Home Covid ଦୁଇ ହଜାର ତଳେ କରୋନା

ଦୁଇ ହଜାର ତଳେ କରୋନା

ଭୁବନେଶ୍ୱର : ଦୁଇ ମାସ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ହଜାର ତଳକୁ ଖସିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯୯୩ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ଭାବେ ଦର୍ଶାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ମୋଟ୍‍ ୯,୪୧,୭୪୫ରେ ପହଞ୍ଚିଛି ।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୩୩୨ଜଣ ଥିବାବେଳେ କଟକରୁ ୨୯୭, ବାଲେଶ୍ୱରରୁ ୧୮୧, ପୁରୀରୁ ୧୪୪, ଯାଜପୁରରୁ ୧୪୧, ମୟୁରଭଞ୍ଜରୁ ୧୧୦ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ତଳେ ରହିଛି ।

ତେବେ ସବୁଠାରୁ କମ୍‍ ମାତ୍ର ୫ଜଣ କରି ଗଜପତି ଓ ଦେବଗଡ ଜିଲ୍ଲାରେ ଚିହ୍ନଟ ହୋଇଥିବାବେଳେ ନୂଆପଡାରୁ ୬, କଳାହାଣ୍ଡିରେ ୮ ଓ ଝାରସୁଗୁଡାରେ ୧୦ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଉପରେ ରହିଛି ।

ସେହିଭଳି ରାଜ୍ୟରେ ଆଉ ୬୩ଜଣ କରୋନାରେ ପ୍ରାଣ ହରାଇବାପରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୪୬୬୨ରେ ପହଞ୍ଚିଛି । ନୂଆ ମୃତକଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୧୩ଜଣ ଥିବାବେଳେ ବରଗଡରୁ ୭ଜଣ, ମୟୁରଭଞ୍ଜରୁ ୬ଜଣ, ଗଞ୍ଜାମ ଓ ପୁରୀରୁ ୫ଜଣ କରି, ଢେଙ୍କାନାଳ ଓ କେନ୍ଦ୍ରାପଡାରୁ ୪ଜଣ କରି, ନୟାଗଡ, ଯାଜପୁର ଓ ବୌଦରୁ ୩ଜଣ କରି, ବାଲେଶ୍ୱର, ଜଗତ୍‍ସିଂହପୁର ଓ କେନ୍ଦୁଝରରୁ ୨ଜଣ କରି ଏବଂ କନ୍ଧମାଳ, ବଲାଙ୍ଗିର, ଗଜପତି ଓ ଅନୁଗୁଳରୁ ଜଣେ କରି ପ୍ରାଣ ହରାଇଛନ୍ତି ।

ନୂଆ ସଂକ୍ରମିତଙ୍କ ତୁଳନାରେ ସୁସ୍ଥହାର ଅଧିକ ରହୁଥିବାରୁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୪,୫୬୭ ରେ ପହଞ୍ଚିଛି । ସେହିଭଳି ରାଜ୍ୟାରେ ଆଜି ସୁଦ୍ଧା ୧,୪୬,୪୧,୨୪୧ ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୬.୪୫ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋରଧା ଓ କଟକ ଜିଲ୍ଲା ଏବେ ବି ରେଡ୍‍ ଜୋନରେ ରହିଛି ।