Home News in Odia ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ ଓଡିଶା ବନ୍ଦ

ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ ଓଡିଶା ବନ୍ଦ

ଭୁବନେଶ୍ୱର :  ଆଗାମୀ ୭ ଦିନ ମଧ୍ୟରେ ଜଶ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ନଦେଲେ କଂଗ୍ରେସ ଓଡିଶା ବନ୍ଦ କରିବ l ଆଜି ସାମ୍ବାଦିକ ମାନଙ୍କୁ ଏହି ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ।

୧୯୪୨ ଆନ୍ଦୋଳନ ପରେ ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ଭାରତରେ ଛାତ୍ରଙ୍କ ଆନ୍ଦୋଳନ ଏକ ବିଶାଳ ଜନ ଆନ୍ଦୋଳନରେ ପରିବର୍ତ୍ତନ ହେଲାଣି l ଛାତ୍ରଙ୍କ ଭବିଷ୍ୟତ ସହିତ କୌଣସି ପ୍ରକାର ସାଲିସ କରାଯିବ ନାହିଁ ଏବଂ ଛାତ୍ରଙ୍କ ପ୍ରତ୍ୟେକ କାର୍ଯ୍ୟରେ ସହାୟତା ପାଇଁ ରାହୁଳ ଗାନ୍ଧୀଙ୍କ ଆହ୍ୱାନ କଂଗ୍ରେସ ରାଜ୍ୟର କୋଣ ଅନୁକୋଣରେ ଲାଗୁ କରିବ l ଓଡ଼ିଶାରେ ଜେନ ଜୀଙ୍କ ଆନ୍ଦୋଳନକୁ କଂଗ୍ରେସର ସମସ୍ତ ପ୍ରକାର ସମର୍ଥନ ଓ ସହଯୋଗ ରହିବ ବୋଲି ଶ୍ରୀ ଦାସ କହିଛନ୍ତି l

ସେ ଆହୁରି କହିଛନ୍ତି ଯେ, ଜେନ ଜୀ ଆନ୍ଦୋଳନ ପରେ ବିଜେପିର ଓଲଟା ଗଣତି ଆରମ୍ଭ ହୋଇଯାଇଛି l କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଲା ପରେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦେବାରେ ଅସୁବିଧା କଣ ବୋଲି ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି l