ଭୁବନେଶ୍ୱର : ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆନୂକୁଲ୍ୟରେ ଆୟୋଜିତ “ନୂଆ ଓ” ସଂପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମୀକ୍ଷା କରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ ଆଭାଷି ମାଧ୍ୟମରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳର କର୍ମକର୍ତା ଓ ଛାତ୍ରଛାତ୍ରୀମାନଙ୍କ ସହିତ ନୂଆ ଓ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରି ଛାତ୍ରଛାତ୍ରୀ , ଯୁବଗୋଷ୍ଠୀ ଉପରେ ଏହାର ପ୍ରଭାବ ସଂପର୍କରେ ପଚାରି ବୁଝିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଉପରେ ଏହାର ପ୍ରଭାବ ସୁଦୁର ପ୍ରସାରୀ । ସେମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ବିକାଶ ଦିଗରେ ଏହା ବିଶେଷ ସହାୟକ ହୋଇଥିବା ବେଳେ ସେମାନଙ୍କ ପ୍ରତିଭାର ପ୍ରଦର୍ଶନ ପାଇଁ ଏକ ବଳିଷ୍ଠ ମଂଚ ପାଇ ପାରିଛନ୍ତି ବୋଲି କହିଛନ୍ତି ।
ବର୍ତମାନପାଇଁ ନୂଆ ଓ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡା , ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପର୍ଯ୍ୟାୟ ସମାପ୍ତ ହୋଇଥିବା ବେଳେ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିବାକୁ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି । ସେହିପରି ନୂଆ ଓ କାର୍ଯ୍ୟକ୍ରମ ମାଧ୍ୟମରେ ସେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି ।
ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ରାଜ୍ୟର ୭୦ ରୁ ୮୦% ଉଚ୍ଚ ଶିକ୍ଷା ଛାତ୍ରଛାତ୍ରୀ ସରକାରଙ୍କ ଏହି ପ୍ରୟାସକୁ ସ୍ୱାଗତ କରିଛନ୍ତି। ଏହାଦ୍ୱାରା ଛତ୍ରଛାତ୍ରୀଙ୍କ ମଧ୍ୟରେ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆସିଛି। ଯାହାକି ନୂଆ ଓ ର ଉଦେଶ୍ୟ ଥିବା ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ନୂଆ ଓ କୁ ୩ ଟି ଭାଗରେ, କ୍ରୀଡା, ସାଂସ୍କୃତିକ ଓ ସମାଜ ସେବା ରେ ବିଭକ୍ତ କରାଯାଇ ପିଲାଙ୍କ ମଧ୍ୟରେ ପତାତିଯୋଗୀତାର ଆୟୋଜନ କରାଯାଇଛି। ଯାହାକି ଗାଁ ଗହଳିରେ ପଢ଼ୁଥିବା ଛାତ୍ର ଛାତ୍ରୀ ମଧ୍ୟ ନିଜ ପ୍ରତିଭାକୁ ସାମନାକୁ ଆଣିବା ପାଇଁ ପ୍ଲାଟଫର୍ମ ପାଇଛନ୍ତି। ସେମାନେ ତାଙ୍କ ପ୍ରତିଭା କୁ ଜାଣି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ପାଇ ଥିବା ମନ୍ତ୍ରୀ କହିଛନ୍ତି।
ସ୍ପୋର୍ଟସ ଆକ୍ଟିଭିଟିରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ହୋଇଛି । ସେହିଭଳି ସାଂସ୍କୃତିକ, ସାହିତ୍ୟ ସଂସ୍କୃତି ଭିତ୍ତିକ ପ୍ରତିଯୋଗିତା ମଧ୍ୟ ହୋଇଛି। କଲେଜ ସାଙ୍ଗକୁ ଇଣ୍ଟର ୟୁନିଭରସିଟି ପ୍ରତିଯୋଗିତା ହୋଇଥିଲା । ସମାଜସେବା କ୍ଷେତ୍ରରେ କିଭଳି ପିଲାମାନେ ନିଜକୁ ସାମିଲ କରିବେ ସେଥିପାଇଁ ବିଭିନ୍ନ ଟେକନିକାଲ ଓ ମେଡିକାଲ କଲେଜ ପିଲା ରକ୍ତ ଦାନ କରିବା ସହ ବେଳାଭୂମି ସଫେଇ କାର୍ଯକ୍ରମରେ ସ୍ବତ ଇଛା ଭାଗ ନେଇଥିଲେ। କେବଳ ଲିଟେରାରୀ ପ୍ରତିଯୋଗିତାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୬୮୭ ଅନୁଷ୍ଠାନ ଯୋଡି ହୋଇଥିଲେ।
ସ୍ପୋର୍ଟସରେ ୮୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଛନ୍ତି । ସଂସ୍କୃତି ପ୍ରତିଯୋଗିତାରେ ମ୍ୟୁଜିକ, ଡ୍ୟାନ୍ସ ଭଳି ପ୍ରତିଯୋଗିତାରେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୋଡି ହୋଇଥିଲେ । ସେହିଭଳି ସମାଜ ସେବା କ୍ଷେତ୍ରରେ ରକ୍ତଦାନ ଶିବିର, ନଦୀପଠା, ସମୁଦ୍ର କୁଳ ସଫେଇ ହୋଇଯାଇଛି । ବିଭିନ୍ନ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବିଶେଷ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ଏଥିରେ ସାମିଲ ହୋଇଥିଲେ । ନୂଆ ଓ ଚୂଡାନ୍ତ ପରୟ୍ୟାଟସୟରେ ପହଞ୍ଚିଛି । ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପୁରସ୍କାର ମିଳିବା ଦ୍ୱାରା ଲୁକ୍କାୟିତ କଳା ଓ ପ୍ରତିଭା ଆଗକୁ ଆଣିବାକୁ ସହାୟକ ହୋଇଛି। ବର୍ତ୍ତମାନ ରାଜ୍ୟରେ ଯୁବ କ୍ରୀଡା ପ୍ରତିଯୋଗିତା ଚାଲିଛି । ୨୦ ରୁ ଅଧିକ ଛାତ୍ରଛାତ୍ରୀ ଭାଷା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟେଜ ସେୟାର କରିଛନ୍ତି । ଏହି ଉଦ୍ୟମକୁ ଛତ୍ରଛାତ୍ରୀ ସ୍ୱାଗତ କରିଥିବା ସ୍ପଷ୍ଟ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି lବିଭାଗୀୟ ସଚିବ ଅରବିନ୍ଦ ଅଗ୍ରୱାଲ ନୂଆ ଓ ସମ୍ପର୍କିତ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ l ବିଭାଗୀୟ ସ୍ଵତନ୍ତ୍ର ସଚିବଙ୍କ , ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ l