୨୨୭୭ ଅଙ୍ଗନବାଡି ହେଲା ସକ୍ଷମ ଅଙ୍ଗନବାଡି
ଭୁବନେଶ୍ୱର : ଓଡିଶାର ୧୨,୧୪୦ଟି ଅଙ୍ଗନବାଡି କେନ୍ଦ୍ରକୁ ସକ୍ଷମ କେନ୍ଦ୍ରକୁ ଉନ୍ନୀତ ପାଇଁ ନିଷ୍ପତ୍ତି ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୨୭୭ଟି କେନ୍ଦ୍ରର ଉନ୍ନତି ସମ୍ଭବ ହୋଇଛି । ଏଥିପାଇଁ ୨୯ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଅଙ୍ଗନବାଡି କେନ୍ଦ୍ର ସଂକ୍ରାନ୍ତରେ ଆସିଥିବା ଏକ ପ୍ରଶ୍ନର ଉତ୍ତରରେ ଦେଇଥିବା ସୂଚନାରୁ ଏହା ଜଣାପଡିଛି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ସମଗ୍ର ଦେଶରେ ୧୨,୭୬,୪୦୧ ଟି ଅଙ୍ଗନବାଡି କେନ୍ଦ୍ରରେ ପାନୀୟଜଳ ସୁବିଧା ଥିବାବେଳେ...
୧୨୫ତମ ଜନ୍ମବାର୍ଷିକ ପାଳନ କେବେ ?
ଭୁବନେଶ୍ୱର : ଭାରତଛାଡ ଆନ୍ଦୋଳନବେଳେ ଓଡିଶାରେ ପ୍ରଥମ ଗୁଳିକାଣ୍ଡ ହୋଇଥିବା ମାଲକାନଗିରି ଜିଲ୍ଲାର ମାଥିଲି ଓ ଏଠାକାର ଗଣଜାଗରଣର ମୁଖ୍ୟ ନାୟକ ଅମର ଶହୀଦ ଲକ୍ଷ୍ମଣ ନାଏକଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ଯେଭଳି ସ୍ଥାନ ମିଳିବାକଥା ତାହା ମିଳିପାରି ନାହିଁ । ଦେଶମାତୃକା ପାଇଁ ଫାଶୀଖୁଣ୍ଟରେ ଝୁଲିଥିବା ଶହୀଦ ଲକ୍ଷ୍ମଣଙ୍କର ଏବର୍ଷ ୧୨୫ତମ ଜନ୍ମବାର୍ଷିକୀ ପ୍ରତିପାଳନ କେବଳ ବେସରକାରୀ ସ୍ତରରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଉଥିବାବେଳେ ସରକାରୀ ଉତ୍ସବ କେବେ ପାଳନ କରାଯିବ ସେଥିଘେନି ଅନେକ ଅପେକ୍ଷା କରିଛନ୍ତି । ଏଠାରେ ଉଲ୍ଲେଖନୀୟ...
ଠାକୁରଙ୍କ ଛଡାଫୁଲରୁ ହେବ ଧୂପକାଠି
ଭୁବନେଶ୍ୱର : ପୂଜା ଫୁଲ ଲାଗିବ ଠାକୁରଙ୍କ ପୂଜାରେ । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଭୁବନେଶ୍ୱରରେ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଥିବା ଗଣେଶ ପୂଜା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ତେବେ ଉତ୍ସବରେ ଲାଗି ହେଉଥିବା ଫୁଲ ଏବଂ ପୂଜାର୍ଚ୍ଚନ ବର୍ଜ୍ୟର ଅନୁପଯୁକ୍ତ ନିଷ୍କାସନ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରିଥାଏ ଏବଂ ଭକ୍ତମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥାଏ । ଏହି ସାଂସ୍କୃତିକ ଚେତନାକୁ ସମ୍ମାନ ଦେବା ଏବଂ ପରିବେଶର ସ୍ୱଚ୍ଛତା ବୃଦ୍ଧି ପାଇଁ ଭୁବନେଶ୍ୱର...
ସବୁ ଜିଲ୍ଲାରେ ଏମଏସଏମଇ ପାର୍କ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏମ.ଏସ.ଏମ.ଇ କ୍ଷେତ୍ର ହେଉଛି ବ୍ୟାପକ ନିଯୁକ୍ତି ଓ ସମ୍ଭାବନାର କ୍ଷେତ୍ର । ସରକାରୀ ସ୍ତରରେ ଏମ.ଏସ.ଏମ.ଇ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସୁବିଧାସୁଯୋଗ ପ୍ରଦାନ କରାଯାଉଛି। ଯୁବଗୋଷ୍ଠୀଙ୍କୁ ଅଧିକରୁ ଅଧିକ ଏ କ୍ଷେତ୍ରକୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବା...
