Home General ଦୁଇବର୍ଷ ପରେ ଗୋଟିଏ ଆପ୍‍

ଦୁଇବର୍ଷ ପରେ ଗୋଟିଏ ଆପ୍‍

ଭୁବନେଶ୍ୱର : ମୋ ସାଇକେଲ୍ ବ୍ୟବସ୍ଥା ଆରମ୍ଭ ହେବାର ୨ବର୍ଷ ପରେ ଏବେ ତିନି ସାଇକେଲ କମ୍ପାନୀ ପାଇଁ ଗୋଟିଏ ଆପ୍‍ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍ (ବିଏସସିଏଲ୍)ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।

ସ୍ମାର୍ଟସିଟିର ସିଇଓ ତଥା ବିଏମସି ର କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶରେ ସାଇକେଲିଆଙ୍କୁ ଉତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଅଛି । ତେବେ ଫେବୃଆରୀ ମାସରେ ଏହି ସୁବିଧାର ଉପଯୋଗ ହୋଇପାରିବ । ଫଳରେ କେବଳ ଗୋଟିଏ ଆପ୍ ର ବ୍ୟବହାରରେ ତିନୋଟି କମ୍ପାନୀର ସାଇକେଲ୍ ଚଢିପାରିବେ ।
କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (ସିଆରୟୁଟି) ରୁ ମୋ ସାଇକେଲ୍ ର ଦାୟିତ୍ୱ କାଢି ନିଆଯିବା ପରେ ବିଏସସିଏଲ୍ ଏବଂ ବିଏମସି ର ମିଳିତ ପ୍ରୟାସରେ ଏହାର ପୁନରୁଦ୍ଧାର ଏବଂ ନବୀକରଣ ସ୍ୱରୂପ ବିଭିନ୍ନ ସାଇକେଲ୍ ଡ଼ିପୋରେ ଥିବା ସାଇକେଲ୍ କୁ ସର୍ଭେ କରାଯାଇଅଛି ।

ବର୍ତମାନ ସ୍ଥିତି ଅନୁସାରେ ସମୁଦାୟ ୨୦୦୦ ଗୋଟି ସାଇକେଲରୁ ୧୬୦୦ ଗୋଟି ସାଇକେଲ୍ କାର୍ଯ୍ୟକାରୀ ଅବସ୍ଥାରେ ଥିବାବେଳେ ୪୦୦ ଗୋଟି ସାଇକେଲର ମରାମତି ପାଇଁ ପଦକ୍ଷେପ ନିଆଯାଇଅଛି ।

ଅନ୍ୟ ଏକ ପ୍ରଗତି ହେଉଛି ପବ୍ଲିକ୍ ବାଇସାଇକେଲ୍ ସେୟାରିଂ ବା ପିବିଏସ୍ କୁ ଅଧିକ ଲୋକାଭିମୁଖି କରାଇବା । ଏହି ପଦକ୍ଷେପ ସ୍ୱରୂପ ୨ ଗୋଟି ମୁଖ୍ୟ ସାଇକେଲ୍ ଟ୍ରାକରେ ପି ବି ଏସ୍ ର ଉନ୍ନତି ଘଟାଇବା ସ୍ୱରୂପ ଶିଶୁଭବନ ଛକ ଠାରୁ ବାଣୀବିହାର ପର୍ଯ୍ୟନ୍ତ ଏବଂ ପଟିଆ ଛକ ଠାରୁ ଇନଫୋସିଟି ଦେଇ କିଟ୍ ପର୍ଯ୍ୟନ୍ତ ସାଇକେଲ୍ ଟ୍ରାକର ଉନ୍ନତି ଘଟାଇବା ଏବଂ ଅଧିକରୁ ଅଧିକ ସାଇକେଲର ବ୍ୟବହାରକୁ ଏହି ଟ୍ରାକ୍ ମାନଙ୍କରେ କରାଇବା ।

ପ୍ରାରମ୍ଭରୁ ୩ ଗୋଟି କମ୍ପାନୀ ଯଥା-ୟାନା ୫୦୦ ଗୋଟି, ୟୁଲୁ ୫୦୦ ଗୋଟି ଏବଂ ହେକ୍ସି ୧୦୦୦ ଗୋଟି ସାଇକେଲର ବ୍ୟବହାର କରାଇ ସମୁଦାୟ ୨୦୦୦ ଗୋଟି ସାଇକେଲକୁ ନେଇ ଭୁବନେଶ୍ୱରରେ ପିବିଏସ୍ ର ଆରମ୍ଭ ହୋଇଅଛି । ବର୍ତମାନ ଏହାର ଚଢାଳି ସଂଖ୍ୟା ଦିନକୁ ଦିନ କ଼୍ରମଶଃ ବୃଦ୍ଧି ପାଉଛି ।
୨୬ ନଭେମ୍ବର ୨୦୧୮ ରେ ଭୁବନେଶ୍ୱରରେ ଆରମ୍ଭ କରାଯାଇଥିବା ପିବିଏସ୍ ଏହାର ନୂଆ ରୂପରେ ଅଧିକ ଲୋକାଭିମୁଖି ହେବ ଏବଂ ଏଥିପାଇଁ ଆମେ ନାଗରିକ ମାନଙ୍କର ସହଯୋଗ କାମନା କରୁଛୁ ବୋଲି କହିଛନ୍ତି ଡ଼େପୁଟି କମିଶନର କମଲଜିତ୍ ଦାସ୍ ।