Home Health ସମସ୍ତଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଦିଅ

ସମସ୍ତଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଦିଅ

ଭୁବନେଶ୍ୱର : ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ୯୭ଲକ୍ଷ ୫୦ ହଜାର ପରିବାର ବା ୩କୋଟି ୩୦ଲକ୍ଷ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ପ୍ରଦାନ ପାଇଁ ଘୋଷଣାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱାଗତ ଜଣାଇ ଏହାକୁ ସାରା ଓଡ଼ିଶାରେ ସମସ୍ତ ଜନସାଧାରଣଙ୍କ ପାଇଁ ଲାଗୁ କରିବାକୁ ଦାବି କରିଛନ୍ତି ।

ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡରେ ପ୍ରତ୍ୟେକ ପରିବାର ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଉଭୟ ସରକାରୀ ଓ ୨୦୦ରୁ ଉର୍ଦ୍ଧ୍ୱ ବେସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ପାଇବାପାଇଁ ହକଦାର ହେବେ ଏହା ଭଲ ପଦକ୍ଷେପ, କିନ୍ତୁ ପାଖାପାଖି କୋଟିଏ ଓଡ଼ିଶାବାସୀ ଏଭଳି ସେବା ପାଇବାରୁ କ’ଣ ପାଇଁ ବଂଚିତ ହେବେ ବୋଲି ଶ୍ର୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ଏହି କୋଟିଏ ଲୋକଙ୍କ ଭିତରୁ ଅନ୍ତତଃ ୯୦ଲକ୍ଷ ଲୋକଙ୍କର ୫ଲକ୍ଷ ଟଙ୍କା ତର ଦୂରର କଥା ଲକ୍ଷେ ବା ଦୁଇ ଲକ୍ଷ ଟଙ୍କା ବାର୍ଷିକ ଡାକ୍ତରଖାନାରେ ଖର୍ଚ୍ଚ କରିବାର ସମ୍ବଳ ନାହିଁ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ଓ ନିଜେ ସ୍ୱାଧୀନ ବ୍ୟବସାୟ କରି ଚଳୁଥିବା ଜନତା ସର୍ବାଧିକ ଭୁକ୍ତଭୋଗୀ ହେବେ । ପଡୋଶୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ବଙ୍ଗଳାର ସମସ୍ତ ୯ କୋଟି ଜନତାଙ୍କ ପାଇଁ ସ୍ୱାସ୍ଥ୍ୟ ସାଥୀ କାର୍ଡ ପ୍ରଦାନ କରିଛନ୍ତି ।

ତେଣୁ ଓଡ଼ିଶା ସରକାର ମଧ୍ୟ ସମସ୍ତ ଓଡ଼ଶାବାସୀଙ୍କ ପାଇଁ ତୁରନ୍ତ ଏହି ସ୍ମିକ ପରିବର୍ତିତ କରି ଲାଗୁ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ସ୍ୱାସ୍ଥ୍ୟସେବା ଏକ ମୌଳିକ ଅଧିକାର । ତେଣୁ ଏଥିରୁ ୨୬ ଭାଗ ଜନସାଧାରଣଙ୍କୁ ବଂଚିତ କରିବାର ଅଧିକାର ଓଡ଼ିଶା ସରକାରଙ୍କ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଯେଉଁମାନଙ୍କର ସ୍ୱାସ୍ଥ୍ୟବୀମା ଭଳି ଆନୁସଙ୍ଗିକ ସୁବିଧାସୁଯୋଗ ରହିଛି, ସେମାନେ ସ୍ୱେଚ୍ଛାକୃତ ଭାବେ ସରକାରୀ ପ୍ରେତ୍ସାହନକୁ ପରିତ୍ୟାଗ କରିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here