ଓଡିଶାକୁ ସ୍ପୋର୍ଟସ ଷ୍ଟାର ପୁରସ୍କାର
ଭୁବନେଶ୍ବର : କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଚତୁର୍ଥ ଥର ପାଇଁ ଓଡିଶା ଏହି ମର୍ଯ୍ୟଦାଜନକ ପୁରସ୍କାର ପାଇଛି। କ୍ରୀଡା କ୍ଷେତ୍ରରେ ଓଡିଶାର ଅନନ୍ୟ କାର୍ଯ୍ୟକ୍ରମ ପାଇଁ ଏହି ପୁରସ୍କାର ମିଳିଛି । କ୍ରୀଡା କ୍ଷେତ୍ରରେ ଉତ୍କୃଷ୍ଟତା, ପ୍ରତିଯୋଗୀତା, କୋଚିଂ, ଭିତ୍ତିଭୂମି ଓ ପ୍ରତିଭାଧର କ୍ରୀଡାବିତ୍ଙ୍କ ପାଇଁ କଲ୍ୟାଣ ଯୋଜନାର...
ଖୋଲିଲା ମକ୍ ଇଣ୍ଟରଭ୍ୟୁ ସେଲ୍
ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ ନିମନ୍ତେ ଓଡ଼ିଆ ଛାଛ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷରେ ରାଜ୍ୟ ସରକାର ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରିଛନ୍ତି । ୟୁ.ପି.ଏସ୍.ସି. ମୁଖ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆ ଛାତ୍ରଛାତ୍ରୀ ମାନଙ୍କୁ ସାକ୍ଷାତକାର ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରାଇବା ଲକ୍ଷରେ ମକ୍ ଇଣ୍ଟରଭ୍ୟୁ ସେଲ୍ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀରେ ପ୍ରତିଷ୍ଠା କରାଯାଇଛି । ଏହାକୁ ଏକାଡେମୀ ମହାନିର୍ଦ୍ଦେଶକ ଶ୍ରୀ ରାଜକୁମାର ଶର୍ମା ଉଦ୍ଘାଟନ କରିଥିଲେ । ପ୍ରାରମ୍ଭିକ ଭାବେ ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ୧୧ ଜଣ...
ଛୋଟ ଉଦ୍ୟୋଗକୁ ମିଳୁନି ଋଣ
ଭୁବନେଶ୍ୱର : ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସଏମଇ) ପ୍ରତିଷ୍ଠାପାଇଁ ଯେତିକି ଆବେଦନ ହେଉଛି ତାହାର ମାତ୍ର ଏକ ଚତୁର୍ଥାଂଶକୁ ଋଣ ମିଳୁଛି । ବ୍ୟାଙ୍କ୍ମାନେ ଏଭଳି ଛୋଟ ଛୋଟ ଉଦ୍ୟୋଗୀଙ୍କୁ ଋଣ ଦେବାକୁ କୁନ୍ଥୁ କୁନ୍ଥୁ ହେଉଥିବାରୁ ଏ କ୍ଷେତ୍ରରେ ଆଶାନୁରୂପ ନିବେଶ କିମ୍ବା ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁ ନାହିଁ । ଏହି କ୍ଷେତ୍ରକୁ କିଭଳି ଋଣ ପ୍ରଦାନରେ ଅବହେଳା କରାଯାଉଛି ତାହା ୨୦୨୧-୨୨ ବର୍ଷର ଏମଏସଏମଇ ଋଣପ୍ରଦାନର ହାରକୁ ଦେଖିଲେ ଜଣାପଡୁଛି । ଏହି ବର୍ଷ ଏମଏସଏମଇରେ...
ଜଗତସିଂହପୁର ପାଇଁ ଶିଳ୍ପ ଯୋଜନା
ଭୁବନେଶ୍ୱର : ସବୁଠାରୁ ବେଶି ପୁଞ୍ଜି ନିବେଶ ହେଉଥିବା ଜଗତ୍ସିଂହପୁର ଜିଲ୍ଲାରେ ପ୍ରଥମଥର ପାଇଁ ବାର୍ଷିକ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିରେ ଉଭୟ କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଶିଳ୍ପମାନଙ୍କୁ ଯେଭଳି ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଇ ପାରିବ ସେଥିପାଇଁ ବ୍ୟବସ୍ଥା ହୋଇଛି । ପାଖାପାଖି ଲକ୍ଷେ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପାଇଁ ଶିଳ୍ପପତିମାନେ ଜଗତସିଂହପୁର ଜିଲ୍ଲାକୁ ଆଖିଆଗରେ ରଖିଥିବାବେଳେ ରାଜ୍ୟ ସରକାର ଏହି ଜିଲ୍ଲାରେ ପ୍ରାୟ ସାଢେ ତିନି ହଜାର ଏକର ଜମି ଶିଳ୍ପସଂସ୍ଥାମାନଙ୍କ ପାଇଁ...
ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’
ପାରାଦୀପ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଏଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି । ପାରାଦୀପ ବନ୍ଦର ପ୍ରାଧିକରଣର ଅଫିସର୍ସ କ୍ଲବ ଠାରେ ଆୟୋଜିତ ଏହି କର୍ମଶାଳାରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ଶ୍ରୀ ପି.ଏଲ ହରନାଧ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ବନ୍ଦର ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ଶ୍ରୀ ହରନାଧ କହିଛନ୍ତି,...
ପ୍ରଦୀପ ଜେନା ନୂଆ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ୧୯୮୯ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ରାଜ୍ୟ ଉନ୍ନୟନ କମିଶନର ଓ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ଦାୟିତ୍ୱ ତୁଲାଉଥିବା ଶ୍ରୀ ଜେନା ଆଗାମୀ ମାର୍ଚ୍ଚ ପହିଲାରେ ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନର...
Pradeep Jena; New CS
Bhubaneswar: Top Mandarin Pradeep Kumar Jena has been appointed as new Chief Secretary of Odisha. Department of General Administration and Public Grievances have brought out a notification in this regard on 26 February. While Shri Jena has been appointed as Chief Secretary, 1991 Batch IAS Anu Garg has been appointed as Development Commissioner.Shrimati Garg is now ACS Water Resources. However in...
ବାୟୋଟେକ୍ନୋଲୋଜିରେ ନିବେଶ ପାଇଁ ନିମନ୍ତ୍ରଣ
ଭୁବନେଶ୍ୱର : ରାଜ୍ୟରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ନିମନ୍ତେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପୁଞ୍ଜିନିବେଶକ ତଥା ବିଭିନ୍ନ ଶିଳ୍ପୋଦ୍ୟୋଗୀଙ୍କୁ ଅନୁରୋଧ ଜଣାଇଛନ୍ତି । ହାଇଦ୍ରାବାଦରେ ଅନୁଷ୍ଠିତ ଆନ୍ତର୍ଜାତିକ ସମ୍ମିଳନୀ ‘ବାୟୋ-ଏସିଆ’ର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କ ପକ୍ଷରୁ ବାୟୋଟେକ୍ନୋଲୋଜି ବିକାଶ ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଶିଳ୍ପ ନୀତିରେ...
Maldives Gold For Panigrahi
Bhubaneswar: Ace Hotelier Salil Panigrahi has been conferred ‘Maldives President’s Tourism Gold Award’ for his exemplary contributions to the island nation’s tourism sector. Shri Panigrahi is the Managing Director of Atmosphere Hotels & Resorts, Maldives. This recognition marks a moment of pride for Shri Panigrahi and the entire team of Atmosphere Hotels & Resorts. Shri Panigrahi is a proud Indian who is...
PM Lauds Kamala
New Delhi: Prime Minister Narendra Modi lauded 'Waste to Wealth' efforts by Kamala Maharana, an entreprising lady from Odisha. Participating in 'Mann K Baat' program he said 'Waste to Wealth' is also an important dimension of the Swachh Bharat Abhiyan. Kamala Maharana, a sister from Kendrapada district of Odisha, runs a Self Help Group (SHG). The women of this group...










