Home Finance ଆତ୍ମବିଶ୍ୱାସ ବଢାଇଛି ବଜେଟ୍‍

ଆତ୍ମବିଶ୍ୱାସ ବଢାଇଛି ବଜେଟ୍‍

ଭୁବନେଶ୍ୱର : ଅସାଧାରଣ ପରିସ୍ଥିତି ମଧ୍ୟରେ ୨୦୨୧ ବର୍ଷର ବଜେଟ୍ ଉପସ୍ଥାପିତ ହୋଇଥିବାବେଳେ ଏହା ଦେଶବାସୀଙ୍କ ଆତ୍ମବିଶ୍ୱାସ ବଢାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସମଗ୍ର ଦୁନିଆରେ ପ୍ରଭାବ ପକାଇବା ସହିତ ସମଗ୍ର ମାନବ ଜାତିକୁ ଦୋହଲାଇ ଦେଇଛି । ଏହି ପରିସ୍ଥିତି ମଧ୍ୟରେ ଆଜିର ବଜେଟ୍ ଭାରତର ଆତ୍ମବିଶ୍ୱାସକୁ ବଢାଇବା ସହିତ ସମଗ୍ର ଦୁନିଆରେ ମଧ୍ୟ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଯାଉଛି ।

ଆଜିର ବଜେଟରେ ଆତ୍ମନିର୍ଭରତାର ଭିଜନ ସହିତ ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଶ୍ରେଣୀର ଅନ୍ତର୍ଭୂକ୍ତି ରହିଛି । ଏହି ବଜେଟରେ ଆମେ ଯେଉଁ ନୀତିଗୁଡିକ ଆଣିଛୁ ତାହା ହେଉଛି – ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ, ନୂତନ ସମ୍ଭାବନାକୁ ବିସ୍ତାର କରିବା, ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା, ମାନବସମ୍ବଳକୁ ଏବ ନୂଆ ଦିଗ ଦେବା । ଭିତ୍ତିଭୂମି ର୍ନିମାଣ ପାଇଁ ନୂତନ କ୍ଷେତ୍ରର ବିକାଶ କରିବା, ଆଧୁନିକତା ଆଡକୁ ଗତି କରିବା, ନୂତନ ସଂସ୍କାର ଆଣିବା ।

ଏହି ବଜେଟରେ ନିୟମ ଏବଂ ପଦ୍ଧତିକୁ ସରଳ କରି ସାଧାରଣ ଲୋକଙ୍କ ଜୀବନରେ ‘ବଞ୍ଚିବାର ସହଜତା\’ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ବଜେଟ୍ ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ତଥା ଭିତ୍ତିଭୂମି କ୍ଷେତ୍ରରେ ଅନେକ ସକରାତ୍ମକ ପରିବର୍ତ୍ତନ ଆଣିବ । ମୁଁ ଏଥିପାଇଁ ଭାରତର ଅର୍ଥମନ୍ତ୍ରୀ ର୍ନିମଳା ଜୀ ଏବଂ ତାଙ୍କ ସହଯୋଗୀ ମନ୍ତ୍ରୀ ଅନୁରାଗ ଜୀ ଏବଂ ତାଙ୍କ ଦଳକୁ ଅଭିନନ୍ଦନ ଜଣାଉଛି ।

ଏହିପରି ବଜେଟ୍ ଖୁବ୍‍ କ୍ୱଚିତ ଦେଖିବାକୁ ମିଳିଥାଏ ଯେଉଁଥିରେ ପ୍ରଥମ ଦୁଇ ଘଣ୍ଟା ମଧ୍ୟରେ ଏହିପରି ସକରାତ୍ମକ ପ୍ରତିକ୍ରିୟା ଆସିଥାଏ । କରୋନା କାରଣରୁ ବିଶେଷଜ୍ଞମାନେ ଅନୁମାନ କରୁଥିଲେ ଯେ ସରକାର ସାଧାରଣ ନାଗରିକଙ୍କ ଉପରେ ବୋଝ ବଢାଇବେ । କିନ୍ତୁ ଆର୍ଥିକ ସ୍ଥିରତା ପ୍ରତି ନିଜର ଦାୟିôତ୍ୱକୁ ଧ୍ୟାନରେ ରଖି ବଜେଟ୍ ଆକାର ବୃଦ୍ଧି କରିବାକୁ ସରକାର ଜୋର ଦେଇଥିଲେ । ବଜେଟ୍ କିଭଳି ସ୍ୱଚ୍ଛ ହେବ ତାହା ଉପରେ ଆମ ସରକାର ନିରନ୍ତର ଉଦ୍ୟମ କରିଛନ୍ତି । ମୁଁ ଖୁସି ଯେ ଆଜି ଅନେକ ବୁଦ୍ଧିଜୀବୀ ଏହି ବଜେଟର ସ୍ୱଚ୍ଛତାକୁ ପ୍ରଶଂସା କରିଛନ୍ତି ।

