ମାର୍ଚ୍ଚ ୧୬ ରୁ ୧୨-୧୪ ବର୍ଷ ପିଲାଙ୍କ ଟିକାକରଣ

0

ନୂଆଦିଲ୍ଲୀ : ମାର୍ଚ୍ଚ ୧୬ ରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କୁ କୋଭିଡ ୧୯ ପ୍ରତିଷେଧକ ଟିକା ମାଗଣାରେ ଦିଆଯିବ । ଏଥିସହିତ ସମସ୍ତ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରରେ ଜାତୀୟ ଟିକାକରଣ ଦିବସ ପାଳନ କରାଯିବ । ପିଲାମାନଙ୍କୁ ହାଇଦ୍ରାବାଦସ୍ଥିତ ବାୟୋଲୋଜିକ ଇ ଲିମିଟେଡ ଦ୍ବାରା ବିକଶିତ କୋର୍ବେଭାକ୍ସ ଟିକା ଦିଆଯିବ । ମାର୍ଚ୍ଚ ୧୬ ତାରିଖ ପୂର୍ବାହ୍ନ ୯ଟାରୁ ଅନଲାଇନ ପଞ୍ଜୀକରଣ ମାଧ୍ୟମରେ କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ହିତାଧିକାରୀମାନେ ଟିକା ନେଇପାରିବେ । ସବୁ ରାଜ୍ୟ ଏବଂ...

ଆସନ୍ତା ୨୪ଘଣ୍ଟାରେ ଲଘୁଚାପ ବଳୟ

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭାରତ ମହାସାଗର ଏବଂ ଏହାର ନିକଟବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟିହେବ । ଭାରତୀୟ ପାଣିପାଗ ବିଭାଗ ଆଜି ଏ ସଂକ୍ରାନ୍ତରେ ଟୁଇଟ୍‍ ଦ୍ୱାରା ଅବଗତ କରିଛି । ତେବେ ଏହି ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ ସେଥିନେଇ ଆକଳନ କରାଯାଇନଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଜ୍ଞମାନେ କହିଛନ୍ତି ଯେ ଗତ ୧୦ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ୧୩ତାରିଖ ପର୍ଯ୍ୟନ୍ତ...

ଜଙ୍ଗଲ ଜବରଦଖଲରେ ଓଡିଶାର ସ୍ଥାନ ପଞ୍ଚମ

ଭୁବନେଶ୍ୱର : ବେଆଇନ୍‍ ଭାବେ ଜଙ୍ଗଲ ଜମି ଜବରଦଖଲ କରିବାରେ ସମଗ୍ର ଦେଶରେ ଓଡିଶାର ସ୍ଥାନ ପଞ୍ଚମ । ଓଡିଶାରେ ୩୩ହଜାର ହେକ୍ଟରରୁ ଅଧିକ ଜମଙ୍ଗଲ ଜମି ବେଆଇନ୍‍ ଭାବେ ଦଖଲ ହୋଇଥିବାବେଳେ ଆସାମ ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି । ଆସାମରେ ୩,୭୭,୫୩୨ ହେକ୍ଟର ଜଙ୍ଗଲ ଜମି ବେଆଇନ୍‍ ଭାବେ ଜବରଦଖଲ ହୋଇଥିବାବେଳେ ଏହା ପଛକୁ ରହିଛି ମଧ୍ୟପ୍ରଦେଶ । ଏଠାରେ ଜବରଦଖଲ ଜଙ୍ଗଲ ଜମିର ପରିାଣ ୫୪,୧୭୩ ହେକ୍ଟର ରହିଛି । ଅରୁଣାଚଳପ୍ରଦେଶରେ ୫୩,୪୫୦ ହେକ୍ଟର ଜଙ୍ଗଲ ଜମିକୁ ବେଆଇନ୍‍...

ଭିକାରୀମୁକ୍ତ ଯୋଜନା କାମ ଦେଉନି

0

ଭୁବନେଶ୍ୱର : ରାଜଧାନୀକୁ ଭିକାରୀମୁକ୍ତ କରିବାପାଇଁ ବହୁ ଆଡମ୍ବରରେ ଆରମ୍ଭ ହୋଇଥିବା ‘ସହାୟ’ ଯୋଜନାରୁ ସେଭଳି ସୁଫଳ ମିଳୁନି । ପୂର୍ବଭଳି ଏବେ ରାଜଧାନୀର ରାସ୍ତାଘାଟରେ ପିଲା ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ହାତ ପତାଉଛନ୍ତି । ବିଏମ୍‍ସି କର୍ତ୍ତୃପକ୍ଷ ସହାୟ ଯୋଜନା କାର୍ଯ୍ୟକାରୀ କରି ରାସ୍ତାଘାଟରୁ ଭିକାରୀମାନଙ୍କୁ ଉଠାଇ ନେବାପରେ କିଛିଦିନ ପର୍ଯ୍ୟନ୍ତ ରାଜଧାନୀ ଭିକାରୀମୁକ୍ତ ହୋଇଥିଲା । ଭିକ୍ଷାବୃତ୍ତି କରି ଚଳୁଥିବା ବହୁ ଲୋକେ ସରକାରୀ ଥଇଥାନ କେନ୍ଦ୍ରରେ ରହିବା ସହିତ ବିଭିନ୍ନ ପ୍ରକାର ଆତ୍ମନିର୍ଭର ଯୋଜନାରେ ସାମିଲ...

ଉନ୍ନତ କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ କୃଷକ ମେଳା

ନୟାଗଡ : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଅଧିନସ୍ଥ ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଓ ନିର୍ବାହୀ ଯନ୍ତ୍ରୀ, ନୟାଗଡଙ୍କ  ମିଳିତ ଉଦ୍ୟମରେ ନୟାଗଡ ଜିଲ୍ଲାର ଏକଦଲାଗ୍ରାମଠାରେ ଏକ ବଳଦ ଟଣI ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ବନ୍ଧୀୟ କୃଷକ ମେଳାର ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ  ପ୍ରକଳ୍ପ ତରଫରୁ ବିକଶିତ ବିଭିନ୍ନ ଯନ୍ତ୍ରପାତିର ପଟଚିତ୍ର ତଥା ଓୟୁଏଟି ଉନ୍ନତ ଜୁଆଳି, ବଳଦ ଟଣା ମୋଡ ପତ୍ର ଲଙ୍ଗଳ, କାଦୁଅ କରିବା ଯନ୍ତ୍ର, ଓ...

ଅଢେଇ ବର୍ଷରେ ସରିବ ବିଧାୟକଙ୍କ କ୍ୱାଟର୍ସ ନିର୍ମାଣ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବିଧାୟକ ଏବଂ ବିଧାୟିକାମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ବହୁତଳ ସରକାରୀ ବାସଭବନ କାର୍ଯ୍ୟ ଅଗ୍ରଗତି ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ନିର୍ମିତ ହେବାକୁ ଥିବା ବହୁତଳ ବାସଭବନର ନିର୍ମାଣ କାର୍ଯ୍ୟ ପାଇଁ ୨୭୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶା ସେତୁ ନିର୍ମାଣ ନିଗମକୁ ୫୦ କୋଟି ଟଙ୍କା ରାଜ୍ୟ ସରକାରଙ୍କ...

Puri Airport Tech Feasible; Center

0

New Delhi: The proposed Greenfield Airport in Puri is found to be technically feasible during the pre-feasibility study of the site identified by the State Government. Informing this in Rajya Sabha today, Union Minister of State (MoS), Civil Aviation  VK Singh  said a multi-disciplinary team from Airports Authority of India (AAI) visited Puri in June 2021 for conducting pre-feasibility study of the...

ନିର୍ବାଚନ ସମୟରେ ଅଧିକ ସତର୍କ ପାଇଁ ପରାମର୍ଶ

ଭୁବନେଶ୍ୱର : ପୌର ର୍ନିବାଚନ ସମୟରେ ବେଆଇନ୍‍ ନିଶା କାରବାର ବିରୁଦ୍ଧରେ ଚାଲିଥିବା ଅଭିଯାନର ସମୀକ୍ଷା ଆଜି ଅବକାରୀ କମିଶନର ଆଶିଷ କୁମାର ସିଂହ କରିଛନ୍ତି । ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ୍‍ରେ ବସିଥିବା ସମୀକ୍ଷା ବୈଠକରେ ଅବାକରୀ ବିଭାଗର ଉପ କମିଶନର, ସୁପରିଟେଣ୍ଡଣ୍ଟ, ଏନ୍‍ଫୋର୍ସମେଣ୍ଟ ସେଲ୍‍ର ଅଧିକାରୀମାନେ ଯୋଗ ଦେଇଥିଲେ । ସମଗ୍ର ରାଜ୍ୟରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଅବକାରୀ କମିଶନରଙ୍କୁ ଅବଗତ କରାଯାଇଥିଲା । ସମୀକ୍ଷାରୁ ଜଣାପଡିଛି ଯେ ଚଳିତମାସର ଗତ ୧୩ଦିନ ମଧ୍ୟୋର ଅବକାରୀ ବିଭାଗର ପକ୍ଷରୁ ୧୧୯୮ ଜଣଙ୍କୁ...

୧୫ରେ ସର୍ବଦଳୀୟ ବୈଠକ

0

ଭୁବନେଶ୍ୱର : ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଷୋଡ଼ଶ ବିଧାନସଭାର ଛଅ ଦିନିଆ ଅଧିବେଶନ କିପରି ସୁଚାରୁ ରୂପେ ସବୁଦଳର ନେତୃବୃନ୍ଦଙ୍କ ସହଯୋଗ ଓ ସହଭାଗିତାରେ ସଂପାଦିତ ହେବ ସେ ସଂପର୍କରେ ବିଶଦ ଆଲୋଚନା ପାଇଁ ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଏକ ସର୍ବଦଳୀୟ ବୈଠକ ନିମନ୍ତେ ଆହ୍ୱାନ ଦେଇଛନ୍ତି । ଏହି ବୈଠକ ଆସନ୍ତାକାଲି ଦିନ ୧୧.୩୦ ସମୟରେ ବିଧାନସଭା ସଚିବାଳୟର ୫୯ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ । ପ୍ରାୟତଃ ବିଧାନସଭା ଆରମ୍ଭ ହେବାର ଦୁଇଦିନ...

High Rise Complex For Lawmakers

Bhubaneswar: The proposed multi-storeyed apartments to accommodate the Members of Legislative Assembly (MLAs) in the State Capital will be ready in the coming two and a half years, Speaker Surya Narayan Patro said on Monday. Mr.Patro convened a review meeting today to hold discussions with the concerned officials about the construction. After the review, he told reporters that March 30 is...