ଆଉ ୬୮ ଜୀବନ ନେଲା କରୋନା

0

ଭୁବନେଶ୍ୱର : କରୋନାରେ ରାଜ୍ୟରେ ଆଉ ୬୮ଜଣଙ୍କ ଜୀବନ ଯାଇଛି । ଦ୍ୱିତୀୟ ଲହରରେ ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁ ହୋଇଥିବାବେଳେ ମୋଟ୍‍ ମୃତ୍ୟୁସଂଖ୍ୟା ୪୭୩୦ରେ ପହଞ୍ଚିଛି । ସେହିଭଳି ଖୋରଧା ଜିଲ୍ଲାରେ ମଧ୍ୟ ଗୋଟିଏ ଦିନରେ ସର୍ବାଧିକ ୧୭ଜଣଙ୍କ ପ୍ରାଣ ଯାଇଛି । ମୃତ୍ୟୁବରଣ କରିଥିବା ୬୮ଜଣଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୧୭ଜଣ ଥିବାବେଳେ ଗଞ୍ଜାମରୁ ୭, ବରଗଡ ଓ ମୟୁରଭଞ୍ଜରୁ ୬ଜଣ କରି, ସୁନ୍ଦରଗଡରୁ ୫, ପୁରୀରୁ ୪, ଅନୁଗୁଳ ଓ ଯାଜପୁରରୁ ୩କରି, ବଲାଙ୍ଗିର, ଢେଙ୍କାନାଳ, ଝାରସୁଗୁଡା, କେନ୍ଦ୍ରାପଡା,...

ବଢୁନି ଏଟିଏମ୍‍ ସଂଖ୍ୟା

0

ଭୁବନେଶ୍ୱର : ରାଜ୍ୟରେ ବ୍ୟାଙ୍କ୍‍ ଆକାଉଣ୍ଟଧାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସେହି ଅନୁପାତରେ ବ୍ୟାଙ୍କ୍‍ ଶାଖା କିମ୍ବା ଏଟିଏମ୍‍ ସଂଖ୍ୟା ବୃଦ୍ଧି ପାଉନାହିଁ । ଏହା ଫଳରେ ରାଜ୍ୟର ଗାଁ ଗହଳ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକେ ବ୍ୟାଙ୍କ୍‍ସେବା ପାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ୫୨୯୩ଟି ବ୍ୟାଙ୍କ୍‍ଶାଖା ଥିବାବେଳେ ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ତାହା ୫୫୪୮ରେ ପହଞ୍ଚିଛି । ଏହି ଦୁଇବର୍ଷ ମଧ୍ୟରେ ମାତ୍ର ୨୫୫ଟି ନୂଆ...

ଉପଯୋଗ ହେଉନାହାନ୍ତି ଶିକ୍ଷାନୁଷ୍ଠାନ ସ୍ୱେଚ୍ଛାସେବୀ

0

ଭୁବନେଶ୍ୱର : ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକରେ ଅଢେଇ ଲକ୍ଷରୁ ଅଧିକ ସ୍ୱେଚ୍ଛାସେବୀ ଅଛନ୍ତି । କରୋନା ସମୟରେ ଏହି ସ୍ୱେଚ୍ଛାସେବୀମାନଙ୍କୁ ଠିକଣା ଭାବେ ବ୍ୟବହାର କରାଯାଇଥିଲେ ସରକାରୀକଳ ଉପରୁ ଚାପ ଢେର କମିଥାନ୍ତା ଏବଂ ବିଶୃଙ୍ଖଳିତ ପରିସ୍ଥିତି ବି ଅନେକାଂଶରେ ନିୟନ୍ତ୍ରିତ ହୋଇପାରିଥାନ୍ତା । ହାଇସ୍କୁଲରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ୫୫ହଜାରରୁ ଅଧିକ ସ୍ୱେଚ୍ଛାସେବକ ଅଛନ୍ତି । ଏମାନଙ୍କ ମଧ୍ୟରୁ ସିନିୟର ଡିଭିଜନରେ ପାଖପାଖି ୮ହଜାର ସମରଶିକ୍ଷାର୍ଥୀ ଥିବାବେଳେ ସ୍କୁଲଗୁଡିକରେ ଜୁନିୟର ଡିଭିଜନରେ ୩୦ହଜାରରୁ ଅଧିକ...

