ଇ-ଯାନ ସବସିଡ୍ ନେଇ ସମସ୍ତେ ଅନ୍ଧାରରେ
ଭୁବନେଶ୍ୱର : ରାଜ୍ୟରେ ଇ-ଯାନ ନୀତି ପ୍ରଣୟନ ସଂକ୍ରାନ୍ତୀୟ ଗେଜେଟ ବିଜ୍ଞପ୍ତି ପ୍ରକାଶକୁ ମାସଟିଏ ପୂରିଲାଣି । ହେଲେ ସରକାରୀ ଘୋଷଣା ଅନୁଯାୟୀ ବିଦ୍ୟୁତ୍ ଚାଳିତ ଗାଡି କିଣିଲେ ଲୋକେ କିଭଳି ରିହାତି ପାଇବେ ତାହା ଜାଣିପାରୁ ନାହାନ୍ତି । ଘୋଷଣା ସଂକ୍ରାନ୍ତରେ ପରିହବନ ବିଭାଗ ଠାରୁ ଆରମ୍ଭ କରି ଗାଡି ଡିଲରଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ପ୍ରକାର ଅନ୍ଧାରରେ । ସେପ୍ଟେମ୍ବର ଦୁଇ ତାରିଖରେ ରାଜ୍ୟ ସରକାର ଇ-ଯାନ ନୀତି ଗେଜେଟ ବିଜ୍ଞପ୍ତି ଆକାରରେ ଘୋଷଣା କରିଥିଲେ । ଏଥିରେ ଉଲ୍ଲେଖ ଥିଲା...
ପଡୋଶୀ ରାଜ୍ୟ ଏବେ ଓଡିଶାର ଶତ୍ରୁ
ଭୁବନେଶ୍ୱର : ସମ୍ବିଧାନର ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ରାଜ୍ୟ ମଧ୍ୟରେ ଭାଇଚାରା ସମ୍ପର୍କ ରହିବାପାଇଁ ଯେଉଁ ବ୍ୟବସ୍ଥା ରହିଛି ଏବେ ଆମର ପଡୋଶୀ ରାଜ୍ୟମାନେ ତାହାର ଖୋଲା ଉଲ୍ଲଙ୍ଘନ କରି ଓଡିଶାର ଜମି, ଜଙ୍ଗଲ, ଜଳ ଓ ଭାଷା ଉପରେ ଶତ୍ରୁ ଦେଶ ଭଳି ଆକ୍ରମଣ ଜାରି ରଖିଛନ୍ତି । ଏହା ଓଡିଶା ସରକାର ଓ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି । ଓଡିଶାର ୩୦ଟି ଜିଲ୍ଲା ମଧ୍ୟରୁ ୧୦ଟି ଜିଲ୍ଲାରେ ଥିବା ପ୍ରାୟ ୧୦୦ ଗାଁ, ୧୫ହଜାର ହେକ୍ଟରରୁ...
ଦୁଇ ମହାନଗରୀ ପାଇଁ କଟକଣା କଠୋର
ଭୁବନେଶ୍ୱର : ପାର୍ବଣ ସମୟରେ କରୋନା ସଂକ୍ରମଣକୁ ରୋକିବାପାଇଁ ରାଜ୍ୟ ସରକାର ଆଜି କଟକ-ଭୁବନେଶ୍ୱର ଦ୍ୱୈତନଗରୀ ପାଇଁ କଟକଣାକୁ କଠୋର କରିଛନ୍ତି । ଅକ୍ଟୋବର ୧୧ ରୁ ୨୦ ତାରିଖ ପର୍ଯ୍ୟନ୍ତ ଦୁଇ ମହାନଗର ନିଗମରେ ରାତ୍ରୀକାଳୀନ କର୍ଫ୍ୟୁ ସମୟକୁ ବଢାଇ ଦିଆଯାଇଛି । ଏହି ଦଶ ଦିନ ରାତ୍ରୀ ୧୦ଟା ପରିବର୍ତ୍ତେ ସଂଧ୍ୟା ୮ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏହି ସୂଚନା ଦେଇଛନ୍ତି । ଏଥି...
