Home Education ସୋଆରେ ଜାତୀୟଏକତା ଦିବସ ପାଳିତ

ସୋଆରେ ଜାତୀୟଏକତା ଦିବସ ପାଳିତ

ଭୁବନେଶ୍ୱର : ଜାତୀୟ ଏକତା ଦିବସ ଅବସରରେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବା ନିମନ୍ତେ ରବିବାର ଶପଥ ନେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କର୍ମଚାରୀ ଓ ଛାତ୍ରଛାତ୍ରୀ ।

ଦେଶର ଏକତ୍ରୀକରଣ ନିମନ୍ତେ ସ୍ୱାଧୀନତା ପରବର୍ତୀ ସମୟରେ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସ୍ମରଣ କରିବା ନିମନ୍ତେ ତାଙ୍କ ଜନ୍ମଦିନକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି ।

ନିଆଯାଇଥିବା ଶପଥରେ କୁହାଯାଇଛି ଯେ “ମୁଁ ଶପଥ କରି କହୁଛି ଯେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ମୁଁ ନିଜକୁ ଉସ୍‌ôର୍ଗ କରିବି ଏବଂ ଏହି ବାର୍ତାକୁ ଦେଶର ଅନ୍ୟ ନାଗରିକମାନଙ୍କ ନିକଟରେ ପହଂଚାଇବାରେ ସାହାଯ୍ୟ କରିବି ।”

ସୋଆ କୁଳଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ବିଶ୍ୱବିଦ୍ୟାଳୟରେ ଏକତ୍ରତି ହୋଇଥିବା କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଶପଥ ଗ୍ରହଣ କରାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୋଆର ପ୍ରୋ-ଭାଇସ୍‌ଚ୍ୟାନ୍ସଲର ପ୍ରଫେସର ପି.କେ. ନନ୍ଦ, ସ୍କୁଲ୍ ଅଫ ଫାର୍ମାସ୍ୟୁଟିକାଲ ସାଇନ୍ସେସର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଇନ୍‌ଷ୍ଟିଚ୍ୟୁଟ୍ ଅଫ ଏଗ୍ରିକଲଚରାଲ ସାଇନ୍ସେସର ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ପୋଷ୍ଟ ଗ୍ରାଜୁଏଟ ଷ୍ଟଡିଜ ଡିନ୍ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି, କନ୍‌ଟ୍ରୋଲର ଅଫ ଏଗଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ଚିଫ ଆଡମିନିଷ୍ଟ୍ରେଟିଭ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ଓ ୟୁନିଭର୍ସିଟି ଆଉଟରିଚ ପ୍ରୋଗାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ସୋଆର ଫାକ୍ଟଲି ଅଫ ମେଡିକାଲ୍ ସାଇନ୍ସେସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ୍ ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଶପଥ ପାଠ କରାଇଥିଲେ । ବିଶ୍ୱବିଦ୍ୟାଳୟର ଅନ୍ୟ ଅନୁଷ୍ଠାନଗୁଡିକରେ ମଧ୍ୟ ଅନୁରୂପ ଶପଥ ପାଠ କରାଯାଇଛି ।

LEAVE A REPLY

Please enter your comment!
Please enter your name here