Odisha House Faces Ruckus
Bhubaneswar: Odisha Legislative Assembly was Thursday adjourned several times in wake of the pandemonium by Opposition Congress and BJP members over the State Government’s alleged inability to protect boundaries and gross mismanagement in the paddy procurement process. The issue was raised by Congress Legislature Party leader Narasingha Mishra who came down heavily on the Government on the twin issues. “The...
Online Services For Women and Children
Bhubaneswar: Chief Minister Naveen Patnaik launched five new online services of Women and Child Development and Mission Shakti Department (DoWCD&MS) under 5-T initiatives. These online services are e-Kalika, Mo Chhatua App, e- Manadeya Portal, Mamata App and Mo Sisu Portal. Launching these initiatives today through video conference Patnaik said State Government has been giving priority on empowerment of women and...
ଜଟିଳ ହେଉଛି କରୋନା ସ୍ଥିତି
ଭୁବନେଶ୍ୱର : ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ପରିପ୍ରେକ୍ଷୀରେ ଦିଲ୍ଲୀ ସରକାର ସମ୍ପୃକ୍ତ ରାଜ୍ୟର ଲୋକମାନଙ୍କୁ ଦିଲ୍ଲୀରେ ପ୍ରବେଶ ଉପରେ କଡ଼ା କଟକଣା ଜାରି କରିଥିବା ପରିପ୍ରେକ୍ଷୀରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନେ ମଧ୍ୟ ପରିସ୍ଥିତି ବିଗିଡ଼ିବା ପୂର୍ବରୁ ନିୟନ୍ତ୍ରଣରେ ରଖିବା ପାଇଁ ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଦେଶରେ କରୋନା ସଂକ୍ରମଣ କିଛିମାସ ଧରି କମି ଚାଲିଥିବା ବେଳେ ଏବେ ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, କେରଳ, ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟରେ ଏବେ...
୬ଟି ଉତ୍ସବରେ ୫ ବିଦେଶୀ ପର୍ଯ୍ୟଟକ
ଭୁବନେଶ୍ୱର : ରାଜ୍ୟରେ ଇତିମଧ୍ୟରେ ଅନୁଷ୍ଠିତ ହୋଇଥିବା ୬ଟି ବଡ଼ଧରଣର ଉତ୍ସବରେ ମାତ୍ର ୫ ଜଣ ବିଦେଶୀ ପର୍ଯ୍ୟଟକ ଯୋଗ ଦେଇଛନ୍ତି । ଏହିସବୁ ଉତ୍ସବରେ ପ୍ରାୟ ସାଢେ ୪କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଦର୍ଶାଇଛନ୍ତି ଯେ କୋଭିଡ୍ କଟକଣା ସତ୍ତ୍ୱେ ରାଜ୍ୟରେ କୋଣାର୍କ ଉତ୍ସବ, ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ, ରାଜାରାଣୀ ସଙ୍ଗୀତ...
ଆହୁରି କମିବ ମହାନଦୀ ଜଳ ପ୍ରବାହ
ଭୁବନେଶ୍ୱର : ଆଗାମୀ ବର୍ଷଗୁଡ଼ିକରେ ମହାନଦୀରେ ଜଳ ପ୍ରବାହ ଆହୁରି ହ୍ରାସ ପାଇବାର ଆଶଙ୍କା ରହିଛି । ଚଳିତବର୍ଷ ମଧ୍ୟ ଅଣମୌସୁମୀ କାଳରେ ଜଳପ୍ରବାହ ହ୍ରାସ ପାଇଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ମନ୍ତ୍ରୀ କହିଛନ୍ତି ଯେ ଛତିଶଗଡ଼ରେ ମହାନଦୀ ପାଣି ଅଟକାଇବା ପାଇଁ ସେଠାକାର ରାଜ୍ୟ ସରକାର ବହୁ ବ୍ୟାରେଜ୍ ନିର୍ମାଣ କରିଛନ୍ତି ଓ ଏହାଦ୍ୱାରା ଓଡ଼ିଶାକୁ ପ୍ରବାହିତ ହେଉଥିବା ଜଳର ପରିମାଣ କ୍ରମାଗତ ଭାବେ ହ୍ରାସ...
