Home Health ସମରେ ଦିବ୍ୟାଙ୍ଗ ଶିଶୁଙ୍କୁ ମାଗଣା କୋଭିଡ୍ ଟିକା

ସମରେ ଦିବ୍ୟାଙ୍ଗ ଶିଶୁଙ୍କୁ ମାଗଣା କୋଭିଡ୍ ଟିକା

ଭୁବନେଶ୍ୱର : କରୋନା ମହାମାରୀକୁ ପ୍ରତିହିତ କରିବା ନିମନ୍ତେ ସବୁବେଳେ ଆଗଧାଡିରେ ରହିଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଦିବ୍ୟାଙ୍ଗ ଶିଶୁଙ୍କୁ ମାଗଣା କୋଭିଡ୍ ଟିକା ପ୍ରଦାନ କରାଯାଇଛି । ବୁଧବାର ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ସମ୍ ହସ୍ପିଟାଲ୍‌ରେ ମାଗଣା କୋଭିଡ୍ ଟିକା ପ୍ରଦାନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ପ୍ରଥମ ଦିନରେ ଦିବ୍ୟାଙ୍ଗ ମାନଙ୍କୁ ଏହି ଭାକ୍ସିନ୍ ପ୍ରଦାନ କରାଯାଇଛି ।

ଆଇସିଆଇସିଆଇ ଫାଉଣ୍ଡେସନ୍‌ର ସହଯୋଗରେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ୧୫ ରୁ ୧୮ ବୟସର ପ୍ରାୟ ହଜାର ଜଣଙ୍କୁ ଏହି ଭାକ୍ସିନ୍ ପ୍ରଦାନ କରାଯିବାର ଯୋଜନା ରହିଛି ।

ଟିକା ପ୍ରଦାନ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଶିଶୁରୋଗ ବିଭାଗ ମୁଖ୍ୟ ପ୍ରଫେସର ମମତାଦେବୀ ମହାନ୍ତି, କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଲିପିଲେଖା ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।

ଯେଉଁ ଅଭିଭାବକମାନେ ନିଜ ପିଲାମାନଙ୍କୁ ଟିକା ଦେଇପାରି ନାହାନ୍ତି ସେମାନେ ସମ୍ ହସ୍ପିଟାଲ୍‌ରେ ଆସି ଟିକା ନେଇପାରିବେ ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here