୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ
ଭୁବନେଶ୍ୱର: ଓଡ଼ିଶା ପୁଲିସ ନିକଟରେ ଆଜି ଦୁଇଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ଦୁଇ ମାଓବାଦୀ ଛତିଶଗଡ଼ର ବାସିନ୍ଦା ହୋଇଥିବା ବେଳେ ସେମାନଙ୍କୁ ଧରାଇବା ପାଇଁ ୪ଲକ୍ଷ ଓ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ରାୟଗଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ମଙ୍କୁ ଓୟାମ୍ ଓରଫ୍ ଜୟରାମ ଓରଫ୍ ପଙ୍କେସ୍ ଓରଫ୍ ସାଇନ୍ ମାଓ ସଂଗଠନରେ ଏରିଆ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା । ୨୦୧୯ ମସିହାରେ କଳାହାଣ୍ଡି ଜିଲ୍ଲାରେ ଘଟିଥିବା ଗୁଳି ବିନିମୟ, ୨୦୨୦ ମାର୍ଚ୍ଚରେ କଳାହାଣ୍ଡିର...
ତେଲଦରକୁ ନେଇ କଂଗ୍ରେସର ଧାରଣା
ଭୁବନେଶ୍ୱର: ତେଲ ଦର ବୃଦ୍ଧିକୁ ନେଇ ଆଜି ବିଧାନସଭାରେ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିବା ସହିତ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହ ମଝିରେ ଧାରଣାରେ ବସିଥିଲେ । ଉଭୟ ଖାଇବା ତେଲ ଓ ପେଟ୍ରୋଲ, ଡିଜେଲ ଦରବୃଦ୍ଧିକୁ ନେଇ ଏଭଳି ତାତି ଦେଖିବାକୁ ମିଳିଥିଲା । ଶୂନ୍ୟକାଳରେ ଶ୍ରୀ ବାହିନୀପତି କହିଥିଲେ ଯେ ଖାଇବା ତେଲ ଦର ଏବେ ଆକାଶଛୁଆଁ । ପେଟ୍ରୋଲ ଓ ଡିଜେଲ ଦର ଶହେ ଛୁଇଁଲାଣି । କେନ୍ଦ୍ର ସରକାର ଏକ୍ସାଇଜ୍ ଟିକସ ୩୩ ପ୍ରତିଶତ ଲଗାଇଛନ୍ତି ।...
ଜବାବ ରଖିଲେ ବ୍ୟୋମକେଶ
ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ସବୁ ପୁଲିସ ଭଲ ହୋଇଥିବା ବେଳେ ଜଣେ ଏଏସଆଇ ଲୋକଙ୍କୁ ହଇରାଣ କରୁଛନ୍ତି । ବିଧାୟକ ଭାବେ ମୁଁ ତାଙ୍କୁ ଲୋକଙ୍କୁ ହଇରାଣ ନ କରିବା ଲାଗି କହିଛି । ହେଲେ ମୋ କଥାକୁ ବିଭ୍ରାନ୍ତ କରାଯାଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ବିଜେପି ପକ୍ଷରୁ ଶୂନ୍ୟକାଳରେ ଏଏସଆଇଙ୍କୁ ବିଧାୟକଙ୍କ ଧମକ ପ୍ରସଙ୍ଗ ଉଠିଥିଲା । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ ଜଣେ ପୁଲିସ ଏଏସଆଇଙ୍କୁ ଶାସକ ଦଳର ବିଧାୟକ ଧମକ...
ତଣ୍ଡ ଗଣୁଛନ୍ତି ସୁନା ଦୋକାନୀ
ଭୁବନେଶ୍ୱର: ରାଜ୍ୟରେ ୪୮୫୩ଟି ସୁନା ଗହଣା ଦୋକାନ ଥିବାବେଳେ ଏମାନେ ବର୍ଷକୁ ଲକ୍ଷାଧିକ ଟଙ୍କାର ଜରିମାନା ଗଣୁଛନ୍ତି । ଚଳିତ ଆର୍ଥିକ ବର୍ଷର ଫେବୃଆରୀ ମାସ ପର୍ଯ୍ୟନ୍ତ ଏମାନେ ୪ ଲକ୍ଷରୁ ଅଧିକ ଟଙ୍କାର ତଣ୍ଡ ଗଣିଲେନି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମାପ ଓଜନ ସଂକ୍ରାନ୍ତରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମୋଟ୍...
