସହିତ ସୁରକ୍ଷାରେ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଜନିତ ଠେଲାପେଲା କାରଣରୁ ଘଟିଥିବା ଅଘଟଣ ପାଇଁ ବ୍ୟକ୍ତିଗତ ଭାବେ ମୁଁ ଏବଂ ମୋ ସରକାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା...
ଭିଡ ପରିଚାଳନାରେ ଶୋଚନୀୟ ବିଫଳତା
ଭୁବନେଶ୍ୱର : ଶରଧାବଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟାକୁ ଉଦବେଗ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ମୁମ୍ବାଇରେ ଚିକିତ୍ସାଧିନ ଥିବା ନବୀନ ଟୁଇଟ୍ କରି କହିଛନ୍ତି ଯେ ଦଳାଚକଟାରେ ପ୍ରାଣ ହରାଇଥିବା ତିନି ଭକ୍ତଙ୍କ ପରିବାର ପ୍ରତି ମୁଁ ମୋର ହୃଦୟରୁ ସମବେଦନା ଜଣାଉଛି ଏବଂ ଏହି ଭୟଙ୍କର ଘଟଣାରେ ଆହତ ହୋଇଥିବା ଭକ୍ତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି। ରଥ ଯାତ୍ରା ସମୟରେ ଭିଡ଼ ପରିଚାଳନାର ଶୋଚନୀୟ ବିଫଳତାର ମାତ୍ର ଗୋଟିଏ ଦିନ ପରେ ଘଟିଥିବା ଆଜିର...