ମାଣ୍ଡିଆ ଉଠାଇଲା ଭାରତୀୟ ଖାଦ୍ୟ ନିଗମ
ଭୁବନେଶ୍ୱର :ଓଡିଶାରେ ଉତ୍ପାଦିତ ମାଣ୍ଡିଆର ଚାହିଦା ସମଗ୍ର ଦେଶରେ ସ୍ୱତନ୍ତ୍ର ରହିଛି । ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଅଧିକରୁ ଅଧିକ ଗୁଣାତ୍ମକ ମାଣ୍ଡିଆ ଉତ୍ପାଦନ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରୁ ଉତ୍ପାଦିତ ମାଣ୍ଡିଆ ଉଚ୍ଚ ପୁଷ୍ଟି ଓ ଗୁଣଯୁକ୍ତ ଥିବାରୁ ଓଡ଼ିଶାରୁ ପ୍ରଥମ ଥର ପାଇଁ ଭାରତୀୟ ଖାଦ୍ୟ ନିଗମ ମାଣ୍ଡିଆ ଉଠାଇଛି । ଏଥିନିମନ୍ତେ ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରୁ ମାଣ୍ଡିଆ ଉଠାଇବା ପାଇଁ ଭାରତୀୟ ଖାଦ୍ୟ ନିଗମ ଇଚ୍ଛାବ୍ୟକ୍ତ କରିଥିଲା ।...
ଛାତ୍ର କଂଗ୍ରେସର “କ୍ୟାମ୍ପସ ଚଲୋ ଅଭିଯାନ”
ଭୁବନେଶ୍ୱର : ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ କରଣ ତାମସେତ ୱାର ଛାତ୍ର କଂଗ୍ରେସର “କ୍ୟାମ୍ପସ ଚଲୋ ଅଭିଯାନ”ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ବିଜେପି ସରକାର ବିଶ୍ବବିଦ୍ୟାଳୟ ଓ କଲେଜରେ ନିର୍ବାଚନ ନକରାଇ ଦେବାପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ବାଲେଶ୍ୱର ଫକୀର ମୋହନ ସ୍ୱଂୟଶାସିତ ବିଶ୍ୱବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ପଛରେ ଏବିଭିପିର ସଂପୂର୍ଣ୍ଣ ହାତ ରହିଥିବାର ଜଣାପଡ଼ିବା ପରେ ସାରା ଓଡ଼ିଶାର ଶିକ୍ଷାନୁଷ୍ଠାନର କ୍ୟାମ୍ପସରେ ଏବିଭିପି ବଦନାମ ହୋଇଯାଇଛି...
A Spiritual Renaissance Underway
Bhubaneswar: The sacred Sri Sri Achyutananda Pitha in Nemala, a site of immense spiritual significance as the Samadhi of Mahapurusha Achyutananda Das, is undergoing a major transformation. This development is part of the state government’s efforts to preserve and promote its rich spiritual and cultural heritage, with the Odisha Bridge & Construction Corporation (OB&CC) spearheading the project. Sanjay Kumar Singh,...
ନୂତନ ସହର ରୂପରେଖ ନେଇ ଆଲୋଚନା
ଭୁବନେଶ୍ୱର : ସିଙ୍ଗାପୁର ସ୍ଥିତ ଅର୍ନ୍ତଜାତୀୟ ପରାମର୍ଶଦାତା ସଂସ୍ଥା ସୁରବନ ଜୁରଙ୍ଗର ଦକ୍ଷିଣ ଏସିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅବିନାଶ ମିଶ୍ରା ଏବଂ ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଅଭିଷେକ ମାଲହୋତ୍ରା ଆଜି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପ ଉପରେ ବିଶେଷ ଗୁରୁତ୍ୱ ଦେଇ ସହରାଞ୍ଚଳ ଭିତ୍ତିଭୂମି ଏବଂ ପରିଚାଳିତ ସେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶା ସରକାର ପ୍ରସ୍ତାବିତ...
ଆଉ ତିନି ସ୍ଥାନରେ ହେବ ଓଡିଶା ଭବନ
ଭୁବନେଶ୍ୱର : ଓଡିଶା ସରକାର ଆଉ ତିନିଟି ନୂତନ ସ୍ଥାନରେ ଓଡିଶା ଭବନ ନିର୍ମାଣ କରିବେ । ଏହି ସ୍ଥାନ ମଧ୍ୟରେ ରହିଛି ଅଯୋଧ୍ୟା, ହାଇଦ୍ରାବାଦ ଓସୁରଟ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀର ନୂତନ ଓଡିଶା ଭବନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଏହି ସୂଚନା ମିଳିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିର୍ମିତ ହେବାକୁ ଥିବା ଏହି ନୂଆ ଭବନରେ ଓଡିଶାର ସମୃଦ୍ଧ ପ୍ରସ୍ତର କାରୁକାର୍ଯ୍ୟ, ସମ୍ବଲପୁରୀ ଇକତ, ଓଡିଆ...
ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର : ସରକାରଙ୍କ ଦ୍ଵାରା ପ୍ରଣିତ ବିଭିନ୍ନ କୃଷି ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରଭାବଶାଳୀ କାର୍ଯ୍ୟାନ୍ଵୟନକୁ ସୁନିଶ୍ଚିତ ତଥା ଲୋକାଭିମୁଖୀ କରିବା ପାଇଁ କୃଷି ବିଭାଗର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବେ l ଏନେଇ ଆଜି କୃଷି ବିଭାଗ ପକ୍ଷରୁ ଏକ ସୂଚନା ଜାରି କରିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ l ତୃଣମୂଳସ୍ତରରେ ବାସ୍ତବିକ ପରିସ୍ଥିତି ଅନୁଧ୍ୟାନ କରିବା ସହ କୃଷକ ଓ କୃଷି କ୍ଷେତ୍ରରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ l...










