Home Environment ସୋନପୁର ସବୁଠୁ ତତଲା

ସୋନପୁର ସବୁଠୁ ତତଲା

ଭୁବନେଶ୍ୱର : ସୋନପୁର ଆଜି ରାଜ୍ୟର ସବୁଠାରୁ ତତଲା ସହର ପାଲଟିଛି । ଏଠାରେ ଆଜିର ତାପମାତ୍ରା ୪୨.୩ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଏଥି ସହିତ ଆଉ ୧୦ଟି ସହରରେ ବି ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି ।

ଅନଗୁଳରେ ତାପାମାତ୍ରା ୪୦.୯ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବାରିପଦାରେ ୪୨.୦, ଝାରସୁଗୁଡାରେ ୪୧.୮, ସମ୍ବଲପୁରରେ ୪୧.୭, ହୀରାକୁଦରେ ୪୦.୧, ସୁନ୍ଦରଗଡରେ ୪୦, ଭବନୀପାଟଣାରେ ୪୦.୮, ବଲାଙ୍ଗିର ୪୨.୨, ଟିଟିଲାଗଡରେ ୪୨.୦ ଡିଗ୍ରୀ ରେକର୍ଡ କରାଯାଇଛି ।

ତେବେ ରାଜଧାନୀର ତାପମାତ୍ରା ଆଜି ୩୭.୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ କଟକର ତାପମାତ୍ରା ୩୬.୨ ଡିଗ୍ରୀ ରହିଛି । ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩୦.୩ ଡିଗ୍ରୀ ଗୋପାଳପୁରରେ ରେକର୍ଡ ହୋଇଥିବାବେଳେ ପାରାଦୀପ୍‍ରେ ୩୨.୦ ଓ ପୁରୀରେ ୩୨.୧ ଡିଗୀ ରେକର୍ଡ କରାଯାଇଛି ।

ରାଜଧାନୀରେ ତାପମାତ୍ରା ୩୭ଡିଗ୍ରୀ ଉପରେ ରହିଥିଲେ ମଧ୍ୟ ଅପରାହ୍ନରେ ପବନର ବେଗ ଅଧିକ ରହିଥିବାରୁ ଲୋକେ ପଶ୍ଚିମଓଡିଶା ଭଳି ଗରମ ଅନୁଭବ କରିନାହାନ୍ତି ।