Home Health ଟୀକା ନେଲେ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍

ଟୀକା ନେଲେ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍

‌ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି କରୋନା ଟୀକାର ପ୍ରଥମ ଡୋଜ୍‌ ନେଇଛନ୍ତି । କ୍ୟାପିଟାଲ ହସ୍ପିଟାଲ କରୋନା ଟୀକାକରଣ କେନ୍ଦ୍ରକୁ ଶ୍ରୀ ମହାପାତ୍ର ଆଜି ସକାଳୁ ଯାଇ ଟୀକା ନେଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଥମ ବରିଷ୍ଠ ଅଧିକାରୀ ଭାବେ ଶ୍ରୀ ମହାପାତ୍ର ଆଜି ଟୀକା ନେଇଥିବାବେଳେ କରୋନା ଟୀକା ସମ୍ପୂର୍ଣ୍ଣ ନିରାପଦ ବୋଲି ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି ।

ଉଲ୍ଲେଖନୀୟ ଯେ ଭାରତ ସମେତ ଓଡିଶାରେ ଜାନୁଆରୀ ୧୬ ତାରିଖରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୧୬୨ଟି ଟୀକାକରଣ କେନ୍ଦ୍ରରେ ପଞ୍ଜିକୃତ ସ୍ୱାସ୍ଥ୍ୟ ଓ ସଫେଇ କର୍ମଚାରୀଙ୍କୁ ଟୀକାପ୍ରଦାନ କରାଯାଉଛି ।

ରାଜ୍ୟରେ ଭାରତ ବାୟୋଟେକର କୋଭାକ୍ସିନ ଓ ସିରମ ଇନଷ୍ଟଟୁ୍ୟଟର କୋଭିସିଡ୍ଡ ଟୀକା ପ୍ରଦାନ କରାଯାଉଥିବାବେଳେ ଗତ କାଲିସୁଦ୍ଧା ମୋଟ୍‌ ୨ଲକ୍ଷ ୩୪ହଜାର ଟୀକା ନେଇ ସାରିଛନ୍ତି । ତେବେ ରାଜ୍ୟରେ ୩.୩୮ଲକ୍ଷଙ୍କୁ ଟୀକା ଦିଆଯିବାର ଲକ୍ଷ୍ୟ ରହିଛି ।