ଭାରତ କରୋନା ଯୁଦ୍ଧରେ ପ୍ରତିକ୍ରିୟାଶୀଳ ହେବା ପରିବର୍ତ୍ତେ ସର୍ବଦା ସକ୍ରିୟ ରହିଥିଲା । କରୋନା ସମୟରେ କରାଯାଇଥିବା ସଂସ୍କାର ହେଉ କିମ୍ବା ଏକ ଆତ୍ମର୍ନିଭରଶୀଳ ଭାରତର ସଂକଳ୍ପ । ଏହି ସକ୍ରିୟତା ବୃଦ୍ଧି, ଆଜିର ବଜେଟରେ ପ୍ରତିକ୍ରିୟାଶୀଳତାର କୌଣସି ନାମ ଗନ୍ଧ ନାହିଁ । ଆହୁରି ମଧ୍ୟ, ଆମେ ସକ୍ରିୟ ଉପରେ ଅଟକି ନାହୁଁ ଏବଂ ଏହି ବଜେଟରେ ଏକ ସପକ୍ଷବାଦୀ ବଜେଟ୍ ଦେଇ ଦେଶ ସାମ୍ନାରେ ସପକ୍ଷବାଦୀ ହେବାର ବାର୍ତ୍ତା ମଧ୍ୟ ଦେଇଛୁ । ଏହି ବଜେଟ୍ ବିଶେଷ ଭାବରେ ସେହି ଦିଗଗୁଡିକ ଉପରେ ଧ୍ୟାନ ଦିଆଯାଇଛି ଯାହା ଦ୍ରୁତ ଗତିରେ ଉଭୟ ସୁଖ ଓ ସମ୍ପଦ ବୃଦ୍ଧି ପାଇବ । ଏମଏସଏମଇ ଏବଂ ଭିତ୍ତିଭୂମି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ସେହିଭଳି, ଏହି ବଜେଟ୍ ସ୍ୱାସ୍ଥ୍ୟସେବା ଉପରେ ଯେପରି ଧ୍ୟାନ ଦେଇଛି ତାହା ମଧ୍ୟ ଅଭୂତପୂର୍ବ ଅଟେ । ଏହି ବଜେଟ୍ ଦେଶର ପ୍ରତ୍ୟେକ କ୍ଷେତ୍ରର ବିକାଶ, ଅର୍ଥାତ୍‍ ସାମଗ୍ରିକ ବିକାଶକୁ ଦର୍ଶାଉଛି । ବିଶେଷ ଭାବରେ, ମୋତେ ଖୁସି ଲାଗୁଛି ଯେ ଏହି ବଜେଟ୍ ଦକ୍ଷିଣରେ ଥିବା ଆମର ରାଜ୍ୟ, ପୂର୍ବରେ ଥିବା ଆମର ରାଜ୍ୟ ଏବଂ ଉତ୍ତରରେ ଲେହ ଲଦାଖ ପରି ଅଞ୍ଚଳରେ ବିକାଶ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ଭାରତର ଉପକୂଳବର୍ତ୍ତୀ ରାଜ୍ୟ ଯଥା ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡ଼ିକୁ ଏକ ବ୍ୟବସାୟିକ ହବ୍‍ରେ ପରିଣତ କରିବା ଦିଗରେ ଏହି ବଜେଟ୍ ଏକ ପ୍ରମୁଖ ପଦକ୍ଷେପ । ଆସାମ ପରି ଉତ୍ତର ପୂର୍ବ ରାଜ୍ୟଗୁଡିକର ବିକଶିତ ହୋଇପାରିନଥିବା କ୍ଷେତ୍ରଗୁଡିକୁ ଏହି ବଜେଟ୍ ସହାୟକ ହେବ ।

ଏହି ବଜେଟରେ ଯେଉଁଭଳି ଭାବେ ଗବେଷଣା ଏବଂ ପରିବେଶ ବିଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି, ଯେଉଁ ବ୍ୟବସ୍ଥା କରାଯାଇଛି, ତାହା ଆମ ଯୁବକମାନଙ୍କୁ ଶକ୍ତି ଯୋଗାଇବ, ଭାରତ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅତ୍ୟନ୍ତ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବ ।

ଦେଶର ସାଧାରଣ ଲୋକଙ୍କ ପାଇଁ ଜୀବନକୁ ସହଜ କରିବାକୁ ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୁଷ୍ଟିକର ଖାଦ୍ୟ, ବିଶୁଦ୍ଧ ଜଳ ଏବଂ ସୁଯୋଗର ସମାନତା ଉପରେ ଏହି ବଜେଟରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ବଜେଟରେ ଭିତ୍ତିଭୂମି ପାଇଁ ଖର୍ଚ୍ଚର ଅଭୂତପୂର୍ବ ବୃଦ୍ଧି ସହିତ ଅନେକ ବ୍ୟବସ୍ଥିତ ସଂସ୍କାର କରାଯାଇଛି ଯାହା ଅଭିବୃଦ୍ଧି ତଥା ନିଯୁକ୍ତି ସୃଷ୍ଟି, ଦେଶରେ ରୋଜଗାର ପାଇଁ ବହୁତ ଲାଭଦାୟକ ହେବ ।

ଦେଶରେ କୃଷି କ୍ଷେତ୍ରକୁ ମଜବୁତ କରିବା, କୃଷକଙ୍କ ଆୟ ବଢାଇବା ପାଇଁ ବଜେଟରେ ଏହାକୁ ଗୁରୁତ୍ୱ ଦିଆଯାଇଛି । କୃଷକମାନେ ଆହୁରି ସହଜରେ ଅଧିକ ଋଣ ପାଇପାରିବେ । ଦେଶରେ ମଣ୍ଡି ବ୍ୟବସ୍ଥାକୁ ମଜବୁତ କରିବାକୁ କୃଷି ଭିତ୍ତିଭୂମି ପାଣ୍ଠିରୁ ସହାୟତା ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ ନିଷ୍ପତ୍ତି ଦର୍ଶାଉଛି ଯେ ବଜେଟ୍‍ର ହୃଦୟରେ ଗାଁ ରହିଛି, ରୋଜଗାର ବଢାଇବା ପାଇଁ ଏଥର ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରପାଇଁ ଗତବର୍ଷ ତୁଳନାରେ ବଜେଟ୍‍ରେ ଦୁଇଗୁଣା ଅର୍ଥ ବ୍ୟବସ୍ଥା ହୋଇଛି ।