Home General ବିଶାଳ ଦେବ ସମ୍ମାନିତ

ବିଶାଳ ଦେବ ସମ୍ମାନିତ

ଭୁବନେଶ୍ୱର : ୧୯୯୬ ବ୍ୟାଚ୍‍ର ବରିଷ୍ଠ ଆଇ.ଏ.ଏସ୍ ଅଫିସର୍ ବିଶାଳ ଦେବଙ୍କୁ ମିଳିଛି ଭାରତ ସରକାରଙ୍କ ସମ୍ମାନଜନକ ରୌପ୍ୟ ପଦକ ଏବଂ ପ୍ରଶଂସାପତ୍ର । ଗତ ଜନଗଣନା ସମୟରେ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଦୃଷ୍ଟାନ୍ତମୂଳକ ସେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଜନଗଣନା ସମୟରେ ଶ୍ରୀ ଦେବ ବିଏମସି କମିଶନର ଥିବାବେଳେ ବିଜ୍ଞାନସମ୍ମତ ଭାବେ ନିୟମାନୁବର୍ତୀ ହୋଇ ସମୟସୀମା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମାଂଚଳର ପ୍ରତ୍ୟେକ ସ୍ତରରେ ଜନଗଣନାର ସୁପରି•ଳନା କରିଥିଲେ । ବର୍ତ୍ତମାନ ଶ୍ରୀ ଦେବ କ୍ରୀଡା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ସହିତ ଅତିରିକ୍ତ ଭାବେ ପର୍ଯ୍ୟଟନ ବିଭାଗର ଦାୟିତ୍ୱ ତୁଲାଉଛନ୍ତି ।

ଆଜି ଅପରାହ୍ନରେ ବିଏମସିର ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ ଏବଂ ଡ଼େପୁଟି କମିଶନର ଶ୍ୟାମ ସୁନ୍ଦର ସେଠୀ ସ୍ଥାନୀୟ ପର୍ଯ୍ୟଟନ ବିଭାଗ କାର୍ଯ୍ୟାଳୟକୁ ଯାଇ ଔପ•ରିକତା ପୂର୍ବକ ପଦକ ପିନ୍ଧାଇବା ସହିତ ପ୍ରଶଂସାପତ୍ର ଅର୍ପଣ କରିଛନ୍ତି ।

ଭାରତ ସରକାରଙ୍କ ତରଫରୁ ଏହି ପ୍ରଶଂସା ଜନଗଣନାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଥିବା ଅଧିକାରୀଙ୍କୁ ମିଳିଥାଏ । ଭୁବନେଶ୍ୱର ମହାନଗର ନିଗମର କମିଶନର ଥିବାବେଳେ ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଥିବାରୁ ଭାରତ ସରକାରଙ୍କର ଘରୋଇ ବ୍ୟାପାର ମନ୍ତ୍ରାଳୟ ଏହି ସମ୍ମାନ ଏବଂ ପ୍ରଶଂସାପତ୍ର ଦେଇଛନ୍ତି ।