ହୃଦଘାତ ପାଇଁ ବିମାନର ଜରୁରୀ ଅବତରଣ
ଭୁବନେଶ୍ୱର : ମଝି ଆକାଶରେ ବିମାନ ମଧ୍ୟରେ ଯାତ୍ରୀଙ୍କ ହୃଦ୍ଘାତ ଯୋଗୁଁ କୋଲକତାରୁ ହ୍ରାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନକୁ ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି । ଏହି ବିମାନର ନିଜ ପରିବାରର ୪ଜଣ ସଦସ୍ୟଙ୍କ ସହ ଯାତ୍ରା କରୁଥିବା ୮୦ବର୍ଷ ବୟସ୍କ ଜୟବ୍ରତ ଘୋଷ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିଥିଲେ । ସେହି ବିମାନରେ ଥିବା ଆପୋଲୋ ହସ୍ପିଟାଲର ଜଣେ ପରୀକ୍ଷାପରେ ତାଙ୍କର ହୃଦ୍ଘାତ ହୋଇଥିବା କହିବା ସହିତ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେବାପାଇଁ...
Virendra Lakra Retires
Olympic bronze medalist and hockey star from Odisha, Birendra Lakra has announced his retirement from the Indian Men’s Hockey Team. Hockey India (HI) has announced Lakra’s retirement plan on Twitter today. “Olympic Bronze Medalist A solid defender and one of the most influential Indian Men’s Hockey Team figures, the Odisha star has announced his retirement from the Indian national team....
ସମ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର
ଭୁବନେଶ୍ୱର : ଜନ୍ମ ସମୟରୁ ଜୀବନ ସୃଷ୍ଟିକାରୀ ହୃଦରୋଗ ଥିବା ଜଣେ ୨୫ ବର୍ଷ ଯୁବକଙ୍କର ଶରୀରରେ ସଫଳତାର ସହ ବିରଳ ଅସ୍ତ୍ରୋପଚାର କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲର ହୃଦରୋଗ ବିଭାଗର ସର୍ଜନ । ସାରଦା ପ୍ରସନ୍ନ ପାତ୍ର ନାମକ ଯୁବକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଓ କୌଣସି କାମ କରିବାକୁ ସକ୍ଷମ ହୋଇପାରୁନଥିବା ବେଳେ ତାଙ୍କୁ ବିଭିନ୍ନ ପରୀକ୍ଷା ନିମନ୍ତେ ସମ୍ ହସ୍ପିଟାଲରେ ଭର୍ତି କରାଯାଇ ଥିଲା ।...
୧୧ଟି ସ୍ୱତନ୍ତ୍ର ଟ୍ରେନ ସଂଶୋଧିତ ସମୟରେ ଚଳାଚଳ କରିବ
ଭୁବନେଶ୍ୱର : ପୂର୍ବ ତଟ ରେଳପଥ ପରିସୀମାରୁ ଛାଡୁଥିବା ୧୧ଟି ସ୍ୱତନ୍ତ୍ର ଟ୍ରେନ ଅକ୍ଟୋବର ମାସ ପହିଲା ଠାରୁ ଦକ୍ଷିଣ ପୂର୍ବ ରେଳପଥ ପରିସୀମା ମଧ୍ୟରେ କେତେକ ଷ୍ଟେସନ ଠାରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ | ଏହି ଟ୍ରେନ୍ ଗୁଡିକ ହେଉଛି ପୁରୀରୁ 30 ସେପ୍ଟେମ୍ବର, 2021 ଠାରୁ ଛାଡୁଥିବା 02801 ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ବିଶେଷ ଟ୍ରେନ ହିଜଲି ଏବଂ ଘଟଶୀଳା ଷ୍ଟେସନ ଠାରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ | ଏହି ଟ୍ରେନ୍ ହିଜଲିରେ ଭୋର...