ସେପ୍ଟେମ୍ବର ୧୨ରେ ନିଟ୍‌ ପରୀକ୍ଷା

0

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ କୋଭିଡ୍ ନିୟମକୁ ପାଳନ କରି ସାରା ଭାରତବର୍ଷରେ ଚଳିତବର୍ଷର ନିଟ୍‌(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଆସନ୍ତାକାଲି ଅପରାହ୍ଣ ୫ଟାରୁ ଏନଟିଏ ୱେବସାଇଟ୍ ଜରିଆରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଲ୍ଲେଖନୀୟ ଯେ, ପୂର୍ବରୁ ଅଗଷ୍ଟ ୧ରେ ଏହି ପରୀକ୍ଷା କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍...

ଶରଧାବାଲିରେ ତିନି ରଥ

ପୁରୀ : ଶ୍ରୀଗୁଣ୍ଡିଚା ଅବସରରେ ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ତିନି ରଥ ଆଜି ସିଂହଦ୍ୱାରରୁ ବାହାରି ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଗୁଣ୍ଡିଚାମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚି ଯାଇଛି । ବିନା ଭକ୍ତରେ ସେବାୟତମାନେ ତିନି ରଥକୁ ଆଣି ଶରଧାବାଲିରେ ଲଗାଇବାପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୁଲିସ୍‍ ମହାନିର୍ଦ୍ଦେଶକ ଅଭୟ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସହଯୋଗ ଲାଗି ପୁରୀବାସୀ ଓ ସେବାୟତମାନଙ୍କୁ ଧନ୍ୟବାଦ ଦେଇଛନ୍ତି...

Holy Trinity Reach Shree Gundicha

0

Puri: With all the divine power in force the Rituals and Nitis of the Annual Rath Jatra completed much before the scheduled time and in a very high charged spiritual atmosphere, which never happened in the recent past. It seems that Lord Jagannath and His siblings Lord Balabhadra and Devi Subhadra were in a hurry to reach Shree Gundicha Temple...

CM Lays Corner Stone For Cancer Care Facilties

0

Bhubaneswar: Chief Minister Naveen Patnaik  laid the foundation for two state-of-the-art cancer care institutions at Infovalley in Bhubaneswar. One is Bagchi-Sri Shankar Cancer Hospital & Research Centre and the another is Bagchi-Karunashraya Palliative Care Centre. Odisha Skill Development Authority Chairman Subrato Bagchi and wife Sushmita Bagchi have donated Rs 340 Crore for these two global standard cancer-care institutions.  While Sri Shankar...

ବିଜେଡ଼ି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ପବିତ୍ର ରଥଯାତ୍ରାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନୂତନ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବର୍ତ୍ତମାନ ଥିବା ଦଳର ରାଜ୍ୟ କାର୍ଯ୍ୟାଳୟ ପରିସରକୁ ଲାଗି ଏହି ନୂତନ ସୌଧ ନିର୍ମାଣ କରାଯିବ । ଏହି କାର୍ଯ୍ୟାଳୟରେ ଓଡ଼ିଶାବାସୀଙ୍କ ସେବା ପାଇଁ ବିଭିନ୍ନ ଶାଖା କାର୍ଯ୍ୟକ୍ଷମ ହେବା ସହିତ ରକ୍ତଦାନ ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଚାଲୁ ରହିବ । ଏହା କେବଳ ଦଳୀୟ କାର୍ଯ୍ୟାଳୟ ହେବ ନାହିଁ, ବରଂ ଏହା ଓଡ଼ିଶାର...

ଦୁଇ ହଜାର ତଳେ କରୋନା

0

ଭୁବନେଶ୍ୱର : ଦୁଇ ମାସ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ହଜାର ତଳକୁ ଖସିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯୯୩ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ଭାବେ ଦର୍ଶାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ମୋଟ୍‍ ୯,୪୧,୭୪୫ରେ ପହଞ୍ଚିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୩୩୨ଜଣ ଥିବାବେଳେ କଟକରୁ ୨୯୭, ବାଲେଶ୍ୱରରୁ ୧୮୧, ପୁରୀରୁ ୧୪୪, ଯାଜପୁରରୁ ୧୪୧, ମୟୁରଭଞ୍ଜରୁ ୧୧୦ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ନୂଆ...