ବିଦ୍ୟାଳୟ ପୁଷ୍ଟି ବଗିଚାକୁ ଗୁରୁତ୍ୱ
ଭୁବନେଶ୍ୱର : ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟିର ୧୮ତମ ବୈଠକ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଗତବର୍ଷର ମହାମାରୀ ସମୟରେ ସମସ୍ତ ବାଧା ସତ୍ତେ୍ୱ ମଧ୍ୟାହ୍ନ ଭୋଜନ କିପରି ସଫଳତାର ସହ କାର୍ଯ୍ୟକାରୀ ହୋଇପାରିଛି ତାହା ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଗତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନର ଲାଭାର୍ଥୀଙ୍କୁ ସେମାନଙ୍କ...
ବହୁ ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ତମାଖୁ
ଭୁବନେଶ୍ୱର : ତମାଖୁ ବ୍ୟବହାର ଯୋଗୁଁ ବିଭିନ୍ନ ପ୍ରକାରର ପ୍ରାଣଘାତୀ ରୋଗ ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ଯଥା କର୍କଟ, ହୃଦ ରୋଗ, ଯକ୍ଷ୍ମା, ଆଖି ସମସ୍ୟା ଓ ମଧୁମେହ ଆଦି ହୋଇଥାଏ । ତେବେ ବ୍ୟାପକ ଜନସଚେତନତା ଓ ଠିକଣା ଶିକ୍ଷା ପ୍ରଦାନ ଦ୍ୱାରା ଲୋକଙ୍କୁ ଏହା କବଳରୁ ରକ୍ଷା କରାଯାଇ ପାରିବ । ଆଜି ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଓ ରୋଟାରୀ କ୍ଲବ୍ ୟୁନିକ୍, ଭୁବନେଶ୍ୱରର ସହଯୋଗରେ ଆୟୋଜିତ ଭର୍ଚୁଆଲ ଉତ୍ସବରେ ବରିଷ୍ଠ ଚିକିତ୍ସକ,...
ନବରଙ୍ଗପୁରରେ ଖୁବ୍ ଶୀଘ୍ର ଆର.ଟି.ପି.ସି.ଆର ମେସିନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଦିନିକିଆ ନବରଙ୍ଗପୁର ଗସ୍ତରେ ଆସି ଜିଲ୍ଲାରେ କୋଭିଡ ପରିଚାଳନା ସମ୍ପର୍କରେ କ୍ଷେତ୍ର ସ୍ତରୀୟ ସମୀକ୍ଷା କରିଥିଲେ। ମୁଖ୍ୟ ଶାସନ ସଚିବ ନବରଙ୍ଗପୁରରେ ପହଞ୍ଚିବା ପରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ବାସ୍ତବ ସ୍ଥିତିର ଅନୁଧ୍ୟାନ...
ନିରଞ୍ଜନ ସେଠୀଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ
ଭୁବନେଶ୍ୱର : ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଆଜି ନିର୍ଦ୍ଦେଶକ ଦାୟିତ୍ୱ ଗହଣ କରିଛନ୍ତି । ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ହେବା ପର୍ଯ୍ୟନ୍ତ ଶ୍ରୀ ସେଠୀ ଏହି ଦାୟିତ୍ୱ ତୁଲାଇବେ । ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଆଜି ଅବସର ଗ୍ରହଣ କରିଥିବାବେଳେ ଶ୍ରୀ ତାଙ୍କ ସ୍ଥାନରେ ଦାୟିତ୍ୱରେ ତୁଲାଇବେ । ଆଜି ଏହି ମର୍ମରେ ବିଭଗ ତରଫରୁ ଆଦେଶନାମା ପ୍ରକାଶ ପାଇଛି । ପ୍ରକାଶ ଥାଉକି, ଶ୍ରୀ ସେଠୀଙ୍କର ଦୀର୍ଘ ବର୍ଷ ଧରି ଏହି ବିଭାଗୀୟ...
୪ଟି ଜିଲ୍ଲାରେ ଫସଲର ବିବିଧକରଣ
ଭୁବନେଶ୍ୱର : ରାଜ୍ୟ ସରକାର କୃଷକମାନଙ୍କ ଆୟ ବହୁଗୁଣିତ କରିବା ଲକ୍ଷ୍ୟରେ ଫସଲର ବିବିଧକରଣ ପାଇଁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଉତ୍ପାଦନ ବୃଦ୍ଧି ସହିତ କୃଷିର ଅଭିବୃଦ୍ଧି ଏବଂ ରାଜ୍ୟର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଫସଲର ବିବିଧକରଣ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଚାଷୀମାନଙ୍କୁ ଫସଲର ବିବିଧକରଣ ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି । ଫସଲର ବିବିଧକରଣ କରାଯାଇ ଅଣଧାନ ଚାଷ ଯଥା: ଡାଲି, ତୈଳବୀଜ, କପା, ମକା...