Adani Eyes Odisha Solar Project
Bhubaneswar: The Adani Renewable Energy (MH) Limited (AREMHL), a wholly-owned subsidiary of Adani Green Energy Ltd (AGEL), will acquire a 40 MW operating solar project in Odisha. The AREMHL has signed definitive agreements with Essel Green Energy Pvt Ltd to acquire100 percent economic value in an special purpose vehicle (SPV) that owns the solar project in Odisha, the company said...
୧୦୦୦ ଏସ୍ଏଚ୍ଜି ମହିଳାଙ୍କୁ ବିସିଏ ନିଯୁକ୍ତି
ଭୁବନେଶ୍ୱର : ରାଜ୍ୟରେ ଆଉ ୧୦୦୦ ମହିଳା ଏସ୍ଏଚଜି ସଦସ୍ୟାଙ୍କୁ ପଞ୍ଚାୟତ ସ୍ତରରେ ବ୍ୟାଙ୍କିଙ୍ଗ୍ କରେସପେଣ୍ଡଣ୍ଟ ଏଜେଣ୍ଟ (ବିସିଏ) ଭାବେ ନିଯୁକ୍ତି ଦିଆଯିବ । ବ୍ୟାଙ୍କ୍ ନଥିବା ଇଲାକାରେ ଏମାନେ ଲୋକଙ୍କୁ ବ୍ୟାଙ୍କିଙ୍ଗ୍ସେବା ଯୋଗାଇଦେବେ । ବର୍ତ୍ତମାନ ରାଜ୍ୟରେ ପାଞ୍ଚଟି ବ୍ୟାଙ୍କ୍ ଜରିଆରେ ୧୨୬୨ ବିସିଏ କାର୍ଯ୍ୟ କରୁଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ଏମାନଙ୍କ ଜରିଆରେ ୨୩୦କୋଟି ଟଙ୍କାର କାରବାର ହୋଇଛି । ବ୍ୟାଙ୍କ୍ ନଥିବା ପଞ୍ଚାୟତଗୁଡିକରେ ଲୋକଙ୍କ ନିକଟରେ ବ୍ୟାଙ୍କ୍ସେବା ପହଞ୍ଚାଇବାପାଇଁ ସ୍ୱୟଂ ସହାୟିକା ଗୋଷ୍ଠି ସଦସ୍ୟାଙ୍କୁ ବିସିଏ ଭାବେ ନିଯୁକ୍ତି...
ଥାନା ମାଲଖ।ନାରେ ବର୍ଷ ବର୍ଷ ଧରି ସାମଗ୍ରୀ ପଡୁଛି
ଭୁବନେଶ୍ୱର : ବିଭିନ୍ନ ଅପରାଧିକ ମାମଲାରେ ପୁଲିସ୍ ଜବତ କରୁଥିବା ନିଶା ସାମଗ୍ରୀ, ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଏବଂ ମୋଟରଗାଡି ଆଦି ବର୍ଷ ବର୍ଷ ଧରି ସାଇତି ରଖିବା ଏବେ ଥାନାଗୁଡିକ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ବିଶେଷକରି ଜବତ ବିସ୍ଫୋରକ ସାମଗ୍ରୀର ବିସ୍ଫୋରଣରେ ପୁରୀ ଜିଲ୍ଲାର ବଳଙ୍ଗା ଥାନା ଉଡିଯିବା ଘଟଣା ପରେ ଥାନା କର୍ତ୍ତୃପକ୍ଷମାନେ ଏଥିଘେନି ଚିନ୍ତାରେ ଅଛନ୍ତି । ଏବେ ପ୍ରାୟ ପ୍ରତିଦିନ ବିପୁଳ ପରିମାଣର ଗଞ୍ଜେଇ, ମଦ, ବ୍ରାଉନସୁଗାର ସମେତ ଅନ୍ୟାନ୍ୟ ନିଶା ସାମଗ୍ରୀ ଜବତ ହେଉଛି...










