Scanner On E-Commerce Web
New Delhi: The Centre will develop a framework to keep check over fake reviews on E-Commerce websites. The Department of Consumer Affairs (DoCA) after studying the present mechanism being followed by the E-Commerce entities in India and best practices available globally, will develop these frameworks. DoCA in association with the Advertising Standards Council of India (ASCI) along with various stakeholders...
କୃଷି ଯନ୍ତ୍ରପାତି ବିକି ଛୁ ମାରୁଛନ୍ତି କମ୍ପାନୀ
ଭୁବନେଶ୍ୱର : କୃଷି ଯନ୍ତ୍ରପାତି ଉପରେ ରାଜ୍ୟ ସରକାରଙ୍କ ମନୋଲଭା ସବ୍ସିଡ୍ରେ ଆକର୍ଷିତ ହୋଇ ଓଡିଶା ବଜାରରେ ପ୍ରବେଶ କରୁଥିବା ଅନେକ କମ୍ପାନୀ ଭଲ ମୁନାଫା ଉଠାଇବା ପରେ ଛୁ ମାରୁଛନ୍ତି । କିଏ ଡିଲର ବଦଳାଇ ଦେଉଛି ତ ଆଉ କିଏ ଓଡିଶାରୁ ପୂରା ଉଭାନ ହୋଇ ଯାଉଛି । ଏହା ଫଳରେ ସମ୍ପୃକ୍ତ କମ୍ପାନୀ ଠାରୁ ବିଭନ୍ନ କୃଷି ଯନ୍ତ୍ରପାତି ଖରିଦ କରିଥିବା ଚାଷୀ ବିକ୍ରି ପରବର୍ତ୍ତୀ ସେବା ନପାଇ ମୁଣ୍ଡରେ ହାତଦେଇ ବସିଗଲେଣି । ଏଭଳି ଏକାଧିକ ଅଭିଯୋଗ ଆସିଛି...
ଜବରଦଖଲକାରୀଙ୍କ କବଳରେ ଶ୍ରୀମନ୍ଦିର ଭୂସମ୍ପତ୍ତି
ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଯେତେ ପରିମାଣର ଭୂସମ୍ପତ୍ତି ରହିଛି ସେଥିରୁ ୨୦ ହଜାର ଏକରରୁ ଅଧିକ ସମ୍ପତ୍ତିର ସଂଶୋଧିତ ସତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନାହିଁ । ଯେତିକି ଜମିର ବି ସତ୍ତ୍ୱଲିପି ରହିଛି ସେଗୁଡିକର ଦାମ୍ କେତେ ତାହା ବି କଳନା କରାଯାଉ ନାହିଁ ଏବଂ ଏହି ଜମି ମଧ୍ୟରୁ ଅଧିକାଂଶ ଜବରଦଖଲରେ ରହିଥିବା ଯୋଗୁଁ ରାଜଭାଗ ବାବଦରେ ଶ୍ରୀମନ୍ଦିର ପ୍ରଶାସକ ବର୍ଷକୁ ଦେଢ଼ କୋଟି ଟଙ୍କା ମଧ୍ୟ ପାଉନାହିଁ । ଦେବସ୍ୱ, ବ୍ରହ୍ମସ୍ୱ ଓ ସର୍ବହରାଙ୍କ ସମ୍ପତ୍ତି...
ନନ୍ଦନକାନନରେ ବହୁତଳ କାର ପାର୍କିଂ ସୁବିଧା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନଠାରେ ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ତିନିମହଲାବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍ଘାଟନ କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମଏହି କେଶରୀ ଆରୁଖ, ଉପସ୍ଥିତ ଥିଲେ. । ନନ୍ଦନକାନନକୁ କ୍ରମେ କ୍ରମେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି । ଟ୍ରାଫିକ୍ ସମସ୍ୟା ଓ ସ୍ଥାନାଭାବକୁ ଦୃଷ୍ଟିରେ ରଖି ଏହି ତିନିମହଲା ବିଶିଷ୍ଟ ଗାଡ଼ି ପାର୍କିଂସ୍ଥଳ ନିର୍ମାଣ କରାଯାଇଛି । ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ...
୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ କୋଇଲା ବାଷ୍ପୀକରଣ
ଭୁବନେଶ୍ୱର : ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ହାସଲ ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ମିଶନ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି । ଭବିଷ୍ୟତରେ କୋଇଲା ବାଷ୍ପୀକରଣ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । ଶକ୍ତି, ଇସ୍ପାତ ଓ ଖଣି ମନ୍ତ୍ରଣାଳୟ ସହ ମିଶି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜାତୀୟ ଖଣିଜ କଂଗ୍ରେସରେ ଏହି ସୂଚନା ଦେଇଛନ୍ତି ଖଣି ସଚିବ ଶ୍ରୀ ଅନୀଲ କୁମାର ଜୈନ । ଭର୍ଚୁଆଲ ମାଧ୍ୟମରେ ଖଣିଜ କଂଗ୍ରେସ ଉଦଘାଟନ କରି ସେ...
