ଶହେ ସ୍କୁଲ ହେବ ମଡେଲ ସ୍କୁଲ

0

ଭୁବନେଶ୍ୱର, : ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ ୧୦୦ଟି ସ୍କୁଲକୁ ଚୟନ କରାଯାଇ ସେଗୁଡ଼ିକୁ ମଡେଲ୍‌ ସ୍କୁଲ ଭାବରେ ବିକଶିତ କରାଯିବ । ଏଥିରେ ପ୍ରତ୍ୟେକଟି ଜିଲ୍ଲାରୁ ଅତିକମ୍‌ରେ ୩ଟି ଲେଖାଏଁ ବିଦ୍ୟାଳୟ ରହିବ । ଚଳିତ ବର୍ଷଠାରୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଷ୍ଟୁଡେଣ୍ଟ ଆଡ୍‌ପସନ୍‌ (ପୋଷ୍ୟ ଛାତ୍ର) କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ । ମୋ ସ୍କୁଲ ଅଭିଯାନର ୭ମ ପରିଚାଳନା ବୈଠକରେ ଏହା ସ୍ଥିର ହୋଇଛି । ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଏବଂ ଇଚ୍ଛୁକ...

ଶିଶୁଙ୍କ ପାଇଁ ସୁରକ୍ଷିତ ବାତାବରଣ ଜରୁରୀ

0

ଖୋର୍ଦ୍ଧା : ଶିଶୁମାନଙ୍କୁ ସୁରକ୍ଷିତ ବାତାବରଣ ଯୋଗାଇଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏଥିପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ ବୋଲି ରାଜ୍ୟର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ପିପୁଲସ କଲ୍ଚରାଲ ସେଣ୍ଟର (ପିକକ୍‍) ଦ୍ୱାରା ଶିଶୁ ଯୌନ ନିର୍ଯ୍ୟାତନା କୁ ରୋକିବା ନିମନ୍ତେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳାରେ ମତପ୍ରକାଶ ପାଇଛି । I ଏହି କର୍ମଶାଳା ରେ ୩୦ ଜଣ ଲୋକ ଭାଗ ନେଇଥିଲେ I ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଵାଣିଶ୍ରୀ ପଟ୍ଟନାୟକ ଏହି କର୍ମଶାଳା...

୬୦୩୯ କୋଟିର ସବସିଡ୍ ଟଙ୍କା ତୁରନ୍ତ ଦିଅ

0

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କଠାରୁ ଧାନସଂଗ୍ରହ ବାବଦକୁ ରାଜ୍ୟ ୍ରଭିଜନାଲ ଓ ଅଗ୍ରୀମ ସବସିଡ଼ି ବାବଦକୁ ପାଇବାକୁ ଥିବା ବକେୟା ୬୦୩୯ କୋଟି ଟଙ୍କା ତୁରନ୍ତ ୋଗାଇଦେବା ପାଇଁ ଖାଦ୍ୟୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତା ସ୍ୱାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଆଜି ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ର ଖାଉଟି ବ୍ୟ।।ର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋଏଲ୍‌ଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି ଯେ କେନ୍ଦ୍ର ସରକାରଙ୍କଠାରୁ ଧାନସଂଗ୍ରହ ବାବଦକୁ ସବସିଡ଼ି ଅର୍ଥ ଠିକ୍...

ଆକ୍ସନ ମୁଡରେ ଗୃହ ଓ ନଗର ଉନ୍ନୟନ ବିଭାଗ

0

ଭୁବନେଶ୍ୱର : ଦୁର୍ନୀତିଗ୍ରସ୍ତ ଓ ଅମାନିଆ ଅଫିସରଙ୍କ ବିରୁଦ୍ଧରେ ଏବେ ଗୃହ ଓ ନଗର ଉନ୍ନୟନ ବିଭାଗ ଆକ୍ସନ ମୁଡରେ । ସାମାନ୍ୟ ଅଭିଯୋଗ ପାଇଲା ମାତ୍ରେ ଗ୍ରହଣ ହେଉଛି କାର୍ଯ୍ୟାନୁଷ୍ଠାନ । ଆଗକୁ ଏହା ଜାରି ରହିବା ସହିତ ବିଭାଗ ଆହୁରି କଠୋର ହେବବୋଲି ସୂଚନା ଦେଇଛନ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ । ଆଜି ବିଭାଗ ପକ୍ଷରୁ ଝାରସୁଗୁଡା ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ କାରଣ ପାଇଁ ନିଲମ୍ବନ କରାଯାଇଛି । ଶ୍ରୀ ପ୍ରଧାନଙ୍କ ବିରୁଦ୍ଧରେ କାର୍ଯ୍ୟରେ...

୨୦୨୨ରେ ସରିବ ରାଉରକେଲା ହକି ଷ୍ଟାଡିୟମ

0

ଭୁବନେଶ୍ୱର : ଆଜି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି), ଭି.କେ- ପାଣ୍ଡିଆନ ଏବଂ କ୍ରୀଡା ଓ ଯୁବ ସେବା ବିଭାଗର ସ୍ବତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା ରାଉରକେଲା ଯାଇ ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସ୍ଥାନ ପରିଦର୍ଶନ କରିଥିଲେ । ୨୦୨୨ ମଧ୍ୟଭାଗ ସୁଦ୍ଧା ଏହାକୁ ସଂପୁର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସୂଚନା ଯୋଗ୍ୟ ଯେ ରାଉରକେଲାରେ ଏକ ଆନ୍ତର୍ଜାତିୟ ମାନର ହକି ଷ୍ଟାଡିୟମ ନିର୍ମାଣ କରାଯିବା ସଂପର୍କରେ...

