ପଛୁଆବର୍ଗ ତଥ୍ୟ ସଂଗ୍ରହ ସରିବ କେବେ?

0

ଭୁବନେଶ୍ୱର : ସର୍ବୋଚ୍ଚ ନ୍ୟାୟାଳୟର ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ୧୬ବର୍ଷ ଧରି ପଛୁଆବର୍ଗଙ୍କ ଆସନ ସଂରକ୍ଷଣ ସଂକ୍ରାନ୍ତୀୟ ‘କ୍ୱାଣ୍ଟିଫିଏବୁଲ ଡାଟା’ ସଂଗ୍ରହ କରାଯାଇ ପାରିନାହିଁ । କେବେ ସୁଦ୍ଧା ଏହି ତଥ୍ୟ ସଂଗୃହୀତ ହେବ ସେ ସଂକ୍ରାନ୍ତରେ ବି କେହି କିଛି କହିପାରୁ ନାହାନ୍ତି । ବିଶ୍ୱନାଥ ପ୍ରତାପ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ କେନ୍ଦ୍ର ସରକାର ମଣ୍ଡଳ କମିଶନଙ୍କ ସୁପାରିସ୍‍ ଲାଗୁ କରି ପଛୁଆବର୍ଗଙ୍କ ପାଇଁ ସରକାରୀ ଚାକିରିରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ତେବେ ଓଡ଼ିଶାରେ ସେତେବେଳର ମୁଖ୍ୟମନ୍ତ୍ରୀ...

କଳାଭୂମିରେ ଖୋଲା ପାଠାଗାର

0

ଭୁବନେଶ୍ୱର : ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଏବେ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛି । କଳାଭୂମିରେ ଆଜି ଏକ ଖୋଲା ପାଠାଗାର ଉଦ୍‌ଘାଟିତ ହୋଇଯାଇଛି । ଓଏସ୍‌ଆର୍‌ଟି ବସର ବାହ୍ୟ ଭାଗରେ ଓଡ଼ିଶାର ପରମ୍ପରା ଓ ପଶୁପକ୍ଷୀଙ୍କ କାହାଣୀକୁ ନେଇ ଭିନ୍ନ ଭିନ୍ନ ଚିତ୍ର ଅଙ୍କା ଯାଇଛି । ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟର ମିଳିତ ସହଯୋଗରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମର୍ଥନରେ ବକୁଳ ଫାଉଣ୍ଡେସନ୍‌ ଦ୍ୱାରା ଏହି ବସ୍‌ ପାଠାଗାର ପ୍ରତିଷ୍ଠା କରାଯାଇଛି । ଆଜି ଏହି ପାଠାଗାର ଉଦ୍‌ଘାଟନ ଉତ୍ସବରେ ରାଜ୍ୟସଭା...

ନକଲି ଶିକ୍ଷକଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ୱର : ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି, ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ...

ଅନଲାଇନ ଜୁଆ ବିଜ୍ଞାପନ ବନ୍ଦ ପାଇଁ ପରାମର୍ଶ

ଭୁବନେଶ୍ୱର : ଅନଲାଇନ ଜୁଆ ଖେଳ ପରିଚାଳନା କରୁଥିବା ପ୍ଲାଟଫର୍ମ ସମ୍ପର୍କରେ ପ୍ରଚାର ଓ ପ୍ରସାର କରୁଥିବା ବିଜ୍ଞାପନ ବନ୍ଦ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ଦେଶର ସବୁ ଛାପା, ବୈଦ୍ୟୁତିକ ଏବଂ ଡିଜିଟାଲ ଗଣମାଧ୍ୟମ ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି ହୋଇଛି । ବର୍ତ୍ତମାନ ସମୟରେ ବିଭିନ୍ନ ଛାପା, ବୈଦ୍ୟୁତିକ, ସାମାଜିକ ଓ ଅନଲାଇନ ଗଣମାଧ୍ୟମରେ ଅନଲାଇନ ବେଟିଂ (ଜୁଆ ଖେଳ) ପରିଚାଳନା କରୁଥିବା ୱେବସାଇଟ/ପ୍ଲାଟଫର୍ମ ସମ୍ପର୍କରେ ସଂଖ୍ୟାଧିକ...

ନୀଳାଚଳ ହାଟରେ ସାଂସ୍କୃତିକ ବିଭବ ପ୍ରଦର୍ଶିତ

0

ଭୁବନେଶ୍ୱର : ପୁରୀଠାରେ ନୀଳାଚଳ ହାଟକୁ ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଲୋକାର୍ପିତ କରିଛନ୍ତି । ଏକାମ୍ର ହାଟ ଭଳି ବର୍ଷସାରା ନିରନ୍ତର ଭାବେ କାରିଗର ଓ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରିବା ଏହି ହାଟର ମୂଳ ଲକ୍ଷ୍ୟ । ୨୦୨୦ ମସିହାରେ, ଓଡ଼ିଶାରେ ଥିବା ଅର୍ବାନ ହାଟଗୁଡ଼ିକର ପରିଚାଳନା ଦାୟିତ୍ୱ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିଜ ହାତକୁ ନେବା ପରେ, ପୁରୀ ନୀଳାଚଳ ହାଟକୁ କାରିଗର ଓ...

