ଉତ୍କଳମଣୀଙ୍କ ଜନ୍ମପୀଠର ବିକାଶ ପାଇଁ ୧୫.୧୬ କୋଟି ଅଟକଳ

0

ଭୁବନେଶ୍ୱର : ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ବିକାଶ ବିକାଶ ପାଇଁ  ପ୍ରାୟ ୧୫.୧୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ।  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ  ଉଚ୍ଚସ୍ତରୀୟ  ସମୀକ୍ଷା ବୈଠକରୁ  ଏହା ଜଣାପଡିଛି । ରାଜ୍ୟ ଲୋକସେବା  ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି  ବୈଠକରେ ଓଡ଼ିଆ ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ପୁରୀ ଜିଲ୍ଲା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମ ଏବଂ  ସେଠାରେ ଥିବା  ଗୋପବନ୍ଧୁଙ୍କ...

ବିଦ୍ୟାଞ୍ଜଳି ରେ ଯୋଡ଼ି ହେବାକୁ ଧର୍ମେନ୍ଦ୍ରଙ୍କ ନିବେଦନ

0

ଭୁବନେଶ୍ୱର : ଆଲୋକ ଏବଂ ଉଲ୍ଲାସର ପର୍ବ ତଥା ଅଜ୍ଞାନର ଅନ୍ଧକାରକୁ ଦୂର କରିବାର ଅବସର ଦୀପାବଳିରେ ସମସ୍ତେ ନିଜର ଜ୍ଞାନ ଏବଂ କୌଶଳକୁ ଅନ୍ୟମାନଙ୍କ ସହ ବାଂଟିବା ତଥା ସ୍କୁଲ ପିଲା ମାନଙ୍କୁ ବିଦ୍ୟାଦାନ ପାଇଁ “ବିଦ୍ୟାଞ୍ଜଳି”ରେ ଯୋଡ଼ିହେବା ପାଇଁ ଓଡିଶା ସମେତ ଦେଶର ଜନସାଧାରଣଙ୍କୁ ଏକ ଭିଡିଓ ବାର୍ତା ଜରିଆରେ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶବାସୀଙ୍କୁ ପବିତ୍ର ଦୀପାବଳିର ଶୁଭକାମନା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି...

ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାରିଶ୍ରମିକ ୨୫% ବଢିଲା

ଭୁବନେଶ୍ୱର :  ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋର୍ସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଘୋଷଣା କରିଛନ୍ତି । ଏହାଦ୍ବାରା  ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର ବ୍ୟକ୍ତି ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ  ଅଧିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଆଉଟସୋର୍ସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି ବ୍ୟକ୍ତି ମାନଙ୍କର ଇ.ପି.ଏଫ ଓ...

କମିଲା ପେଟ୍ରୋଲ ଡିଜେଲ ଦର

0

ନୂଆଦିଲ୍ଲୀ : ଦୀପାବଳି ପୂର୍ବ ସନ୍ଧ୍ୟାରେ ଭାରତ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୫ ଏବଂ ୧୦ ଟଙ୍କା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଉତ୍ପାଦ ଶୁଳ୍କ ଦରରେ ହ୍ରାସ ଅନୁଯାୟୀ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ମୂଲ୍ୟ ମଧ୍ୟ ହ୍ରାସ ପାଇବ। ପେଟ୍ରୋଲ ତୁଳନାରେ ଡିଜେଲ ଉପରେ ଦୁଇ ଗୁଣା ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି। ଆସନ୍ତା ରବି ଋତୁରେ ଏହା ଦେଶର ଚାଷୀମାନଙ୍କୁ ବିଶେଷ ଭାବେ ଲାଭାନ୍ବିତ କରିବ...

ମିଠା ଦୋକାନରେ ବିଏମସିର ଚଢଉ

0

ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ମିଷ୍ଟାନ୍ନ ଭଣ୍ଡାର ଉପରେ ଆଜି ବିଏମ୍‍ସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢଉ ହୋଇଥିଲା । ଦୀପାବଳୀ ଅବସରରେ ଲୋକମାନେ ନେଉଥିବା ମିଠା ଦ୍ରବ୍ୟକୁ କିଭଳି ସ୍ୱାସ୍ଥ୍ୟପ୍ରଦ ଭାବେ ଦିଆଯାଉଛି ତାହାକୁ ଯାଞ୍ଚ କରିବା ପାଇଁ ବିଏମ୍‍ସିର ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ଖାଦ୍ୟ ସୁରକ୍ଷା ସ୍କ୍ୱାଡ୍‍ ସହରର ବିଭିନ୍ନ ମିଠା ଦୋକାନକୁ ଯାଇ ଯାଞ୍ଚ କରିଛନ୍ତି । ଅତିଶୟ ଭିଡ଼, ମିଷ୍ଟାନ୍ନର ମାନ, ଏହାକୁ ପ୍ୟାକିଂ କରିବା ଏବଂ ଖାଦ୍ୟରେ ରଙ୍ଗ ମିଶାଇବା ଇତ୍ୟାଦିରେ ରହିଥିବା ନିୟନ୍ତ୍ରଣ...

