Home Health ୩୦୦ ମୁହାଁ କରୋନା ସଂକ୍ରମଣ

୩୦୦ ମୁହାଁ କରୋନା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ୩୦୦ ମୁହାଁ ଦୈନିକ କରୋନା ସଂକ୍ରମଣ । ଆଜି ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମଣ ୩୦୦ ପାଖାପାଖି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ମୋଟ୍‍ ୨୪ ଜିଲ୍ଲାରୁ ୨୯୭ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୪ଟି ମାମଲା ଆସିଥିବା ବେଳେ ୧୨୩ଟି ହେଉଛି ସ୍ଥାନୀୟ ସଂକ୍ରମଣ । ଆଜି କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି ।

ଆଜି ଅନୁଗୁଳରୁ ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୬, ବରଗଡ଼ରୁ ୧୮, ଭଦ୍ରକରୁ ୨, ବଲାଙ୍ଗିରରୁ ୫, କଟକରୁ ୧୭, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୭, ଜଗତସିଂହପୁରରୁ ୨, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୫, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୧୨, ଖୋର୍ଦ୍ଧାରୁ ୩୩, କୋରାପୁଟରୁ ୫, ମୟୂରଭଞ୍ଜରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ନବରଙ୍ଗପୁରରୁ ୩, ନୟାଗଡ଼ରୁ ୨, ନୂଆପଡ଼ାରୁ ୩୧, ପୁରୀରୁ ୬, ସମ୍ବଲପୁରରୁ ୧୭, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୩୮ ଏବଂ ଷ୍ଟେଟ୍ ପୁଲରୁ ୪ ଜଣଙ୍କ ରିପୋର୍ଟ କୋଭିଡ ପଜିଟିଭ ଆସିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୯୧୭କୁ ବୃଦ୍ଧି ପାଇଥିବା ବେଳେ ଏବେ ୨୦୧୩ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୩ ଲକ୍ଷ ୩୬ ହଜାର ୯୩୦ ଜଣ ସୁସ୍ଥ ହୋଇ ସାରିଥିବାବେଳେ ୧୯୨୧ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ଜଣାଯାଇଛି ।