Home Mining ଖଣିଜ ବିକାଶ ପାଇଁ ଓଡ଼ିଶାକୁ ପ୍ରଥମ ପୁରସ୍କାର

ଖଣିଜ ବିକାଶ ପାଇଁ ଓଡ଼ିଶାକୁ ପ୍ରଥମ ପୁରସ୍କାର

ଭୁବନେଶ୍ୱର : ଖଣିଜ ପଦାର୍ଥ ଉତ୍ତୋଳନ, ନିଲାମ ଓ ପରିଚାଳନାରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ଓଡ଼ିଶା ରାଜ୍ୟ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପ୍ରଦାନରେ ପ୍ରଥମ ପୁରସ୍କାର ଲାଭ କରିଛି l ଏ ବାବଦକୁ ରାଜ୍ୟ ୩ କୋଟି ଟଙ୍କାର ପ୍ରଥମ ପ୍ରାଇଜ ଗ୍ରହଣ କରିଛି l

ଓଡିଶା ରାଜ୍ୟ ମାଇନ୍ସ ଏବଂ ମିନେରାଲ ଡେଭେଲପମେଣ୍ଟ ଆଣ୍ଡ ରେଗୁଲେସନ ଅଧିନିୟମ-୨୦୧୫ ଲାଗୁ ପରେ ଖଣିଜ ଆବଶ୍ଚନ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆସିଛି l ଓଡିଶା ୨୦୧୫- ୧୬ ବର୍ଷ ଠାରୁ ଖଣିଜ ବ୍ଳକଗୁଡିକର ନିଲାମ ପ୍ରକ୍ରିୟା ସ୍ୱଚ୍ଛତା ଓ ସଫଳତାର ସହ ପରିଚାଳନା କରିଆସୁଛି l ରାଜ୍ୟ ସରକାରଙ୍କ ଉପରୋକ୍ତ ସଫଳତା ସହ ଅନ୍ୟାନ୍ୟ ଖଣିଜ ବ୍ଲକ ଗୁଡ଼ିକର ନିଲାମ ନିମନ୍ତେ ଦ୍ଵିତୀୟ ପୁରସ୍କାର ବାବଦକୁ ରାଜ୍ୟ ୨କୋଟି ଟଙ୍କାର ପୁରସ୍କାର ଲାଭ କରିଛି l

ଗତ ମଙ୍ଗଳବାର ନୂଆଦିଲ୍ଲୀଠାରେ ଆୟୋଜିତ ୬ଷ୍ଠ ଜାତୀୟ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଓ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ଆୟୋଜିତ ଉତ୍ସବରେ ଓଡିଶାର ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏପରି ଗୌରବଜ୍ୱଳ ପୁରସ୍କାର ଗ୍ରହଣ କରିଥିଲେ l

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ମଲ୍ଲିକ ଓଡ଼ିଶା ସରକାରଙ୍କ ଦ୍ଵାରା ଖଣିଜ କ୍ଷେତ୍ରରେ ୫ଟି ପ୍ରୟୋଗ ସହ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ଓ ଖଣିଜ କ୍ଷେତ୍ରରେ ଓଡ଼ିଶାର ସଫଳତା ସଂପର୍କରେ ସବିସ୍ତୃତ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ କି, କୋଭିଡ ୧୯ ର ପରାଭବ ସତ୍ତ୍ୱେ ଓଡିଶା ଖଣିଜ ଉତ୍ପାଦନ, ପରିବହନ, ଖଣିଜ ରାଜସ୍ଵ ସଂଗ୍ରହ, ଖଣିଜ ବ୍ଲକଗୁଡ଼ିକର ଭୂତତ୍ତ୍ଵଭିତ୍ତିକ ଉତ୍ତୋଳନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିପାରିଛି  ଏବଂ ଦେଶରେ ଲୁହା ପଥର ଆବଶ୍ୟକତାର ୫୦ ପ୍ରତିଶତ ଓଡିଶା ପୂରଣ କରୁଛି l