High Security For Snan Purnima

0

Puri: A five-layer security cover would be placed in and around the Sri Jagannath temple and along the Badadanda (Grand Road) to ensure smooth conduct of the Snan Purnima rituals on June 14 (Tuesday). Special arrangements have been made for hassle-free darshan of devotees, smooth traffic regulation, facilitation of pilgrims and safety of tourists at sea beach and other important points...

ହାଂପ୍ତା ପାସ ଅରୋହଣ କଲେ ୨୪ ଜଣ ଓଡ଼ିଆ

ଭୁବନେଶ୍ୱର : କଳିଙ୍ଗ ଡେୟାରଡେଭିଲସ ଏବଂ ଥ୍ରୀଲୋଫିଲିଆର ମିଳିତ ଆନୁକୂଲ୍ୟ ରେ ଚୟନ ହୋଇଥିବା ଓଡ଼ିଶାର ୨୪ ଜଣ ପ୍ରତିଭା ୧୦ ଜୁନ ଅପରାହ୍ନରେ ୧୪୦୬୫ ଫୁଟ ଉଚ୍ଚତା ବିଶିଷ୍ଠ ହାଂପ୍ତା ପାସ ପାହାଡ଼ ଶୀର୍ଷରେ -5°c ରୁ -10°c ତାପମାତ୍ରା ସହିତ ବରଫ ଝଡକୁ ସାମ୍ନା କରି ସେଠାରେ ଜାତୀୟ ପତାକା ଉଡ଼ାଇ ଥିଲେ। ଉକ୍ତ କାର୍ଯ୍ୟକର୍ମକୁ ରାଜ୍ୟସଭା ସାଂସଦ ସୁଜୀତ କୁମାର ଏବଂ ଆସିଷ୍ଟାଣ୍ଟ କମିଶନେର (ଇନକମ ଟେକ୍ସ) ହୃଦୟ ଦାସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏବଂ ପୋଲିସ ଆଇ.ଜି.ପି...

Arukha New Speaker OLA

Bhubaneswar: A six-time BJD MLA and former Minister Bikram Keshari Arukha on Monday elected as new Speaker of the Odisha Legislative Assembly. Arukha was elected to the post unanimously in a special session held in the Assembly. Members from Opposition parties BJP and Congress too supported his candidature for the prestigious seat. Chief Minister and Leader of the House, Naveen Patnaik...

ସମ୍ମମ୍‌ର ନିରନ୍ତର ସ୍ୱାସ୍ଥ୍ୟ ସେବାକୁ ପ୍ରଶଂସା

0

ଭୁବନେଶ୍ୱର : କୋଭିଡ୍ ମହାମାରୀ ସମୟରେ ସମ୍ ଅଲ୍ଟିମେଟ ମେଡିକେୟାର ଏବଂ ସମ୍ କୋଭିଡ ହସ୍ପିଟାଲ୍‌ର ସ୍ୱାସ୍ଥ୍ୟ ସେବା ଓ ଅବଦାନ ଅତୁଳନୀୟ । ଏହି ଦୁଇ ହସ୍ପିଟାଲ୍‌ର ନିରନ୍ତର ଏବଂ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗୁଁ ଅନେକ କୋଭିଡ ସଂକ୍ରମିତ ସୁସ୍ଥ ହେବା ସହ ନୂତନ ଜୀବନ ଲାଭ କରିଛନ୍ତି ବୋଲି କହିଛନ୍ତି ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ନ୍ୟାସ୍‌ନାଲ୍ ଇଂଟେନ୍‌ସିଭ୍ କେୟାର...

ନୂଆ ବାଚସ୍ପତି ବିକ୍ରମ ଆରୁଖ

0

ଭୁବନେଶ୍ୱର : ବରିଷ୍ଠ ବିଜେଡି ବିଧାୟକ ବିକ୍ରମ କେଶରୀ ଆରୁଖ ଓଡିଶା ବିଧାନସଭାର ନୂତନ ବାଚସ୍ପତି ଭାବେ ନିର୍ଦନ୍ଦରେ ନିର୍ବାଚିତ ହୋଇଛନ୍ତି । ବାଚସ୍ପତି ନିର୍ବାଚନ ଲାଗି ଆଜି ଆହୂତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ସର୍ବସମ୍ମତକ୍ରମେ ଶ୍ରୀ ଆରୁଖ ଏହି ପଦରେ ଅଧିଷ୍ଠିତ ହୋଇଛନ୍ତି । ବିଧାନସଭାର ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ପଦରୁ ଇସ୍ତଫା ଦେବାପରେ ଏହି ପଦବୀଟି ଖାଲି ପଡିଥିଲା । ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିବା ବିଧାୟକ ଶ୍ରୀ ଆରୁଖ ବାଚସ୍ପତି ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ...