Home News in Odia ଡିଜି ଅଫିସ ଘେରିବ ବିଜେପି

ଡିଜି ଅଫିସ ଘେରିବ ବିଜେପି

306
0

ଭୁବନେଶ୍ୱର : ଶାସକ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଯେଉଁଭଳି ହତ୍ୟା କରାଗଲା, ତାହା ଅତ୍ୟନ୍ତ ଘୃଣ୍ୟ ଏବଂ ନିନ୍ଦନୀୟ । ଶାନ୍ତିପୂର୍ଣ୍ଣ ରାଜ୍ୟ ଓଡିଶାରେ ଏହିଭଳି ଘୃଣ୍ୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହା ପ୍ରତିବାଦରେ ରାଜ୍ୟ ବିଜେପି ଆଗାମୀ ୮ ତାରିଖରେ ପୁଲିସ୍‍ ଡିଜିଙ୍କ ଦପ୍ତର ଘେରାଉ କରିବ ।

ଏହି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଯଦି ତୁରନ୍ତ ଗିରଫ ନକରାଯାଏ, ତାହେଲେ ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନ ଭୟାଭୟ ରୂପ ନେବ ଏବଂ ଶାସକ ବିଜେଡିକୁ କାଠଗଡାରେ ଠିଆ କରାଇବା ପାଇଁ ଭାରତୀୟ ଜନତା ପାର୍ଟୀ ଲଢେଇକୁ ଜାରୀ ରଖିବ । ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ନଚେତ, ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବାକୁ ବିଜେପିର ସାଧାରଣ ସମ୍ପାଦକ ହରିଚନ୍ଦନ ଦାବି କରିଛନ୍ତି ।

ଏହି ବିଭତ୍ସ ହତ୍ୟାକାଣ୍ଡର ପ୍ରତିବାଦ ଏବଂ ପ୍ରଭାବଶାଳୀ ମନ୍ତ୍ରୀ ଶ୍ରୀ ଜେନଙ୍କ ଇସ୍ତଫା ଦାବୀରେ ଆସନ୍ତା କାଲି ୫ ତାରିଖରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ରାଜ୍ୟର ସମସ୍ତ ପୋଲିସ ଥାନା ସମ୍ମୁଖରେ ବିକ୍ଷୋଭ କରିବ । ଆସନ୍ତା ୬ ତାରିଖ ଦିନ ରାଜ୍ୟର ସମସ୍ତ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ପୋଲିସ ବିଭାଗର ନିଷ୍କ୍ରିୟତା କାରଣରୁ ଆସନ୍ତା ୮ ତାରିଖ ଦିନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତାମାନେ ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରାଯିବାର ନିଷ୍ପତି ଗ୍ରହଣ କରାଯାଇଛି ବୋଲି ଶ୍ରୀ ହରିଚନ୍ଦନ ସୁଚନା ଦେଇ କହିଛନ୍ତି ।

LEAVE A REPLY

Please enter your comment!
Please enter your name here