Home Health ୬ରେ ସମ୍ମମରେ ଖାଦ୍ୟ ମେଳା

୬ରେ ସମ୍ମମରେ ଖାଦ୍ୟ ମେଳା

ଭୁବନେଶ୍ୱର : ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ଏପ୍ରିଲ୍ ୬ ତାରିଖ ବୁଧବାର ଦିନ ଏକ ଫୁଡ୍ ଫେଷ୍ଟିଭାଲ୍ ଆୟୋଜନ କରାଯାଇଛି । କ’ଣ ଖାଦ୍ୟ ଗ୍ରହଣ କରୁଛନ୍ତି ତାହା ଭାବିବାକୁ ମଧ୍ୟ ମଣିଷ ପାଖରେ ସମୟ ନାହିଁ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ ଗ୍ରହଣର ଗୁରୁତ୍ୱକୁ ପ୍ରାଧାନ୍ୟ ଦେଇ ଏ ଦିଗରେ ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଏହି ଖାଦ୍ୟ ମେଳା ଆୟୋଜନ କରାଯାଇଛି ।

ଖାଦ୍ୟ ହୃଦୟ, ଶରୀର ଏବଂ ଆତ୍ମାକୁ ଆନନ୍ଦ ଦେବା ସହ ପୋଷଣ ମଧ୍ୟ ଦେଇଥାଏ । ତେଣୁ ଏପ୍ରିଲ୍ ୭ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପୂର୍ବଦିନ ଲୋକମାନଙ୍କ ମଧ୍ୟରେ ପାରମ୍ପରିକ ପୁଷ୍ଟିଯୁକ୍ତ ଖାଦ୍ୟ ବିଷୟରେ ସଚେତନ କରାଇବା ନିମନ୍ତେ ଏକ ଫୁଡ୍ ଫେଷ୍ଟିଭାଲ୍‌ର ଆୟୋଜନ କରିଛୁ । ବିଶେଷ କରି ପାରମ୍ପରିକ ଓଡ଼ିଆ ଖାଦ୍ୟ ଏବଂ ଏଥିରେ ଥିବା ପୁଷ୍ଟିର ମାତ୍ରା ସମ୍ପର୍କରେ ଅବଗତ କରାଇବା ଆମର ଉଦ୍ଦେଶ୍ୟ ବୋଲି ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ।

ଏହି ୧୨ ଘଂଟିଆ ଫୁଡ୍ ଫେଷ୍ଟିଭାଲ୍ ସକାଳ ୯ ଟାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ସ୍ୱାଦ ସହ ପୋଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ଡକ୍ଟର ଦାଶ କହିଛନ୍ତି ।

ଏହି ଫୁଡ୍ ଫେଷ୍ଟିଭାଲ୍‌ରେ ୯ଟି ସ୍ୱତନ୍ତ୍ର କାଉଂଟର୍ ରଖାଯାଇଛି ଯେଉଁଠାରେ ବିଭିନ୍ନ ପ୍ରକାରର ବିରିୟାନୀ, ଘିଅ ଭାତ ସହ ଚିକେନ୍ କିମ୍ବା ମଟନ୍ ତରକାରୀ, ପାରମ୍ପରିକ ପଖାଳ ସହିତ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ, ବେକ୍‌ଡ ଖାଦ୍ୟ, ତନ୍ଦୁରୀ, ରୋଲ୍‌, ପରଟା ଏବଂ ବିଭିନ୍ନ ପ୍ରକାରର ସ୍ନାକ୍ସ ଯଥା ଦୋସା. ଦହିବରା ଓ ଚାଟ୍ ଇତ୍ୟାଦି ମେନୁରେ ସାମିଲ୍ ଅଛି । ସେହିପରି ଅନ୍ୟ ଏକ ସ୍ୱତନ୍ତ୍ର କାଉଂଟରରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟକର ପାନୀୟ ଯେପରିକି ବେଲପଣା, ଆମ୍ବପଣା, ଲସି, ଫ୍ରୁଟ୍ ସେକ୍‌, ଲେମ୍ବୁପାଣି, ଫ୍ରେଶ୍ ଫ୍ରୁଟ୍ ଜୁସ୍ ଏବଂ ବଟର୍ ମିଲ୍କ ପ୍ରଭୃତି ସାମିଲ୍ ଅଛି ।