ସମ୍ମମରେ ଆରିଥମିଆ ଚିକିତ୍ସା ସୁବିଧା

0

ଭୁବନେଶ୍ୱର : ହୃଦସ୍ପନ୍ଦନରେ ସମସ୍ୟା ସୃଷ୍ଟି କରୁଥିବା ବ୍ୟାଧି ଆରିଥମିଆ ର ଚିକିତ୍ସା ଏବେ ସମ୍ ଅଲଟିମେଡ କେୟାରରେ ଉପଲବ୍ଧ । ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଭାବେ ସମସ୍ତ ଅତ୍ୟାଧୁନିକ ଉପକରଣ ସହ ସ୍ୱତନ୍ତ୍ର ଇଲେକ୍ଟ୍ରୋଫିଜିଓଲୋଜି ଲାବାରୋଟୋରି ସମ୍ମମରେ ଆରମ୍ଭ ହୋଇଛି । ଆରିଥମିଆ ଏପରି ଏକ ସମସ୍ୟା ଯାହାଦ୍ୱାରା ଅସ୍ୱାଭାବିକ ହୃଦସ୍ପନ୍ଦନ ସୃଷ୍ଟି ହୋଇଥାଏ । ହାର୍ଟବିଟକୁ ନିୟନ୍ତ୍ରଣ କରୁଥିବା ଶକ୍ତି ଠିକ୍ ଭାବେ କାମ ନ କଲେ ହୃଦସ୍ପନ୍ଦନ ଖୁବ୍ ଦ୍ରୁତ (ଟାକିକାର୍ଡିଆ) କିମ୍ବା ଖୁବ୍ ଧୀର (ବ୍ରାଡିକାର୍ଡିଆ) ହୋଇଥାଏ...

ସମଲେଶ୍ୱରୀ ମନ୍ଦିରର ବିକାଶ ଖୁବଶୀଘ୍ର

0

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ସେ ଅଞ୍ଚଳର ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠମାନଙ୍କ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ପୀଠ ଅନ୍ୟତମ ଅଟେ । ପଶ୍ଚିମ ଓଡିଶାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ସହ...

ରାଜସ୍ୱ ସଂଗ୍ରହ ୨୫ହଜାର କୋଟି କମିବ

0

ଭୁବନେଶ୍ୱର : କୋଭିଡ ମହାମାରୀ ପ୍ରଭାବ ଯୋଗୁଁ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରାୟ ୨୫୦୦୦ କୋଟି ଟଙ୍କା କମ୍‍ ରାଜସ୍ୱ ପାଇବାର ଆଶଙ୍କା ଉପୁଜିଛି । ଏଭଳି ରାଜସ୍ୱ ନିଅଣ୍ଟକୁ ସାମ୍ନା କରିବା ସହିତ ଉନ୍ନୟନ ପାଇଁ କିଭଳି ବିଭିନ୍ନ ବିଭାଗକୁ ଅର୍ଥ ଯୋଗାଇ ଦିଆଯିବ ସେଥିପାଇଁ ଆର୍ଥିକ ପରାମର୍ଶଦାତାମାନେ କସରତ ଚଳାଇଛନ୍ତି । କେନ୍ଦ୍ରୀୟ ଟିକସ ଆଦାୟ ପ୍ରଦର୍ଶନ ଉପରେ ରାଜ୍ୟର ଅର୍ଥନୀତି ଅଧିକ ଭାବେ ନିର୍ଭର କରୁଥିବାବେଳେ ୨୦୨୦-୨୧ ବର୍ଷରେ କେନ୍ଦ୍ର ସରକାରଙ୍କ ଠାରୁ ପାଖାପାଖି ୧୮,୦୦୦ କୋଟି...

ସାହିତ୍ୟ ଏକାଡେମୀରେ ମାତ୍ର ୨ ମହିଳା ସଭାପତି

0

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ୧୯୫୭ ମସିହାରୁ ଗଠିତ ହେବାଠାରୁ ଏଯାବତ୍‍ ୩୧ ଜଣ ସଭାପତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ମାତ୍ର ଦୁଇଜଣ ମହିଳା । ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥାଇ ୧୯୭୨ ଜୁଲାଇ ପହିଲାରୁ ପ୍ରାୟ ୯ ମାସ ପାଇଁ ସାହିତ୍ୟ ଏକାଡେମୀର ସଭାପତି ଥିବା ବେଳେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଶିଷ୍ଟ ସାହିତ୍ୟିକା ତଥା ‘ସମାଜ’ର ପୂର୍ବତନ ସମ୍ପାଦକ ଅଧ୍ୟାପିକା ମନୋରମା ମହାପାତ୍ର ୧୯୯୧ ଜୁନ୍‍ ମାସରୁ...

State Gets 2786 CR For GST Shortfall

0

Bhubaneswar: Odisha has received Rs.2786.53 Crore as the Ministry of Finance, Department of Expenditure has released the 12th weekly installment of Rs. 6,000 crore to the States today to meet the GST compensation shortfall. Out of this, an amount of Rs. 5,516.60 crore has been released to 23 States including Odisha and an amount of Rs. 483.40 crore has been released...