କ୍ୟାଣ୍ଟିନ୍ ଖୋଲିବାକୁ ଅନୁମତି
ଭୁବନେଶ୍ୱର: ଲୋକସେବା ଭବନରେ କ୍ୟାଣ୍ଟିନଗୁଡ଼ିକ ଖୋଲିବା ପାଇଁ ଅନୁମତି ମିଳିଛି । କୋଭିଡ୍ କଟକଣା ମଧ୍ୟରେ କ୍ୟାଣ୍ଟିନ୍ ଖୋଲିବା ସହିତ ସୁରକ୍ଷାକର୍ମୀ ମୁତୟନ ପାଇଁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗତବର୍ଷ ମାର୍ଚ୍ଚ ମାସରୁ କୋଭିଡ୍ କଟକଣା ଲାଗୁ ହେବାପରେ ଲୋକସେବା ଭବନ ପରିସରରେ ଥିବା କ୍ୟାଣ୍ଟିନଗୁଡ଼ିକୁ କର୍ତ୍ତୃପକ୍ଷ ବନ୍ଦ କରିଦେଇଥିଲେ । ସେତେବେଳେ ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ଲୋକସେବା ଭବନକୁ ଆସୁଥିଲେ । କରୋନା ପ୍ରକୋପ କମିବା ପରେ ଏବେ ଶତପ୍ରତିଶତ କର୍ମଚାରୀ ଲୋକସେବା ଭବନକୁ...
ସୀମା ସୁରକ୍ଷାକୁ ନେଇ ସରକାରଙ୍କୁ ଘେରିଲେ
ଭୁବନେଶ୍ୱର : ରାଜ୍ୟର ସୀମା ସୁରକ୍ଷାକୁ ନେଇ ବିରୋଧିଦଳ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ଦଳର ସଦସ୍ୟମାନେ ଓଡିଶା ସୀମାରେଅନ୍ୟ ରାଜ୍ୟର ପ୍ରବେଶ ପାଇଁ ସରକାରଙ୍କୁ ଦାୟୀ କରିଥିବାବେଳେ ଶାସକଦଳ ସୀମାନ୍ତବର୍ତ୍ତୀ ଜିଲ୍ଲାର ବିକାଶ କଥା କହି ବିରୋଧିଙ୍କୁ ସାମ୍ନା କରିଛି । ବିଜେପି ଦଳ ପକ୍ଷରୁ ଆଜି ‘ଓଡିଶାର ସୀମା ଦିନକୁ ଦିନ ସଙ୍କୁଚିତ, ମାଡି ବସିଲେଣି ପଡୋଶୀ ରାଜ୍ୟ । ସରକାର ନିରବଦ୍ରଷ୍ଟା’ ସଂକ୍ରାନ୍ତୀୟ ଆଗତ ମୁଲତବୀ ପ୍ରସ୍ତାବ ଉପରେ ସରଗରମ ଆଲୋଚନା ହୋଇଥିଲା...
ପଡ଼ିରହିଛି କୋଟିଏ ଟଙ୍କା
ଭୁବନେଶ୍ୱର : ପୁରୀ ଜିଲ୍ଲାର ଅନ୍ୟତମ ଗାନ୍ଧୀ ପୀଠ ବେରବୋଇକୁ ଗାନ୍ଧୀ ସର୍କିଟ୍ର ଅନ୍ତର୍ଭୁକ୍ତ କରି ଏହି ପବିତ୍ର ସ୍ଥାନର ବିକାଶ ଲାଗି ରାଜ୍ୟ ସରକାର ୬ ବର୍ଷ ତଳେ କୋଟିଏ ଟଙ୍କା ମଞ୍ଜୁର କରିଥିବା ବେଳେ ଇତିମଧ୍ୟରେ ଏଥିରେ ଗୋଟିଏ ଟଙ୍କାର ବି କାମ ହୋଇନାହିଁ । ଓଲଟା ଏହି ପୀଠରେ ଥିବା କେତେକ ଗଛକୁ ବିକାଶ ନାମରେ କାଟି ଦିଆଯିବା ସହ ପାଚେରୀକୁ ଭାଙ୍ଗି ଦିଆଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ୧୯୩୮ ମସିହା ମାର୍ଚ୍ଚ ୨୫ ତାରିଖରୁ ୩୧ ତାରିଖ...
୩୦ବର୍ଷ ଧରି ଗୋଟିଏ କିସମ ଧାନ
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଗୋଟିଏ କିସମର ଧାନ ଓଡିଶାରେ ଦଶନ୍ଧି ଦଶନ୍ଧି ଧରି ଚାଷ ହେଉଛି । କେଉଁ ବିହନ ୧୦ ବର୍ଷ ତ ଆଉ କେଉଁ ବିହନ ୩୦ବର୍ଷ ଧରି ଚାଷ ହେଉଛି । ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୧୪୦ଦିନ ମଧ୍ୟରେ ଅମଳ ହେଉଥିବା ଏମ୍ଟିୟୁ୭୦୨୯ ମଧ୍ୟମ କିସମର ଧାନ ୧୯୮୨ ମସିହାରୁ ରାଜ୍ୟରେ ଚାଷ ହେଉଛି...
ଅଯୋଗ୍ୟ କାଳିଆ ହିତାଧିକାରୀ
ଭୁବନେଶ୍ୱର : କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୪ହଜାର ୭୬ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୫୬ଲକ୍ଷ ୧୪ହଜାର ୭୦୬ ବୋଲି ସୂଚନା ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାହୁ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଯେ କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ କୃଷି ବିଭାଗ ଦ୍ୱାରା...