ମାଣ୍ଡିଆ ପରଷିବେ କୃଷି ମନ୍ତ୍ରୀ
ଭୁବନେଶ୍ୱର : ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଓ ପୁଷ୍ଟିକର ଖାଦ୍ୟ କୃଷି ବିଭାଗର ଖର୍ଚ୍ଚଦାବି ଆଲୋଚନା ଦିନ ମନ୍ତ୍ରୀ, ବିଧାୟକମାନଙ୍କୁ ପରଷିଦେବେ କୃଷିମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ । ଏଥିପାଇଁ ସେ ବାଚସ୍ପତିଙ୍କର ଅନୁମତି ଲୋଡିଥିବାବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବି ସମ୍ମତି ପ୍ରଦାନ କରିଛନ୍ତି । ଆଜି ପ୍ରଶ୍ନକାଳରେ ବିଜେଡି ବିଧାୟକ ଅଶ୍ୱିନୀ କୁମାର ପାତ୍ର ମାଣ୍ଡିଆ ଚାଷ ସଂକ୍ରାନ୍ତରେ ପଚାରିଥିବା ମୂଳ ପ୍ରଶ୍ନ ଉପରେ ବହୁ ସଦସ୍ୟ ଅତିରିକ୍ତ ପ୍ରଶ୍ନମାନ ପଚାରିଥିଲେ । ମାଣ୍ଡିଆ ପ୍ରତି...
ଘର ପାଇବାରୁ ୩ଲକ୍ଷ ବଞ୍ଚିତ
ଭୁବନେଶ୍ୱର : ସମସ୍ତ ପ୍ରକାର ଗୃହ ନିର୍ମାଣ ଯୋଜନା ସତ୍ୱେ ଏବେ ବି ରାଜ୍ୟର ସହରାଞ୍ଚଳରେ ପାଖାପାଖି ୩ଲକ୍ଷ ଲୋକ ଘର ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ଏମାନଙ୍କୁ ପର୍ଯ୍ୟାୟକ୍ରମେ ଘର ଦେବାପାଇଁ ସରକାର ଯୋଜନା କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସହରାଞ୍ଚଳରେ ରହୁଥିବା ଗରିବ, ବସ୍ତିବାସିନ୍ଦା, ଅର୍ଥନୈତିକ ଓ ସାମାଜିକ ଦୁର୍ବଳ ବର୍ଗର ଲୋକମାନଙ୍କୁ ବିଭିନ୍ନ ଯୋଜନାରେ ଘର ଯୋଗାଯାଉଛି । ଏଥି ମଧ୍ୟରୁ ଭୁବନେଶ୍ୱର ଓ ପୁରୀ ସହରରେ ସହରାଞ୍ଚଳ ଗରିବଙ୍କୁ ସର୍ବନିମ୍ନ ସେବା ଯୋଜନାରେ ଘର ମିଳିଥିବାବେଳେ...
ପିପିଲି ନିର୍ବାଚ ପାଇଁ ତିନିଦଳ ତତ୍ପର
ଭୁବନେଶ୍ୱର : ପିପିଲି ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆପାତତଃ ପ୍ରାର୍ଥୀ ସ୍ଥିର କରିସାରିଥିବା ବେଳେ କେବଳ ଔପଚାରିକ ଘୋଷଣା ବାକି ରହିଛି । ପିପିଲିର ବିଧାୟକ ଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ଆସନ ଲାଗି ଉପନିର୍ବାଚନ ଆସନ୍ତା ଏପ୍ରିଲ ୧୭ ତାରିଖରେ ହେବ । ଏଥିଲାଗି ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମହାରଥୀଙ୍କ ପରିବାରରୁ ତାଙ୍କ ପତ୍ନୀ, ପୁତ୍ର କିମ୍ବା କନ୍ୟାଙ୍କ ମଧ୍ୟରୁ ଜଣକୁ ପ୍ରାର୍ଥୀ କରିବା...
Insert ‘Ahimsa’ In Constitution; Odisha Assembly
Bhubaneswar: Odisha Legislative Assembly Tuesday unanimously passed a resolution seeking incorporation of the word “Ahimsa” (non-violence) in the Preamble of the Indian Constitution. Leader of the House Naveen Patnaik moved the resolution while the Assembly conducted a special discussion on Mahatma Gandhi who had visited Odisha exactly 100 years from today. The leaders cutting across party lines made a queue to...
Quota For Government School Students
Bhubaneswar: The Odisha Legislative Assembly on Tuesday unanimously passed a resolution making provision of 15 Percent reservation for Government school students in State-run engineering and medical colleges.The proposal in this regard was moved by Chief Minister Naveen Patnaik when the House was holding a special discussion, commemorating 100 years of Mahatma Gandhi's visit to the state.In December last year,...
MSME Boosts Bamboo Sector
New Delhi: The Micro, Small and Medium Enterprises (MSME) Ministry has decided to go for any scheme related to promotion of bamboo as it boosts the economy as its demand is on rise across the country. As there is need for more research, more appropriate approach for product development, market support for Bamboo, the Ministry of MSME will extend the...









