Home Environment ବେଆଇନ୍‍ କରତକଳ ମାମଲା ୩୮୭

ବେଆଇନ୍‍ କରତକଳ ମାମଲା ୩୮୭

ଭୁବନେଶ୍ୱର : ରାଜ୍ୟରେ ଯେତିକି ସରକାରୀ ଅନୁମତିପ୍ରାପ୍ତ କରତକଳ ରହିଛି ଗତ ୫ବର୍ଷ ମଧ୍ୟରେ ତାହାର ଦୁଇ ଗୁଣରୁ ଅଧିକ ବେଆଇନ୍‍ କରତକଳ ମାମଲା ରୁଜୁ ହେଲାଣି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟରେ ଏବେ ୧୫୪ଟି ଅନୁମତିପ୍ରାପ୍ତ କରତ କଳ ରହିଛି । ଏଥିରୁ ସର୍ବାଧିକ ୭୩ଟି କଟକ, ଜଗତ୍‍ସିଂହପୁର, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ରହିଛି । ଖୋରଧାୋର ୧୪ଟି କରତକଳ ଥିବାବେଳେ ରାଉରକେଲାରେ ୧୦ଟି, ବାଲେଶ୍ୱର ୮ଟି, ଭଦ୍ରକ ଓ ଢେଙ୍କାନାଳରେ ୭ଟିକରି, କେନ୍ଦୁଝରରେ ୪ଟି ରହିଛି ।

ସେହିଭଳି ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ଥିବା ୩୮୭ଟି ବେଆଇନ୍‍ କରତକଳ ମାମଲା ରୁଜୁ ହେହାଇଛି । ଏହା ମଧ୍ୟରୁ ସର୍ବାଧିକ ୧୨୧ଟି ମାମଲା ବାଲେଶ୍ୱରରେ ଥିବାବେଳେ ପୁରୀ ବନ୍ୟପ୍ରାଣୀ ଡିଭିଜନରେ ୫୩ଟି, ଖୋରଧାରେ ୩୨, ବରଗଡ ଓ ସମ୍ବଲପୁରରେ ୩୧ଟି କରି, ବ୍ରହ୍ମପୁରରେ ୨୮, ଖୋରଧା ସିଟି ଫରେଷ୍ଟରେ ୨୨ଟି ବେଆଇନ୍‍ କରତକଳ ମାମଲା ରହିଛି ।

ତେବେ ସରକାରୀ ଅନୁମତିପ୍ରାପ୍ତ କରତକଳଗୁଡିକରେ ରକ୍ତ ଚନ୍ଦ ଓ ଚନ୍ଦନ ବ୍ୟତୀତ ପ୍ରାୟ ଅନ୍ୟ ସମସ୍ତ କିସମର ଗଛ କାଟିବାପାଇଁ ସାଧାରଣ ଭାବେ ଅନୁମତି ପ୍ରଦାନ ଦିଆଯାଇଛି । ଏଥି ମଧ୍ୟରେ ଶାଗୁଆନ, ଅକାଶିଆ, ପିଆଶାଳ, ଆମ୍ବ, ଚାକୁଣ୍ଡା, ଶାଳ, ଗମ୍ଭାରୀ, ଶିରିଶ, ଫାସି, କୁରୁମ, ମହୁଲ, କେନ୍ଦୁ ଆଦି ଗଛ ରହିଛି ।