Home Environment ଜଳାଶୟ ପୁନରୁଦ୍ଧାର ପାଇଁ ୧.୮୫ କୋଟି

ଜଳାଶୟ ପୁନରୁଦ୍ଧାର ପାଇଁ ୧.୮୫ କୋଟି

ଭୁବନେଶ୍ଵର : ସହର ମଧ୍ୟରେ ଅବସ୍ଥିତ  ଜଳାଶୟ  ଗୁଡିକ ଆମ ଜୈବ ପରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି। ତେଣୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏସବୁର ଦୀର୍ଘସ୍ଥାୟୀ ପ୍ରାକୃତିକ ପୁନଃ ନିର୍ମାଣ ନିମନ୍ତେ ଉଦ୍ୟମ ତ୍ଵରାନ୍ଵିତ  କରାଯାଇଛି ।

ଏହି ପଦକ୍ଷେପର ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ଵର ମହାନଗର ନିଗମର ୱାର୍ଡ଼ ନଂ ୩୬ ଅନ୍ତର୍ଗତ ନିକୋ ପାର୍କ ସଂଲଗ୍ନ ହ୍ରଦ ତଥା ଡ୍ରେନ୍ ନଂ ୧୦ର ପୁନରୁଦ୍ଧାର ତଥା ନବୀକରଣ ପାଇଁ ୧ କୋଟି ୮୫ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ‘ମୁକ୍ତା’ ଜରିଆରେ ଏହି କାର୍ଯ୍ୟକ୍ରମ   ୱାର୍ଡ଼ ନଂ ୨୮,୩୫ ଓ ୩୬ ଅନ୍ତର୍ଗତ ୧୬ଟି ମିଶନ୍ ଶକ୍ତି ଗୋଷ୍ଠୀ ଦ୍ୱାରା ହାତକୁ ନିଆଯିବ।

ସହରାଞ୍ଚଳ ସୁଶାସନ ବ୍ୟବସ୍ଥାରେ ଗୋଷ୍ଠୀ ସହଭାଗିତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଶ୍ୱସନୀୟ ପୃଷ୍ଠଭୂମି ବିକଶିତ କରାଯାଇଛି ଯାହା ଫଳରେ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପର ସଫଳ ରୂପାୟନରେ  ଗୋଷ୍ଠୀ ସମୂହର ସକ୍ରିୟ ସହଯୋଗ ମିଳିପାରିବ ଜଳାଶୟ ମାନଙ୍କର ଦୀର୍ଘସ୍ଥାୟୀ ପରିଚାଳନା ପରିକଳ୍ପେ ନିଆଯାଉଥିବା ଏହି ପଦକ୍ଷେପରେ ଗୋଷ୍ଠୀ ସହଭାଗିତା ଓ ସ୍ଵ-ସମର୍ଥିତ ବ୍ୟବସ୍ଥା ବିକାଶ ଉପରେ ଧ୍ୟାନକେନ୍ଦ୍ରିତ ହେବ।

ଏହି ଉଦ୍ଦେଶ୍ୟରେ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ସଭାଗୃହରେ ଏକ ପ୍ରଶିକ୍ଷଣ କର୍ମଶାଳା ଆୟୋଜନ କରାଯାଇଥିଲା ଯେଉଁଥିରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାତିଭାତନନ୍,ଖୁବ୍ ଶୀଘ୍ର ଏହି ପଦକ୍ଷେପ ରାଜ୍ୟର ଅନ୍ୟାନ୍ୟ ମହାନଗର ଓ ସହର ମାନଙ୍କୁ ସଂପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲିକହିଥିଲେ । ଜାଗା ମିଶନ୍, ଶୌଚାଳୟ ବର୍ଜ୍ୟ ପରିଚାଳନା ଓ ମୁକ୍ତା ଆଦି ଗୋଷ୍ଠୀ ଦ୍ଵାରା ସଂଚାଳିତ ଯୋଜନା ପ୍ରଣୟନ ନିମନ୍ତେ ସ୍ୱୀକୃତି ଲାଭ କରିଥିବା ଓଡ଼ିଶା ସରକାରଙ୍କ ନିମନ୍ତେଜଳାଶୟ ପୁନରୁଦ୍ଧାର ଓ ନବୀକରଣ ପ୍ରକଳ୍ପ ଏକ ବିଶ୍ୱସ୍ତରୀୟ ପଦକ୍ଷେପର ମାନ୍ୟତା ପାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ।

 ଭୁବନେଶ୍ଵର ମହାନଗର ନିଗମର ମେୟର୍ ସୁଲୋଚନା ଦାସ ଏହି ଅବସରରେ କହିଥିଲେ ଯେ ସାମ୍ପ୍ରତିକ ଉନ୍ନୟନ ମୂଳକ ଯୋଜନାର ରୂପାୟନରେ ମିଶନ୍ ଶକ୍ତି ଗୋଷ୍ଠୀ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି ତେଣୁ ଏହି ଗୋଷ୍ଠୀଙ୍କୁ ବି.ଏମ୍.ସିପକ୍ଷରୁ ସମସ୍ତ ସହାୟତାଯୋଗାଇ ଦିଆଯିବ ବୋଲି ସେ କହିଥିଲେ।ବି.ଏମ୍.ସି କମିଶନର୍ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଏହି ଅଭିନବ ପ୍ରକଳ୍ପ ନିର୍ମାଣ ଦ୍ୱାରାଭୁବନେଶ୍ଵର ମହାନଗର ନିଗମ ଅନ୍ୟାନ୍ୟ ପୌର ସଂସ୍ଥା ମାନଙ୍କ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିବ ବୋଲି ମତ ପ୍ରକାଶ କରିଥିଲେ।

କର୍ମଶାଳାର ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ ବିଭାଗୀୟ ଯୁଗ୍ମ ଶାସନ ସଚିବ ତଥା ସୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୭୦୦ କୋଟି ଟଙ୍କା ବ୍ୟୟ ବରାଦରେ ସହରାଞ୍ଚଳ ବିକାଶ ସହିତ  ମହିଳା ସଶକ୍ତୀକରଣ ଓ ଗୋଷ୍ଠୀ ସହଭାଗିତାର ଲକ୍ଷ୍ୟ ପୂରଣ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ବି.ଏମ୍.ସିଡେପୁଟି ମେୟର୍ଶ୍ରୀମତୀ ମଞ୍ଜୁଲତା କହଁର ,ଚୟନ କରାଯାଇଥିବା ମିଶନ୍ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ, ସମ୍ପୃକ୍ତ ୱାର୍ଡ଼ ସମୂହର କର୍ପୋରେଟର୍, ଭୁବନେଶ୍ଵର ମହାନଗର ନିଗମର ନୋଡାଲ୍ ଯନ୍ତ୍ରୀ, ଗୋଷ୍ଠୀ ସଂଗଠକ, କ୍ଷେତ୍ରୀୟ ଗୋଷ୍ଠୀ ସଂଗଠକ, ୱାର୍ଡ଼ ଅଫିସର୍ ତଥା ସମ୍ପୃକ୍ତ ଅଞ୍ଚଳର ସିଟି ମିଶନ୍ ମ୍ୟାନେଜର୍ ମାନେ ଅଂଶଗ୍ରହଣ କରିଥିଲେ।