Home Education ସୋଆ ଏବଂ ମାକେରେରେ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା

ସୋଆ ଏବଂ ମାକେରେରେ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ବିଭିନ୍ନ ଗବେଷଣାଭିତିକ ପ୍ରକଳ୍ପକୁ ନେଇ ସହଭାଗିତା ଭିତିରେ ଜ୍ଞାନର ଆଦାନ ପ୍ରଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଉଗାଣ୍ଡାର କାମ୍ପାଲା ସ୍ଥିତ ମାକେରେରେ ବିଶ୍ୱବିଦ୍ୟାଳୟ ମଧ୍ୟରେ ନିକଟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଦୁଇ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଶୈକ୍ଷିକ, ବୈଜ୍ଞାନିକ ଏବଂ ପରସ୍ପର ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକଳାପର ଆୟୋଜନ କରିବେ ଏବଂ ଗବେଷକ, ଶିକ୍ଷକ ତଥା ଛାତ୍ରଛାତ୍ରୀ ବିନିମୟ ନିମନ୍ତେ ବ୍ୟବସ୍ଥା ରହିବ ।

ମାକେରେରେ ବିଶ୍ୱବିଦ୍ୟାଳୟ ଆଫ୍ରିକାର ପଂଚମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଛି ।
ବୁଝାମଣାପତ୍ରଟି ମାକେରେରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବର୍ଣ୍ଣବାସ ନୱାଙ୍ଗେ ଏବଂ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ।

ସୋଆ ବିଶ୍ୱବିଦ୍ୟାଳୟ ଆଉଟରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ ଶର୍ମା ନିକଟରେ କାମ୍ପାଲା ଯାଇ ବୁଝାମଣାପତ୍ରରେ ଦସ୍ତଖତ କରାଇଛନ୍ତି ।