Home General ହର ଘର ତ୍ରିରଙ୍ଗା ଆନ୍ଦୋଳନ ପାଇଁ ଆହ୍ୱାନ

ହର ଘର ତ୍ରିରଙ୍ଗା ଆନ୍ଦୋଳନ ପାଇଁ ଆହ୍ୱାନ

ଭୁବନେଶ୍ୱର : ହର ଘର ତ୍ରିରଙ୍ଗା ଆନ୍ଦୋଳନକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ସ୍ୱାଧୀନ ଭାରତର ପତାକା ପାଇଁ ସ୍ୱପ୍ନ ଦେଖିଥିବା ବ୍ୟକ୍ତିମାନଙ୍କ ଅଦମ୍ୟ ସାହସ ଓ ପ୍ରୟାସକୁ ସ୍ମରଣ କରିଛନ୍ତି ।

ଆମ ତିରଙ୍ଗା ସହିତ ଜଡିତ କମିଟି ଓ ପଣ୍ଡିତ ନେହରୁ ଉତ୍ତୋଳନ କରିଥିବା ପ୍ରଥମ ତ୍ରିରଙ୍ଗା ସମ୍ପର୍କରେ ସେ କିଛି ମଜାଦାର କଥା ମଧ୍ୟ ଜଣାଇଛନ୍ତି । ଆମ ଇତିହାସରେ ଜୁଲାଇ ୨୨ର ସ୍ୱତନ୍ତ୍ର ତାତ୍ପର୍ଯ୍ୟ ରହିଛି କାରଣ, ୧୯୪୭ର ଆଜିର ଦିନରେ ଆମେ ଜାତୀୟ ପତାକା ଆପଣାଇଥିଲୁ ବୋଲି ସେ କହିଛନ୍ତି ।

 “ଚଳିତ ବର୍ଷ ଆମେ ଯେତେବେଳେ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରୁଛୁ, ଆସନ୍ତୁ ହର ଘର ତ୍ରିରଙ୍ଗା ଆନ୍ଦୋଳନକୁ ମଜବୁତ କରିବା । ଅଗଷ୍ଟ ୧୩ ଓ ୧୫ ମଧ୍ୟରେ ନିଜ ଘରେ ତିରଙ୍ଗା ଉତ୍ତୋଳନ କରନ୍ତୁ ବା ପ୍ରଦର୍ଶିତ କରନ୍ତୁ । ଏହି ଆନ୍ଦୋଳନ ଜାତୀୟ ପତାକା ସହ ଆମ ସମ୍ପର୍କକୁ ମଜବୁତ କରିବ ।”

“ଆଜିର ଦିନ, ଜୁଲାଇ ୨୨ର ଆମ ଇତିହାସରେ ସ୍ୱତନ୍ତ୍ର ତାତ୍ପର୍ଯ୍ୟ ରହିଛି । ୧୯୪୭ର ଆଜିର ଦିନରେ ଆମେ ଜାତୀୟ ପତାକା ଆପଣାଇଥିଲୁ । ଆମ ତ୍ରିରଙ୍ଗା ସହିତ ଜଡିତ କମିଟି ଓ ପଣ୍ଡିତ ନେହରୁ ଉତ୍ତୋଳନ କରିଥିବା ପ୍ରଥମ ତ୍ରିରଙ୍ଗା ସମ୍ପର୍କରେ କିଛି ମଜାଦାର କଥା ଶେୟାର କରୁଛି ।”

“ଆଜି ଆମେ ଔପନିବେଶିକ ଶାସନ ବିରୋଧରେ ଲଢେଇ ବେଳେ ସ୍ୱାଧୀନ ଭାରତର ପତାକା ପାଇଁ ସ୍ୱପ୍ନ ଦେଖିଥିବା ବ୍ୟକ୍ତିମାନଙ୍କର ଅଦମ୍ୟ ସାହସ ଓ ପ୍ରୟାସକୁ ସ୍ମରଣ କରିବା । ସେମାନଙ୍କ କଳ୍ପନା ପୂରଣ କରିବା ସହ ସ୍ୱପ୍ନର ଭାରତ ଗଢିବାକୁ ନିଜ ପ୍ରତିବଦ୍ଧତାକୁ ଦୋହରାଇବା ।”