ଭୁବନେଶ୍ୱର : ରାଜ୍ୟ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହ, ଏନ୍.ଡି.ପି.ଏସ୍. ଆଇନ୍ର ବିଭିନ୍ନ ଦିଗ ତଥା ମାନ୍ୟବର ଅଦାଲତରେ ସାକ୍ଷ୍ୟ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳାକୁ ଆଜି ଉଦ୍ଘାଟନ କରିଛନ୍ତି । ଏହି କର୍ମଶାଳାରେ ସମଗ୍ର ଓଡିଶାର ଅବକାରୀ କର୍ମଚାରୀମାନେ ଅନଲାଇନ୍ ମାଧ୍ୟମରେ ଯୋଗ ଦେଇଥିଲେ ।
କର୍ମଶାଳାରେ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଜମେଶ୍ୱର ମିଶ୍ର, ପବ୍ଲିକ ପ୍ରସିକ୍ୟୁସନର ନିର୍ଦ୍ଦେଶକ ଯୋଗଦେଇ ଅନଲାଇନ୍ ମାଧ୍ୟମରେ ଏନ୍.ଡି.ପି.ଏସ୍. ଆଇନ୍ର ବିଭିନ୍ନ ଦିଗ ଉପରେ ତଥା ମାନ୍ୟବର ଅଦାଲତରେ ସାକ୍ଷ୍ୟ ଉପରେ ଆଲୋଚନା କରିଥିଲେ । ଏଥି ସହିତ ଆଇନ୍ ଅନୁଯାୟୀ ଚଢାଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟ ପ୍ରଦାନ ଉପରେ ତର୍ଜମା କରିଥିଲେ ଓ ଅବକାରୀ କର୍ମଚାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ।
ଏହି କର୍ମଶାଳାକୁ ଅବକାରୀ ଉପ କମିଶନର ଶ୍ରୀ ରାମଚନ୍ଦ୍ର ମିଶ୍ର ସଂଯୋଜନା କରିଥିଲେ । ଅତିରିକ୍ତ କମିଶନର ଶ୍ରୀ ରାମ ଚନ୍ଦ୍ର ପାଲଟା, ଶ୍ରୀ ରଜତ କୁମାର ପ୍ରହରାଜ ଓ ଶ୍ରୀ ଡମ୍ବରୁଧର ଖଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ ।
ଅବକାରୀ ବିଭାଗକୁ ଅଧିକ ସକ୍ରିୟ କରାଯିବା ସହିତ ମାମଲାର ସଠିକ ପରିଚାଳନା, ତ୍ୱରିତ ଫଏସଲା ଓ ଦୋଷୀଙ୍କୁ ଦଣ୍ଡ ପ୍ରଦାନ ଲାଗି ପ୍ରତ୍ୟେକ ମାସରେ ଏଭଳି ତାଲିମ/କର୍ମଶାଳା ଆୟୋଜନ କରାଯାଇ ଅବକାରୀ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି କରାଯାଉଥିବା ପ୍ରକାଶ ।