ଗ୍ରାମାଞ୍ଚଳ ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ
ଭୁବନେଶ୍ୱର : ପୌରସଂସ୍ଥା ଏବଂ ଗ୍ରାମ ପଞ୍ଚାୟତ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସହିତ ପୌରସଂସ୍ଥା ଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଥିବା ଆବଶ୍ୟକୀୟ ଭିତ୍ତିଭୂମି ବ୍ୟବହାର କରି ଗାଁ ଗୁଡିକର ସଠିକ ମଳ ପରିଚାଳନା ଏବଂ ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ପରିଚାଳନା ନିମନ୍ତେ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ, ମିଳିତଭାବେ ଜାରି ଏକ ନିର୍ଦେଶାବଳୀ ମାଧ୍ୟମରେ ସବୁ ଜିଲ୍ଲାର...
କୋରାପୁଟରେ ହେବ ଦୁଇଟି ନୂଆ ଅକ୍ସିଜେନ୍ ପ୍ଲାଣ୍ଟ୍
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କୋରାପୁଟ୍ ଜିଲ୍ଲା ପରିଦର୍ଶନ କରି ସେଠାରେ କୋଭିଡ୍ ପରିଚାଳନା ସ୍ଥିତିର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଥିଲେ । ଜୟପୁରରେ ପହଞ୍ଚିବା ପରେ ପରେ ଶ୍ରୀ ମହାପାତ୍ର କୋରାପୁଟ ଜିଲ୍ଲାପାଳ ଅବ୍ଦଲ ଅଖତାର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରି ସେଠାରେ ଉପଲବ୍ଧ...
OSL Supports Odisha Oxygen Security Move
Bhubaneswar: Country's Premier Logistic Service Provider, Orissa Stevedores Limited (OSL) is extending its support for Oxygen Security endeavor of the Odisha Government.In a major step towards ensuring fully logistic support to the Odisha Government, Orissa Stevedores Limited (OSL) carried out the Customs and Airport clearances of a special cargo flight carrying the consignment of 1300 medical grade oxygen cylinders...
କୋଭିଡ୍ ବିରୁଦ୍ଧରେ ଓଏସ୍ଏଲ ର ଲଢ଼େଇ ଜାରି
ଭୁବନେଶ୍ୱର : କରୋନା ବିରୋଧି ଲଢେଇରେ ଓଡ଼ିଶା ସରକାରଙ୍କ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସହାୟତା ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍) ତାହାର ଉଦ୍ୟମ ଅବ୍ୟାହତ ରଖିଛି । ଏକ ବଳିଷ୍ଠ ପଦକ୍ଷେପ ସ୍ୱରୂପ ଚୀନ୍ରୁ ୧୩୦୦ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ସିଲିଣ୍ଡର ଏବଂ ଅନ୍ୟାନ୍ୟ ମେଡିକାଲ୍ ଉପଯୋଗୀ ସାମଗ୍ରୀଗୁଡ଼ିକ ବହନ କରି ବିଜୁ ପଟ୍ଟନାୟକ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦରରେ ୩୦ ମଇରେ ଅବତରଣ କରିଥିବା ଏକ ସ୍ୱତନ୍ତ୍ର କାର୍ଗୋ ବିମାନର କଷ୍ଟମ ଏବଂ ଏୟାରପୋର୍ଟ କ୍ଲିୟରାନ୍ସ କାର୍ଯ୍ୟ ସମ୍ପାଦନ କରିଛି । ଓଏସ୍ଏଲ୍...
ଗରିବଙ୍କ ପାଇଁ ପ୍ୟାକେଜ ଘୋଷଣା କର
ଭୁବନେଶ୍ୱର : କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟରେ ଜାରି ଲକଡାଉନ୍ ଓ ସଟ୍ଡାଉନ ପ୍ରଭାବରେ ଗରିବ, ଖଟିଖିଆ ଓ ଦିନ ମଜୁରୀଆମାନଙ୍କ ଜୀବନ ଜୀବିକା ଘୋର ପ୍ରଭାବିତ ହୋଇଛି । ଅନେକ ଏବେ ଅନାହାରରେ ରହିବାକୁ ବାଧ୍ୟ ହେଉଛନ୍ତି । ମହାମାରୀ ନିୟନ୍ତ୍ରଣ ପାଇଁ ସମାଜବାଦୀ ପାର୍ଟି ଏଭଳି କଟକଣାକୁ ସମର୍ଥନ କରୁଥିବାବେଳେ ତୁରନ୍ତ ଗରିବ ଲୋକଙ୍କ ପାଇଁ ପ୍ୟାକେଜ ଘୋଷଣା କରିବାକୁ ଦଳର ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି । ଶ୍ରୀ ବେହେରା କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ...









