ଭୁବନେଶ୍ବର : ଆଜି ସନ୍ଧ୍ୟାରେ ରାଜ୍ୟ ତଥା ଦେଶର ସୁନାମଧନ୍ୟ ହୃଦରୋଗ ବିଶେଷଜ୍ଞ ଡାଃ. ଯଦୁନାଥ ପ୍ରସାଦ ଦାସ ଏକ ଘରୋଇ ହସ୍ପିଟାଲରେ ଇହଲୀଳା ସମ୍ବରଣ କରିଛନ୍ତି।
ମୃତ୍ୟୁ ସମୟରେ ୯୦ ବର୍ଷ ବୟସ ହୋଇଥିଲା। ସେ ଏକାଧାରରେ ଜଣେ ଚିକିତ୍ସାବିଜ୍ଞାନୀ ସହିତ ଜଣେ କଳାର ଉପାସକ ଥିଲେ। ଅପର ପକ୍ଷରେ ସେ ଜଣେ ଯଶସ୍ଵୀ ଚିତ୍ରଶିଳ୍ପୀ ଥିଲେ।
ଶେଷ ସମୟରେ ତାଙ୍କ ପାଖରେ ତାଙ୍କ ଧର୍ମ ପତ୍ନୀ ସମାଜସେବୀ ଶ୍ରୀମତୀ ଗାୟତ୍ରୀ ଦାସ, ସୁପୁତ୍ର ଡାଃ. ଦେବବ୍ରତ ଦାସ, ପୁତ୍ରବଧୂ ବିଦ୍ୟା ଦାସ, ନାତୁଣୀ ଈଶାନୀ ଦାସଙ୍କ ସହିତ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।