KALIA Funds For Puri District

0

Bhubaneswar: Chief Minister Naveen Patnaik on Wednesday announced financial assistance of Rs 33.03 crore under KALIA scheme for 1.65 lakh farmers of Puri district. The beneficiaries of the Krushak Assistance for Livelihood and Income Augmentation (KALIA) scheme will receive Rs 2000 each for Rabi season 2021-22. On September 11, the Chief Minister had distributed a sum of Rs 742.58 crore for...

ଧାର୍ମିକ ଓ ଜନନେତାଙ୍କୁ ଟିକା ଅଭିଯାନରେ ସାମିଲ କର

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣରେ ପଛୁଆ ରହିଥିବା ଜିଲ୍ଲାମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ୫୦ ପ୍ରତିଶତରୁ କମ ପ୍ରଥମ ଡୋଜ୍ ଟିକାକରଣ ଏବଂ ଦ୍ୱିତୀୟ ଡୋଜ୍ ଟିକାକରଣରେ ବିଶେଷ ଅଗ୍ରଗତି କରିପାରିନଥିବା ଜିଲ୍ଲାମାନଙ୍କୁ ସାମିଲ କରାଯାଇଥିଲା। ଆଲୋଚନା ସମୟରେ ଧାର୍ମିକ ଓ ଜନନେତାମାନଙ୍କୁ ଟିକାକରଣ ଅଭିଯାନରେ ସାମିଲ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। କମ୍ ଟିକାକରଣ ହୋଇଥିବା ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଓ ଅନ୍ୟ ରାଜ୍ୟର ୪୦ରୁ ଅଧିକ...

ପୁରୀ ଜିଲ୍ଲା ଚାଷୀଙ୍କ ପାଇଁ କାଳିଆ ସହାୟତା

0

ଭୁବନେଶ୍ୱର : ପୁରୀ ଜିଲ୍ଲାର ଚାଷୀ ମାନେ ୨୦୨୧-୨୨ ରବି ଋତୁ ପାଇଁ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି। ଜିଲ୍ଲାର ୧,୬୫,୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ  ୩୩. ୦୩କୋଟି ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ  ଜମା କରାଯିବ । ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ୩୭,୧୨,୯୪୧ ଜଣ ଚାଷୀଙ୍କୁ ୭୪୨.୫୮ କୋଟି...

ଆଇପିସି ମାମଲାରେ ଦଣ୍ଡବିଧାନ ମାତ୍ର ୧୧ ପ୍ରତିଶତ

0

ଭୁବନେଶ୍ୱର : ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଦଫାରେ ରୁଜୁ ହେଉଥିବା ଅପରାଧିକ ମାମଲା ଗୁଡିକରେ ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର ୧୧.୨ ପ୍ରତିଶତ ରହୁଥିବା ବେଳେ ଜାତୀୟସ୍ତରରେ ଏହା ୫୯.୨ ପ୍ରତିଶତ ରହିଛି । ମୋଟାମୋଟି ଭାବେ ହତ୍ୟା, ବଳାତ୍କାର, ବଳାତ୍କାର ଉଦ୍ୟମ, ଚୋରି, ଡକାୟତି, ଆକ୍ରମଣ ଭଳି ସାଂଘାତିକ ଅପରାଧ ଗୁଡିକରେ ଯେତେ ମାମଲା ରୁଜୁ ହେଉଛି, ସେଥିରୁ ଅଧିକାଂଶରେ ଅଭିଯୁକ୍ତ ଖସି ଯାଉଥିବାରୁ ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା ଉପରେ ପ୍ରଶ୍ନବାଚୀ ଉଠୁଛି । ସରକାରୀ ରିପୋର୍ଟ ଅନୁଯାୟୀ ୨୦୨୦ ମସିହାରେ...

ସଂଶୋଧନ ହେଲା ଶ୍ରମିକଙ୍କ ମଜୁରୀ

ଭୁବନେଶ୍ୱର : ରାଜ୍ୟ ସରକାର ମଙ୍ଗଳବାର ଦିନ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଏବଂ ଉଚ୍ଚକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀରେ ସଂଶୋଧନ କରିଛନ୍ତି । ରାଜ୍ୟ ଶ୍ରମ କମିଶନର ଡକ୍ଟର ଏନ ଥିରୁମାଲା ନାୟକଙ୍କ ଦ୍ୱାରା ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ ଶ୍ରମିକମାନଙ୍କର ଦେନିକ ମଜୁରୀ ସେମାନଙ୍କ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ବାବଦରେ ୪ ଟଙ୍କା ବୃଦ୍ଧି କରାଯାଇଛି । ରାଜ୍ୟ ଶ୍ରମ କମିଶନର ଡକ୍ଟର ନାୟକ ଉପରୋକ୍ତ ବିଜ୍ଞପ୍ତିରେ ସୂଚୀତ କରିଛନ୍ତି ଯେ ପରିବର୍ତ୍ତନଶୀଳ ମହଙ୍ଗା ବାବଦୋର ଦୈନିକ ୪ଟଙ୍କା ସମସ୍ତ ୮୯ କିସମ...