ସାମାଜିକ ଗଣମାଧ୍ୟମର ବ୍ୟବହ।ର ଉପରେ ଗୁରୁତ୍ୱ
ଭୁବନେଶ୍ୱର : ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ସମ୍ମିଳନୀରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ସାମାଜିକ ଗଣମାଧ୍ୟମର ବ୍ୟବହାର କରି ଜନସଚେତନତା ଓ ସୂଚନା ବ୍ୟବସ୍ଥାକୁ ବ୍ୟାପକ କରିବାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ସେମାନଙ୍କର ଭୂମିକାରେ ଅଧିକ କ୍ରିୟାଶୀଳ ହେବାକୁ ସେ ପରାମର୍ଶ ଦେଇଥିଲେ । ସମୟ ଅନୁସାରେ ଲୋକସଂପର୍କର ପରିଭାଷା ବଦଳିଛି । ରାଜ୍ୟ ସରକାର ୫-‘ଟି’ ଆଧାରରେ ନାଗରିକ କୈନ୍ଦ୍ରିକ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଛନ୍ତି । ବିଭାଗର ଉନ୍ନତି ପାଇଁ...
ରକ୍ତ କର୍କଟରୁ ସୁସ୍ଥ ହେଉଛନ୍ତି ୮୦ ପ୍ରତିଶତ ଶିଶୁ
ଭୁବନେଶ୍ୱର : ରକ୍ତ କର୍କଟ ଭଳି ଜଟିଳ ରୋଗରୁ ସୁସ୍ଥ ହେଉଛନ୍ତି ଶିଶୁ । ଭାରତରେ ପ୍ରାୟ ୮୦ ପ୍ରତିଶତ ଶିଶୁ ଏଭଳି ମାରାତ୍ମକ ରୋଗରୁ ଆରୋଗ୍ୟ ଲାଭ କରୁଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ । ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ (ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ) ପକ୍ଷରୁ ବିଶ୍ୱ ରକ୍ତ କର୍କଟ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମାରାତ୍ମକ ରୋଗରୁ ଆରୋଗ୍ୟ ଲାଭ କରିବା ନିମେନ୍ତ ଧୈର୍ଯ୍ୟ, ସଚେତନତା...
ପିଏମ୍ କୁସୁମ୍ ଯୋଜନା ପାଇଁ ମାର୍ଗଦର୍ଶିକା ଜାରି
ନୂଆଦିଲ୍ଲୀ : ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଏବଂ ଉତ୍ଥାନ ମହାଭିଯାନ (ପିଏମ୍-କୁସୁମ) ଯୋଜନା କାର୍ଯ୍ୟକାରୀ କରାଯାଉଛି । ଯୋଜନା ଅଧୀନରେ ସ୍ୱତନ୍ତ୍ର ସୋଲାର ପମ୍ପ ସ୍ଥାପନ ଏବଂ କୃଷି ପମ୍ପଗୁଡ଼ିକର ସୋଲାରାଇଜେସନ ପାଇଁ ସବସିଡି ପ୍ରଦାନ କରାଯାଇଛି । କୃଷକମାନେ 2 ମେଗାୱାଟ ପର୍ଯ୍ୟନ୍ତ ଗ୍ରୀଡ୍ ସଂଯୁକ୍ତ ସୌର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ମଧ୍ୟ ସ୍ଥାପନ କରିପାରିବେ। ଏହି ଯୋଜନା ରାଜ୍ୟ ସରକାରଙ୍କ ନିର୍ଦ୍ଦିଷ୍ଟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଛି ଏବଂ...
ସୌରଶକ୍ତି ଦୂର କରିବ ଜଳବାୟୁ ସମସ୍ୟା
ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନ ଯୋଗୁ ମାନବଜାତି ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ପରିବେଶ ଓ ମଣିଷର ସ୍ୱାସ୍ଥ୍ୟ ଉପରେ ଏହାର ଅନେକ ପ୍ରଭାବ ପଡୁଛି । ତେବେ ଜଳବାୟୁ ପରିବର୍ତନ ନିମନ୍ତେ ମଣିଷ ନିଜେ ହିଁ ଦାୟୀ । ତେଣୁ ସୌରଶକ୍ତି ଦ୍ୱାରା ହିଁ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ସହ ମୁକାବିଲା କରିହେବ ବୋଲି କହିଛନ୍ତି ସୋଲାର ମ୍ୟାନ ଭାବେ ପରିଚିତ ପ୍ରଫେସର ଚେତନ ସିଂ ସୋଲାଙ୍କି । ଓଡ଼ିଶା ଗସ୍ତରେ ଆସିଥିବା ଆଇଆଇଟି ବମ୍ବେର ପ୍ରଫେସର ସୋଲାଙ୍କି...
ରେଳପଥ ହେଉଛି ଭାରତର ଜୀବନରେଖା
ନୂଆଦିଲ୍ଲୀ : ଭାରତୀୟ ରେଳପଥ ଦେଶର ଜୀବନରେଖା ଏବଂ ଭାରତର ଅର୍ଥନୀତିର ମେରୁଦଣ୍ଡ । ଦେଶର ପ୍ରଗତି ଓ ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ୧୮୫୩ରେ ସାଧାରଣ ଭାବେ ନିଜର ଯାତ୍ରା ଆରମ୍ଭ କରିଥିବା ଭାରତୀୟ ରେଳବାଇ ଆଜି ଦେଶର ସାମାଜିକ ତଥା ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ କାରକ ଭାବେ ଉଭା ହୋଇଛି । ୧୬ ଏପ୍ରିଲ୍ ୧୮୫୩ରେ ଭାରତୀୟ ଉପମହାଦେଶରେ ୧୪ଟି ରେଳ ଡବାରେ ୪୦୦ ଯାତ୍ରୀଙ୍କୁ ନେଇ ପ୍ରଥମ ରେଳଗାଡ଼ି ବମ୍ବେରୁ ଥାନେ ପର୍ଯ୍ୟନ୍ତ...










